Hindi News >>Home >>Odisha State

Electricity BIll: ବଢିବନି ବିଦ୍ୟୁତ ବିଲ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏବେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କରାଯିବ ନାହିଁ ବୋଲି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ବିଦ୍ୟୁତ ଦର ବୃଦ୍ଧି ନେଇ ଏବେ କୌଣସି ଆଲୋଚନା ହୋଇନଥିବା ସେପ୍ରକାଶ କରିଛନ୍ତି। 

Advertisement
Electricity BIll: ବଢିବନି ବିଦ୍ୟୁତ ବିଲ, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ
Prabhudatta Moharana|Updated: Dec 24, 2024, 10:13 AM IST
Share

Electricity BIll: ଭୁବନେଶ୍ୱର: ଏବେ ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧି କରାଯିବ ନାହିଁ ବୋଲି ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ବିଦ୍ୟୁତ ଦର ବୃଦ୍ଧି ନେଇ ଏବେ କୌଣସି ଆଲୋଚନା ହୋଇନଥିବା ସେପ୍ରକାଶ କରିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବିଜୁଳି ଦର ବଢାଇବା ନିମନ୍ତେ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। 

ଏଠାରେ କହି ରଖୁ କି ରାଜ୍ୟରେ ବିଜୁଳି ଦର ବୃଦ୍ଧି କରିବାକୁ ଗ୍ରୀଡକୋ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସିଙ୍କ ନିକଟରେ ପ୍ରସ୍ତାବ ରଖିଛି। ଓଇଆରସି ଏହା ଉପରେ ଶୁଣାଣି କରୁଛନ୍ତିଯ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ଏନେଇ କହିଛନ୍ତି ଯେ ବିଜୁଳି ଦର ସମ୍ପର୍କିତ ନିଷ୍ପତ୍ତି ଓଇଆରସି ନେଇଥଆଏ। 

ଉତ୍ପାଦନ ଖର୍ଚ୍ଚକୁ ଦେଖି ବିଜୁଳି ଦର ବଢାଇବା ପାଇଁ ଗ୍ରୀଡକୋ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ୨୦୨୫-୨୬ ଆର୍ଥିକ ବର୍ଷରେ ୟୁନିଟ ପିଛା ୫୪ ପଇସା ବଢାଇବାର ଆଶଙ୍କା ରହିଛି। ସେହିପରି ୨୦୨୩-୨୪ରେ ୟୁନିଟ ପିଛା ୩ ଟଙ୍କା ୨୯ ପଇସା ବିଜୁଳି ଦର ଥିବା ବେଳେ ୨୦୨୫-୨୬ରେ ୩ ଟଙ୍କା ୮୨ ପଇସା ହେବାର ପ୍ରସ୍ତାବ ଦିଆଯାଇଛି। ଓଇଆରସି ଏହା ଉପରେ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ ନେଇ ନାହାନ୍ତି। 

Read More
{}{}