Hindi News >>Home >>Odisha State

ଇସିଜି ବାହାନାରେ ଡାକ୍ତର କଲେ ଦୁଷ୍କର୍ମ, ଡାକ୍ତର ଆଇସିୟୁରେ

ପାଲଟା ଜବାବରେ ଡାକ୍ତରଙ୍କ ଏପରି କାଣ୍ଡକୁ ନେଇ ଉତ୍ୟକ୍ତ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସମ୍ପୃକ୍ତ ଡାକ୍ତର ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

Advertisement
ଇସିଜି ବାହାନାରେ ଡାକ୍ତର କଲେ ଦୁଷ୍କର୍ମ, ଡାକ୍ତର ଆଇସିୟୁରେ
Soubhagya Ranjan Mishra|Updated: Aug 13, 2024, 03:23 PM IST
Share

ଭୁବନେଶ୍ୱର: ଚିକିତ୍ସା ପାଇଁ ଆସିଥିବା ୨ ମହିଳା ରୋଗୀ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହା ପୁଣି ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ।  କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‍ପିଟାଲରେ ଏହି ଘଟଣା ଘଟିଛି। ପାଲଟା ଜବାବରେ ଡାକ୍ତରଙ୍କ ଏପରି କାଣ୍ଡକୁ ନେଇ ଉତ୍ୟକ୍ତ ପରିବାର ଲୋକେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସମ୍ପୃକ୍ତ ଡାକ୍ତର ଏବେ ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।

କଟକ ମଙ୍ଗଳାବାଗ ଥାନାରେ ହୋଇଥିବା ଏତଲା ଅନୁସାରେ ଗତ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଦୁଇଜଣ ମହିଳା ହୃଦ୍‍ରୋଗ ବିଭାଗକୁ ଆସିଥିଲେ। ତାଙ୍କର ଇସିଜି କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ରବିବାରଦିନ ସେମାନେ ଇସିଜି ପାଇଁ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାଙ୍କର ଇସିଜି କରିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏଥିନେଇ ଏମାମଲା ରୁଜୁ ହୋଇଥିବା  ଅତିରିକ୍ତ ଏସ୍‍ପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ମାମଲାକୁ ଭିତ୍ତିକରି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୁଲିସ ଏନେଇ ତଦନ୍ତ କରୁଛି। ଆବଶ୍ୟକ ସ୍ଥଳେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ।

ଅପରପକ୍ଷେ  ପୀଡ଼ିତାଙ୍କ ସମ୍ପର୍କୀୟ ତଥା ଏସ୍‍ସିବିରେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟ କରୁଥିବା କିଛି ଡାକ୍ତର ଏକାଠି ହୋଇ ସଂଘବଦ୍ଧ ଭାବେ ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିବା ହେତୁ ସେ ଆହତ ହୋଇ ଏବେ ଆଇସିୟୁରେ ଚିକିତ୍ସାଧୀନ ରହିଥିବା ଜଣାପଡ଼ିଛି। ଏ ନେଇ ଏକ ପାଲଟା ଅଭିଯୋଗ ମଧ୍ୟ ମଙ୍ଗଳାବାଗ ଥାନାରେ ଦାୟର କରାଯାଇଛି।

Also Read- Shani Margi 2024: ଦୀପାବଳି ପରେ ୩ ରାଶିର ଜୀବନରେ ଆସିବ ନୂଆ ଆଲୋକ

Read More
{}{}