Hindi News >>Home >>Odisha State

Dharmendra Pradhan: ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଶୁଣାଣିରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର: ପ୍ରଥମଥର ପାଇଁ  ଭୁବନେଶ୍ୱର ବାହାରକୁ ଯାଇ  ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଦୁଃଖ ସୁଖ ବୁଝିବା   ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା

Advertisement
Dharmendra Pradhan: ମୁଖ୍ୟମନ୍ତ୍ରୀଙ୍କ ସମ୍ବଲପୁର ଶୁଣାଣିରେ ସାଂସଦଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା
Prabhudatta Moharana|Updated: Apr 22, 2025, 12:37 PM IST
Share

Dharmendra Pradhan: ଭୁବନେଶ୍ୱର: ପ୍ରଥମଥର ପାଇଁ  ଭୁବନେଶ୍ୱର ବାହାରକୁ ଯାଇ  ମୁଖ୍ୟମନ୍ତ୍ରୀ ମୋହନ ମାଝି ଲୋକଙ୍କ ଦୁଃଖ ସୁଖ ବୁଝିବା   ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏ ଚର୍ଚ୍ଚା ଭିତରେ ଏକ ରାଜନୀତିକ ଘଟଣାବି ସାମ୍ନାକୁ ଆସିଛି। ତାହା ହେଉଛି ଧର୍ମେନ୍ଦ୍ରଙ୍କ ଶକ୍ତିଭେଦ। କାରଣ ସମାନ ସମୟରେ ସମ୍ବଲପୁରର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମାଞ୍ଚଳରେ ଥିଲେ ବି ତାଙ୍କୁ ସରକାରଙ୍କ ଅଭିଯୋଗ ଶୁଣାଣିରେ ତାଙ୍କୁ ଦେଖିବାକୁ ମିଳି ନାହିଁ।    

ଅବଶ୍ୟ ଏହା ଏକ ସରକାରୀ କାର୍ଯ୍ୟକ୍ରମ ବା ମନ୍ତ୍ରିମଣ୍ଡଳର ଅଭିଯୋଗ ଶୁଣାଣି ଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ହେଲେ ସ୍ଥାନୀୟ ବିଧାୟକ ଏଥିରେ ପୂର୍ଣ୍ଣ ଯୋଗଦାନ କରିଥିଲେ। କିନ୍ତୁ  ସ୍ଥାନୀୟ ସାଂସଦଙ୍କ ଉପସ୍ଥିତି ନଥିଲା। ଯଦିଓ ଏହା ଏହି କାର୍ଯ୍ୟକ୍ରମ ଲାଗି ଜରୁରୀ ନ ଥିଲା ତଥାବି ଏକ ସୌଜନ୍ୟତା ଭାବେ ଗ୍ରହଣ କରାଯାଏ।  ଏଣୁ ତାଙ୍କୁ ଲୋକେ ଖୋଜିବା ସ୍ୱଭାବିକ । ହେଲେ ଯେଉଁ ବିଜେପି ସମର୍ଥକ ଓ ସାଧାରଣ ଲୋକ ଧର୍ମେନ୍ଦ୍ରଙ୍କୁ ଏଠାରେ ଖୋଜିଥିଲେ ସେମାନେ ନିରାଶ ହୋଇଥିଲା। 

ସାଂସଦ ଯେ ସେହି ସମୟରେ ତାଙ୍କ ଅଞ୍ଚଳରେ ନଥିଲେ ତା ନୁହେଁ। ଯେଉଁଦିନ ମୋହନ ସରକାର ପଶ୍ଚିମାଞ୍ଚଳରେ ମା ସମଲେଶ୍ୱରୀଙ୍କୁ ଦର୍ଶନ କରୁଥିଲେ ସେତେବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀରରେ ଥିଲେ। ଖାଲି ସେତିକି ନୁହେଁ, ବଲାଙ୍ଗୀରରେ ଏକ ରାଜନୀତିକ ଅଙ୍କ ବି କସୁଥିଲେ, କଂଗ୍ରେସ ଘରେ ବସି ବିଜେପି ଗଣିତର ସମାଧାନ ହେଉଥିଲା। ଏ ଗଣିତ ସମ୍ପୂର୍ଣ୍ଣ ଭାବେ ରାଜା ପରିବାରକୁ ଆଘାତ ଦେବା ଲାଗି ଉଦ୍ଦିଷ୍ଟ ଥିବା ବି ଚର୍ଚ୍ଚା ହେଉଛି। ଯେଉଁ ରାଜ ପରିବାରର ଦୁଇଜଣ ରାଜା ଓ ରାଣୀ ଏବେ ବିଜେପିରେ କ୍ଷମତାଶାଳୀ ରହିଛନ୍ତି। ରାଜା ପୁଣି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ ରାଣୀ ଦିଲ୍ଲୀରେ ନିର୍ବାଚିତ ସାଂସଦ। ଏଭଳି ପରିସ୍ଥିତିରେ ଧର୍ମେନ୍ଦ୍ରଙ୍କ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଘରେ ବସି ପରିବାରବର୍ଗଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିବା ସ୍ଥାନୀୟ ଓ ରାଜ୍ୟ ରାଜନୀତିକୁ ଚର୍ଚ୍ଚିତ କରାଇଛି। 

 ପୁଣି ସମ୍ବଲପୁର ରାଜନୀତିରେ ଧର୍ମେନ୍ଦ୍ରଙ୍କ ଉପସ୍ଥିତି ଜଣେ ବାହାରି ନେତା ଭାବେ ଗ୍ରହଣ କରାଯାଏ। ତାଙ୍କରି ଇଙ୍ଗିତରେ ବିଧାୟକ ଜୟନାରାୟଣ  ନିର୍ବାଚନ ସମୟରେ ଏବଂ ନିର୍ବାଚନ ପୂର୍ବରୁ ଅନେକ ଯାତନା ସହ୍ୟ କରିଥିବା କୁହାଯାଏ। ଏପରିକି ତାଙ୍କୁ ଟିକଟ ମିଳିବା ନ ମିଳିବା ବି ଆଶଙ୍କା ଭିତରକୁ ସେତେବଳେ ଆସିଥିଲା। ହେଲେ ଜୟନାରାୟଣ ସବୁକିଛିକୁ ପଛରେ ପକାଇ ଶରୀର ଅସୁସ୍ଥ ଥିଲେ ବି ବିଧାୟକ ପଦ ଜିତିଲେ। ଆଜି ମନ୍ତ୍ରିମଣ୍ଡଳ ପାଇଁ ସେ ଯୋଗ୍ୟ ଥିଲେ ବି ତାଙ୍କୁ ଏକଘରିକିଆ କରାଯିବା ପ୍ରୟାସରେ ଧର୍ମେନ୍ଦ୍ରଙ୍କ ପ୍ରଚ୍ଛଦ ହାତ ରହିଥିବା ବି ପୂର୍ବରୁ ଅନେକ ରାଜନୀତିକ ପଣ୍ଡିତ ମତ ଦେଇଛନ୍ତି। ଏହିକ୍ରମରେ ଧର୍ମେନ୍ଦ୍ରଙ୍କ କ୍ଷମତାକୁ ସଙ୍କୁଚିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରଦର୍ଶନ କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି।

Read More
{}{}