Hindi News >>Home >>Odisha State

ଅସଲି ବୋତଲରେ ନକଲି ମଦ ବିକ୍ରି କରୁଥିଲେ ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ଉ

duplicate liquor: ଏଥିସହିତ ଉକ୍ତ ମଦ ଦୋକନର ଲାଇସେନ୍ସଧାରୀ ଜଣଙ୍କ ଝାଡଖଣ୍ଡର ହୋଇଥିବା ସୁଚନା ଦେଇଛନ୍ତି ଅବକାରୀ ବିଭାଗ।

Advertisement
ଅସଲି ବୋତଲରେ ନକଲି ମଦ ବିକ୍ରି କରୁଥିଲେ ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ଉ
Zee Odisha Desk|Updated: Sep 16, 2024, 06:14 PM IST
Share

ଭୁବନେଶ୍ଵର: ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ। ଜେସିବି ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର ମଦ ବୋତଲ। ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବିଦେଶୀ ମଦରେ ପାଣି ମିଶାଇ ବିକ୍ରି କରୁଥିଲେ ମଦ ଦୋକାନୀ। ସେଠାରୁ ୪୦ ଲକ୍ଷରୁ ଅଧିକ ଟଙ୍କାର ମଦ ଜବତ କରିଛି ଅବକାରୀ ବିଭାଗ। ଅବକାରୀ କମିସନର ନରସିଂହ ଭୋଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଯେଉଁମାନେ ଅପମିଶ୍ରିତ ମଦ କାର୍ଯ୍ଯରେ ଲିପ୍ତ ରହୁଛନ୍ତି ସେମାନଙ୍କ ବିରୋଧିରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏନେଇ ଅବକାରୀ କମିସନର ଚେତାବନୀ ଦେଇଛନ୍ତି।

ସେପଟେ ରେଡ୍‌ ପରେ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କମିଶନଙ୍କ ନିର୍ଦ୍ଦେଶରେ ଜବତ ହୋଇଥିବା ନକଲି ମଦ ବୋତଲ ଉପରେ ଜେସିବି ଚଳାଇଛି ଅବକାରୀ ବିଭାଗ। ଏଥିସହିତ ଉକ୍ତ ମଦ ଦୋକନର ଲାଇସେନ୍ସଧାରୀ ଜଣଙ୍କ ଝାଡଖଣ୍ଡର ହୋଇଥିବା ସୁଚନା ଦେଇଛନ୍ତି ଅବକାରୀ ବିଭାଗ।

Read More
{}{}