Home >>Odisha State

Odisha News: କେତେବେଳେ ବି ଖୋଲିପାରେ ହୀରାକୁଦ ବନ୍ଧ, ସତର୍କ ରହିବାକୁ ନିର୍ଦ୍ଦେଶ ଜାରି

Odisha News: ହୀରାକୁଦ ବନ୍ଧ ମଣ୍ଡଳୀ, ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଦସ୍ତଖତରେ ଜାରି ଏହି ଚିଠିରେ କୁହାଯାଇଛି,  ହୀରାକୁଦ ବନ୍ଧରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁରେ ଯେ କୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ଏଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। 

Advertisement
Odisha News: କେତେବେଳେ ବି ଖୋଲିପାରେ ହୀରାକୁଦ ବନ୍ଧ, ସତର୍କ ରହିବାକୁ ନିର୍ଦ୍ଦେଶ ଜାରି
Zee Odisha Desk|Updated: May 22, 2024, 02:02 PM IST
Share

Odisha News: ବର୍ଷା ଋତୁରେ କେତେବେଳେ ବି ହୀରାକୁଦର ନଦୀ ବନ୍ଧ ଖୋଲିପାରେ। ଏଥିଲାଗି ସଧାରଣ ଜନତାଙ୍କୁ ସତର୍କ କରିଛନ୍ତି ବନ୍ଧ କର୍ତ୍ତୃପକ୍ଷ। ବୁଧବାରଦିନ ଏଥିନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଗଣମାଧ୍ୟମ ଜରିଆରେ ପ୍ରଚାର କରାଯାଇଛି। ଏବେ ବର୍ଷାଋତୁ ଆସିବାକୁ ଥିବାରୁ ମମହାନଦୀ ଶଯ୍ୟାରେ ଯିବା ଆସିବା ତଥା ଅବାଧ ବ୍ୟବହାରରୁ କ୍ଷାନ୍ତ ରହିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଏହାଛଡ଼ା ଯେତେବେଳେ ପାଣି ଆସିବ ତାହାର ଦୁଇଘଣ୍ଟା ପୂର୍ବରୁ ଭିନ୍ନ ସାଇରନ୍‍ ବାଜିବ। ସେତେବେଳେ ଅତ୍ୟନ୍ତ ସତର୍କ ରହିବାକୁ କୁହାଯାଇଛି। ଏନେଇ ଆଜି ତଳ ମୁଣ୍ଡରେ ଥିବା ୧୨ଟି ଜିଲ୍ଲାର ଜିଲ୍ଲାପାଳ ଏସପିଙ୍କୁ ସତର୍କ ସୂଚନା ଦିଆଯାଇଛି।

ହୀରାକୁଦ ବନ୍ଧ ମଣ୍ଡଳୀ, ବୁର୍ଲାର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଦସ୍ତଖତରେ ଜାରି ଏହି ଚିଠିରେ କୁହାଯାଇଛି,  ହୀରାକୁଦ ବନ୍ଧରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ବର୍ଷାଋତୁରେ ଯେ କୌଣସି ସମୟରେ ବନ୍ୟାଜଳ ନିଷ୍କାସନ ହୋଇପାରେ। ଏଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ ବ୍ୟବହାର ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ବନ୍ଧ ବାମ ସ୍କିଲୱେ ଠାରେ ସାଇରନ ବଜାଇବାର ବ୍ୟବସ୍ଥା ହୋଇଅଛି । ଏହି ସାଇରନ ୨ ମିନିଟ ଅବିଚ୍ଛିନ୍ନ ଭାବରେ ବାଜିବା ପରେ ୨ ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଚ୍ଛିନ୍ନ ଭାବରେ ବାଜିଚାଲିବ। ଗେଟ ଖୋଲାଯିବାର ଦୁଇଘଣ୍ଟା ପୂର୍ବରୁ ସାଇରନ ଅବିଚ୍ଛିନ୍ନ ଭାବରେ ବାଜିବ ବୋଲି ଏହି ଚିଠିରେ କୁହାଯାଇଛି।

ରାଜ୍ୟରେ ବନ୍ୟା ନିୟନ୍ତ୍ରଣରେ ହୀରାକୁଦ ନଦୀବନ୍ଧର ବିଶେଷ ଭୂମିକା ରହିଛି। ଏହାଦ୍ୱାରା ୧୨ଟି ଜିଲ୍ଲାରେ ବନ୍ୟା ନିୟନ୍ତ୍ରଣ କରାଯାଇଥାଏ। ପ୍ରତି ବର୍ଷ ନିର୍ଦ୍ଧାରିତ ପରିମାଣଠାରୁ ବନ୍ଧରେ ପାଣି ହେଲେ ନିଷ୍କାସନ କରାଯାଇଥାଏ। ଏଥର ମୌସୁମୀ ଶୀଘ୍ର ଆସିବାକୁ ଥିବାରୁ ବନ୍ଧ କର୍ତ୍ତୃପକ୍ଷ ସଚେତନତା ବାର୍ତ୍ତାକୁ   ପ୍ରସାର କରିଛନ୍ତି। ବନ୍ଧ ଖୋଲାଯିବାର ଖୁବ୍‍ କମ୍‍ ସମୟ ଭିତରେ ପାଣି ଆସୁଥିବାରୁ ସ୍ଥାନୀୟ ଅଞ୍ଚଳର ଲୋକେ ଯେମିତି ସତର୍କ ରହିବେ ଏବଂ ଏନେଇ ଯେମିତି କାହାର ଧନ ଜୀବନ କ୍ଷତି ନହୁଏ ସେଥିଲାଗି ସତର୍କ କରିବାକୁ ଏହିପରି ବିଜ୍ଞପ୍ତି ଜାରି କରାଯାଇଛି।

ମହାନଦୀ ଉପରେ ଥିବା ହିରାକୁଦ ବନ୍ଧରେ ସମୁଦାୟ ୬୪ଟି ଜନଳ ନିଷ୍କାସନ ପାଇଁ ଗେଟ୍‍ ରହିଛି। ସମୁଦାୟ ବନ୍ଧର ଦୈର୍ଘ୍ୟ ୨୫ କିଲୋମିଟର ହୋଇଥିଲେ ମଧ୍ୟ ମୁଖ୍ୟ ବନ୍ଧ ୪.୮ କିଲୋମିଟର ଲମ୍ବା। ଏଥିରୁ ୩୪୭.୫ ମେଗାଓ୍ୱାଟ ଜଳ ବିଦ୍ୟୁତ୍‍ ଉତ୍ପାଦନର ବ୍ୟବସ୍ଥା ରହିଛି। ୧୯୫୭ ମସିହାରେ ଏହି ବନ୍ଧକୁ ଦେଶବାସୀଙ୍କ ଲାଗି ଉତ୍ସର୍ଗ କରାଯାଇଥିଲା, ଯାହା ୮୩ ହଜାର ୪୦୦ ବର୍ଗ କିଲେମିଟର ମହାନଦୀ ଅବବାହିକାରେ ହେଉଥିବା ବର୍ଷା ଜଳକୁ ଧାରଣ କରିବାର କ୍ଷମତା ରଖିଛି।

Read More
{}{}