Hindi News >>Home >>Odisha State

ରାଜ୍ୟରେ ବଢ଼ିଚାଲିଛି ବୁଲା କୁକୁରଙ୍କ ଆତଙ୍କ, ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଦେଲେ ଚାଞ୍ଚଲ୍ୟକର ତଥ୍ୟ

ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୨୪ ବର୍ଷ ଯଥା ଶେଷ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି।

Advertisement
dog bite cases
dog bite cases
Jagdish Barik|Updated: Dec 04, 2024, 08:28 PM IST
Share

ଭୁବନେଶ୍ୱର: ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ଦୁଇ ବର୍ଷରେ ୫ ଲକ୍ଷ ୨ ହଜାର ୬୭୨ ଜଣଙ୍କୁ ବୁଲା କୁକୁର କାମୁଡିଛନ୍ତି। ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ। ବୁଧବାର ଦିନ ବିଧାନସଭାରେ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି। ବିଧାୟକ ଶ୍ରୀ କାଡ୍ରକା ଆପାଲା ସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ।

ମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ ୨୦୨୪ ବର୍ଷ ଯଥା ଶେଷ ୧୦ ମାସରେ ୨ ଲକ୍ଷ ୪୩ ହଜାର ୫୬୫ ଜଣ ଲୋକ କୁକୁର କାମୁଡ଼ାରେ ଶିକାର ହୋଇଛନ୍ତି। ଜାନୁଆରୀ ମାସରେ ୩୩,୫୪୭ ଜଣଙ୍କୁ କୁକୁର କାମୁଡ଼ି ଥିବାବେଳେ, ଫେବ୍ରୁଆରୀ ମାସରେ ୩୨,୫୬୧, ମାର୍ଚ୍ଚରେ ୨୯,୮୦୧, ଏପ୍ରିଲରେ ୨୫,୭୬୦, ମେ’ରେ ୨୩,୨୯୧, ଜୁନ୍‌ରେ ୨୧,୧୨୮, ଜୁଲାଇରେ ୧୮,୫୨୯, ଅଗଷ୍ଟରେ ୧୮,୫୦୫, ସେପ୍ଟେମ୍ବରରେ ୧୯,୦୯୧ ଓ ଅକ୍ଟୋବରରେ ୨୧,୩୫୨ ଜଣଙ୍କୁ କୁକୁର କାମୁଡ଼ିଛି।

ସମପରି ୨୦୨୩ ବର୍ଷ ୨ ଲକ୍ଷ ୬୦ ହଜାର ଲୋକ କୁକୁର କାମୁଡ଼ାର ଶିକାର ହୋଇଛନ୍ତି ।

Read More
{}{}