Hindi News >>Home >>Odisha State

Odisha News: ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ

Odisha News: ଗତ ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରା ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ରକ୍ତ ହୀନତା,ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା।

Advertisement
Odisha News: ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ
Priyambada Rana|Updated: Oct 01, 2024, 02:14 PM IST
Share

Odisha News: (ନାରାୟଣ ବେହେରା) ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହ ଠାରେ ଜଗତସିଂହପୁର ଜିଲ୍ଲା ସ୍ତରୀୟ ପୋଷଣ ମାସ ପାଳନ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଉପ ଜିଲ୍ଲାପାଳ ବିବୁଧ ଗଡ଼ନାୟକ ଅଧ୍ୟକ୍ଷତାରେ ଜିଲ୍ଲାର କୌଣସି ସ୍ଥାନରେ ଯେପରି କୌଣସି ମା କିମ୍ବା ଶିଶୁ କୁ-ପୋଷଣର ଶିକାର ନ ହୁଅନ୍ତୁ ତାହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଉତ୍ତମ ପୋଷଣ- ସୁସ୍ଥ ଜୀବନ ପ୍ରସଙ୍ଗକୁ ଭିତ୍ତି କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର, ଲ ଅଫିସର ଜଗନ୍ନାଥ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡେପୁଟୀ ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସୁଷମ ଖାଦ୍ୟ, ସ୍ବାସ୍ଥ୍ୟ ପ୍ରଦ ଜୀବନଶୈଳୀ ଏବଂ ସ୍ୱଚ୍ଛ ପରିବେଶ ହିଁ କୁପୋଷଣ କୁ ଦୂର କରି ଏକ ସୁସ୍ଥ ସମାଜ ଗଠନ କରିପାରିବ ବୋଲି କହିଥିଲେ।

ଗତ ସେପ୍ଟେମ୍ବର ୧ ରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ମାସ ପାଳନ କରା ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ରକ୍ତ ହୀନତା,ଏହାର ପରୀକ୍ଷା, ଚିକିତ୍ସା ବିଷୟରେ ଆଲୋଚନା କରିବା, ଦୈନନ୍ଦିନ ଖାଦ୍ୟରେ ବିବିଧତା ଆଣିବା ପାଇଁ ଆଞ୍ଚଳିକ ତଥା ମିଲେଟ୍ ବା କ୍ଷୁଦ୍ର ଖାଦ୍ୟ ଶସ୍ୟ ସାମିଲ୍ କରିବା, ଶିଶୁର ଅଭିବୃଦ୍ଧି ନିରୀକ୍ଷଣ କରିବା ସହିତ ଆଦ୍ୟ ଶୈଶବ ଏବଂ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ପାଇଁ ଯତ୍ନବାନ୍ ହେବା ଆଦି ବିଷୟରେ ଆଲୋଚନା କରାଯାଇଥିଲା।
 ଅତିରିକ୍ତ ଉପ ଜିଲ୍ଲାପାଳ ପାରିପାର୍ଶ୍ବକ ସୁରକ୍ଷା ପାଇଁ ମାଟି, ପାଣି ଓ ପରିବେଶର ଯତ୍ନ ନେବା, ଆଶା ଓ ଅଙ୍ଗନବାଡି କର୍ମୀ ମାନେ ନିଜର ଦାୟିତ୍ୱ ପ୍ରତି ଯଥେଷ୍ଟ ଯତ୍ନବାନ ହେବାପାଇଁ, ଓ ସୁସ୍ଥ ଜୀବନ ପାଇଁ ସୁଷମ ଖାଦ୍ୟ ଖାଇବା ସହିତ ପରିଷ୍କାର ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ। ପୋଷଣ ମାସ ପାଇଁ ଜିଲ୍ଲା ରେ ବିଭିନ୍ନ କାର୍ଯ୍ୟକ୍ରମ ର ଟାର୍ଗେଟ ଥିଲା ୧୪୪୦୬୮, କିନ୍ତୁ ଜିଲ୍ଲା ୧୫୨୫୨୭ ନମ୍ବର ସହିତ ୧୦୦ ପ୍ରତିଶତ ରୁ ଅଧିକ ଟାର୍ଗେଟ ହାସଲ କରି ପାରିଛି ବୋଲି ସୂଚନା ଦିଆଯାଇଛି।

Read More
{}{}