Hindi News >>Home >>Odisha State

Odisha News: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଗଲେ ସେବାୟତ ପ୍ରତିନିଧି

Odisha News: ୨୯ ତାରିଖ ଦିନ ଯଜ୍ଞର ପୁର୍ଣ୍ଣାହୁତି ପରେ ୩୦ ତାରିଖ ଦିନ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମନ୍ଦିର ପ୍ରତିଷ୍ଠା ହୋଇ ଲୋକାର୍ପଣ ହେବ। ତେବେ ସେହି ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ ହୋଇଥିବା ବେଲେ ସେଥିରେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ରହିନାହାନ୍ତି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ରହିଥିବା ବେଳେ ପଶ୍ଚିମବଙ୍ଗର ଅନେକ ନେତା ଓ ବୁଦ୍ଧିଜିବୀ ରହିଛନ୍ତି। 

Advertisement
Odisha News: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଗଲେ ସେବାୟତ ପ୍ରତିନିଧି
Priyambada Rana|Updated: Apr 23, 2025, 07:58 PM IST
Share

Odisha News: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପୁରୀରୁ ଗଲେ ସେବାୟତ ପ୍ରତିନିଧି। ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ରଙ୍କ ନେତୃତ୍ୱରେ ୧୫ ଜଣ ପୁରୀରୁ ଦୀଘା ଯାତ୍ରା କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଡି ଯୋଗେ ଶୁଭ ପ୍ରତିଷ୍ଟା ଲୋକାର୍ପଣ ପାଇଁ ପୁରୀରେ ସେବାୟତଙ୍କୁ ନେବାପାଇଁ ଆସିଛି ଅନେକ ଗାଡି। ତେବେ ମହାପ୍ରଭୁଙ୍କ ଦାରୁ ବୀଗ୍ରହ ସହ ନୀଳମାଧବ ଆଦି ପଠାଯାଇଥିବା ବେଳେ ଆଜି ସେବାୟତମାନେ ଯାଇଛନ୍ତି। ଗତକାଲି ବୈଦିକ ବ୍ରାହ୍ଣଣ , ପଣ୍ଡିତମାନେ ଦୀଘାରେ ପଂହଚିସାରିଥିବା ବେଳେ ଆଜି ଯଜ୍ଞ କାର୍ଯ୍ଯ ଆରମ୍ଭ କରାଯିବ। ତେବେ ୨୯ ତାରିଖ ଦିନ ଯଜ୍ଞର ପୁର୍ଣ୍ମାହୁତି ପରେ ୩୦ ତାରିଖ ଦିନ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ମନ୍ଦିର ପ୍ରତିଷ୍ଠା ହୋଇ ଲୋକାର୍ପଣ ହେବ। ତେବେ ସେହି ମନ୍ଦିର ପରିଚାଳନା ପାଇଁ ଏକ ଟ୍ରଷ୍ଟ ଗଠନ ହୋଇଥିବା ବେଲେ ସେଥିରେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ରହିନାହାନ୍ତି। ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସ ମହାପାତ୍ର ପ୍ରମୁଖ ରହିଥିବା ବେଳେ ପଶ୍ଚିମବଙ୍ଗର ଅନେକ ନେତା ଓ ବୁଦ୍ଧିଜିବୀ ରହିଛନ୍ତି। 

ସେପଟେ ଏହି ମନ୍ଦିରରେ ପୁଜା ପାଇବେ ପଥର ମୂର୍ତ୍ତି। ଯାହାକୁ ନେଇ କିଛି ସେବାୟତ ଏହାର ପ୍ରତିବାଦ କରିଥିଲେ। ଏମିତିକି ପଥର ମୂର୍ତ୍ତି ହେଲେ ସେହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ମନା କରିଥିଲେ କିଛି ପ୍ରମୁଖ ସେବାୟତ। ତେବେ ସେହି ମନ୍ଦିରଟି ଜଗନ୍ନାଥ ମନ୍ଦିରର ବିକଳ୍ପ କି ଶ୍ରୀମନ୍ଦିର ପରି ନୀତିକାନ୍ତି ହେବା ସମ୍ଭବ ନୁହେଁ। କେବଳ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଏହା କରାଯାଇଛି। ମମତା ବାନାର୍ଜି କୌଣସି ରାଜନୈତିକ ଉଦ୍ଦେଶ୍ଯ କି ଭୋଟ ହାତେଇବା ପାଇଁ କରିନାହାନ୍ତି । କେବଳ ଜଗନ୍ନାଥଙ୍କ ଭକ୍ତ ଭାବେ ଏହି ମନ୍ଦିରଟିକୁ କରିଛନ୍ତି। ତେବେ କେବଳ ହିନ୍ଦୁମାନେ ମନ୍ଦିରକୁ ଦର୍ଶନ ପାଇଁ ଯିବାର ବ୍ଯବସ୍ଥା ହେବ ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ।

 ଏହି ମନ୍ଦିରରେ ପ୍ରତିବର୍ଷ ରଥଯାତ୍ରା ହେବ। କିନ୍ତୁ ପୁରୀ ରଥ ଭଳି ନହୋଇ ଛୋଟ ରଥ ହେବ। ଯେହେତୁ ମହାପ୍ରଭୁଙ୍କ ବିଗ୍ରହ ଶୀଳାରେ ଗଢା ଯାଇଛି ଏଣୁ ରଥଯାତ୍ରା ଓ ପର୍ବପର୍ବାଣୀ ପାଇଁ ଦାରୁ ବୀଗ୍ରହ କରାଯାଇଛି। ତା ସହିତ ତିନୋଟି ରଥ ଏବଂ ଗୁଣ୍ଡିଚା ମନ୍ଦିରବି ନିର୍ମାଣ ହୋଇଛି ବୋଲି କହିଛନ୍ତି ଦଇତାପତି ନିଯୋଗ ସମ୍ପାଦକ।

 

Read More
{}{}