Home >>Odisha State

Odisha Congress Prabhari: ବଦଳିଲେ କଂଗ୍ରେସ ପ୍ରଭାରୀ, ଓଡ଼ିଶା ଦାୟିତ୍ୱରେ ଡାକ୍ତର ଅଜୟ କୁମାର

ନୂଆଦିଲ୍ଲୀ: ବଦଳିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରି। ନିଯୁକ୍ତ ହେଲେ ନୁଆ ପ୍ରଭାରୀ। ଡାକ୍ତର ଅଜୟ କୁମାରଙ୍କୁ ଏହି ଦାୟିତ୍ୱ ଦେଇଛି ଏଆଇସିସି। ଓଡ଼ିଶା ସହିତ ତାଙ୍କୁ ତାମିଲନାଡ଼ୁ ଓ ପୁଡ଼ୁଚେରୀର ଦାୟିତ୍ୱ ଦିଆଯାଇଛି। ସେପଟ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରି ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ

Advertisement
Odisha Congress Prabhari: ବଦଳିଲେ କଂଗ୍ରେସ ପ୍ରଭାରୀ, ଓଡ଼ିଶା ଦାୟିତ୍ୱରେ ଡାକ୍ତର ଅଜୟ କୁମାର
Zee Odisha Desk|Updated: Dec 23, 2023, 08:44 PM IST
Share

Odisha Congress Prabhari: ନୂଆଦିଲ୍ଲୀ: ବଦଳିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରି। ନିଯୁକ୍ତ ହେଲେ ନୁଆ ପ୍ରଭାରୀ। ଡାକ୍ତର ଅଜୟ କୁମାରଙ୍କୁ ଏହି ଦାୟିତ୍ୱ ଦେଇଛି ଏଆଇସିସି। ଓଡ଼ିଶା ସହିତ ତାଙ୍କୁ ତାମିଲନାଡ଼ୁ ଓ ପୁଡ଼ୁଚେରୀର ଦାୟିତ୍ୱ ଦିଆଯାଇଛି। ସେପଟ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଭାରି ଥିବା ଚେଲ୍ଲା କୁମାରଙ୍କୁ ମେଘାଳୟ, ମିଜୋରାମ ଓ ଅରୁଣାଚଳ ପ୍ରଦେଶର ପ୍ରଭାରୀ ଦାୟିତ୍ୱ ନ୍ୟସ୍ତ କରିଛି। 

ସେହିପରି ଅନ୍ୟ ରାଜ୍ୟ ଗୁଡ଼ିକର ପ୍ରଭାରୀ ମଧ୍ୟ ଏଆଇସିସି ମଧ୍ୟ ପରିବର୍ତ୍ତନ କରିଛି। ଛତିଶଗଡ଼ ପ୍ରଭାରୀ ଭାବେ ସଚିନ ପାଇଲଟଙ୍କୁ ଦାୟିତ୍ୱ ଦିଆଯାଇଛି। ରମେଶ ଚେନ୍ନିଥାଲାଙ୍କୁ ମହାରାଷ୍ଟ୍ର, ମୋହନ ପ୍ରକାଶଙ୍କୁ ବିହାର, ରାଜୀବ ଶୁକ୍ଳାଙ୍କୁ ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼, ମୁକୁଲ ୱାସନିକ୍‌ଙ୍କୁ ଗୁଜରାଟ, ସୁଖଜିନ୍ଦର ସିଂହ ରାନ୍ଧ୍ୱାଙ୍କୁ ରାଜସ୍ଥାନ, ଦେବେନ୍ଦ୍ର ଯାଦବଙ୍କୁ ପଞ୍ଜାବ, ମାନିକରାଓ ଠାକରେଙ୍କୁ ଗୋଆ, ଡାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲୀ, ଗିରିଶ ଚୋଡ଼ଙ୍କରଙ୍କୁ ତ୍ରିପୁରା, ସିକ୍କିମ, ମଣିପୁର ଓ ନାଗାଲାଣ୍ଡ, ଏମ୍ ଟାଗୋରଙ୍କୁ ଆନ୍ଧ୍ର ପ୍ରଦେଶ, ଆଣ୍ଡାମାନ ଓ ନିକୋବର କଂଗ୍ରେସର ପ୍ରଭାରୀ ଭାବେ ନିଯୁକ୍ତ କରାଯାଇଛି। 

Read More
{}{}