Home >>Odisha State

Soumyashree Bisi: ସୁନାଝିଅ ସୌମ୍ୟାଶ୍ରୀଙ୍କ ଏକାଦଶାହ ସ୍ମୃତିରେ ଜନ୍ମମାଟିରେ ଶ୍ରଦ୍ଧାସୁମନ ଅର୍ପଣ

ବାଲେଶ୍ବର: ନ୍ୟାୟପାଇଁ ସଂଘର୍ଷ ଓ ସ୍ୱାଭିମାନର ଅନ୍ୟନାମ ହେଉଛି ସୌମ୍ୟାଶ୍ରୀ  । ଫକୀର ମହୋନ କଲେଜରେ ନ୍ୟାୟ ଓ ନିଜର ସ୍ୱାଭିମାନ ପାଇଁ ଲଢେଇ କରି ଶେଷରେ ଆତ୍ମାହୁତି ଦେଇଥିବା ସାହସୀ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଗୁରୁବାର ଜନ୍ମମାଟି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଳାସୀଆ ଗାଁ ହାଇସ୍କୁଲ ପଡିଆରେ ସୌମ୍ୟାଶ୍ରୀ ସ୍ମୃତି ଚାରଣ କମିଟି ପକ୍ଷରୁ "ଆମ ସୁନାଝିଅ ସୌମ୍ୟାଶ୍ରୀ" ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Advertisement
Soumyashree Bisi: ସୁନାଝିଅ ସୌମ୍ୟାଶ୍ରୀଙ୍କ ଏକାଦଶାହ ସ୍ମୃତିରେ ଜନ୍ମମାଟିରେ ଶ୍ରଦ୍ଧାସୁମନ ଅର୍ପଣ
Narmada Behera|Updated: Jul 25, 2025, 11:39 AM IST
Share

ବାଲେଶ୍ବର: ନ୍ୟାୟପାଇଁ ସଂଘର୍ଷ ଓ ସ୍ୱାଭିମାନର ଅନ୍ୟନାମ ହେଉଛି ସୌମ୍ୟାଶ୍ରୀ  । ଫକୀର ମହୋନ କଲେଜରେ ନ୍ୟାୟ ଓ ନିଜର ସ୍ୱାଭିମାନ ପାଇଁ ଲଢେଇ କରି ଶେଷରେ ଆତ୍ମାହୁତି ଦେଇଥିବା ସାହସୀ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଏକାଦଶାହରେ ଗୁରୁବାର ଜନ୍ମମାଟି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପଳାସୀଆ ଗାଁ ହାଇସ୍କୁଲ ପଡିଆରେ ସୌମ୍ୟାଶ୍ରୀ ସ୍ମୃତି ଚାରଣ କମିଟି ପକ୍ଷରୁ "ଆମ ସୁନାଝିଅ ସୌମ୍ୟାଶ୍ରୀ" ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିବସ ବ୍ୟାପି ବେଦଜ୍ଞ ପଣ୍ଡିତ ବ୍ରାହ୍ମଣ ମାନଙ୍କ ଦ୍ୱାରା ଗୀତାମୃତ ଚାରଣ କରାଯାଇଥିଲା ବେଳେ ଏହି ପରିପେକ୍ଷୀରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ମନ୍ତ୍ରୀ, ରାଜନେତା , ସମାଜସେବୀ, ବୁଦ୍ଧିଜୀବୀ, ସାମ୍ବାଦିକ, ଛାତ୍ର ଛାତ୍ରୀ,ସାଧାରଣ ବର୍ଗର ହଜାର ହଜାର ଲୋକେ ସୌମ୍ୟାଶ୍ରୀଙ୍କ ଜନ୍ମମାଟିରେ ପହଞ୍ଚି ତାଙ୍କର ଫୋଟ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ଏଠାରେ ସୂଚନା ଥାଉକି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନ ପଳାସୀଆ ଗ୍ରାମର ବଳରାମ ବିଶିଙ୍କ ଝିଅ ସ୍ବର୍ଗତା ସୌମ୍ୟାଶ୍ରୀ ବିଶି ବାଲେଶ୍ବର ସହର ସ୍ଥିତ ଫକୀର ମହୋନ କଲେଜର ଇଣ୍ଟିଗ୍ରେଟ ବିଏଡ଼ ବିଭାଗର ଛାତ୍ରୀ ଥିଲେ  । ବିଭାଗୀୟ ମୁଖ୍ୟ ଅଧ୍ୟାପକ ସମୀର କୁମାର ସାହୁ ସୌମ୍ୟାଶ୍ରୀଙ୍କୁ ପାଠପଢ଼ା ବାହାନାରେ ଦୀର୍ଘ ମାସ ଧରି ମାନସିକ ଓ ଯୌନ ଉତ୍ପୀଡ଼ନ ଦେଉଥିଲେ ! ଏବାବଦରେ ସେ କଲେଜର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅଭ୍ୟନ୍ତରୀଣ ଶୃଙ୍ଖଳା କମିଟି ନିକଟରେ ନ୍ୟାୟ ପାଇଁ ଲିଖିତ ଅଭିଯୋଗ କରିଥିଲେ, ପରେ ସ୍ଥାନୀୟ ପୁଲିସ, ବିଧାୟକ, ସାଂସଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରୀ ଜଣକ ଟୁଇଟ କରି ଜଣାଇଥିଲେ  ।ମାତ୍ର ସବୁ କ୍ଷେତ୍ରରୁ ନ୍ୟାୟ ପାଇଁ ନିରାଶ ହେବା ପରେ ଗତ 12 ତାରିଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଗୁରୁତ୍ତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଗତ 14 ତାରିଖରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଘଟଣାକୁ ନେଇ ଓଡିଶା ରାଜନୀତିରେ ନିଆଁ ଲାଗିଯାଇଛି  । ଅଭିଯୁକ୍ତ ଅଧ୍ୟାପକ ଶ୍ରୀ ସାହୁ ଓ ଅଧ୍ୟକ୍ଷ ଶ୍ରୀ ଘୋଷଙ୍କୁ ପୁଲିସ ଗିରଫ କରିଥିବା ବେଳେ ବିରୋଧୀ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାର ଓ ସରକାରୀ ଵିଧି ବ୍ୟବସ୍ଥାକୁ ଘଟଣା ପାଇଁ ଦାୟୀ କରି ଆନ୍ଦୋଳନ ଚାଲୁ ରଖିଛନ୍ତି  । ଆଜି ତାଙ୍କର ମୃତ୍ୟୁର 11 ଦିନରେ ସୌମ୍ୟାଶ୍ରୀ ସ୍ମୃତି କମିଟି ପକ୍ଷରୁ ଜନ୍ମମାଟି ପଳାସିଆ ଠାରେ ସୁନାଝିଅ ସୌମ୍ୟାଶ୍ରୀଙ୍କ ସ୍ମୃତିରେ ଏକ ଶ୍ରଦ୍ଧାସୁମନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ, ଶ୍ରମ ଓ ଇଏସ ଆଇ ମନ୍ତ୍ରୀ ମାନ୍ୟବର ଗଣେଶ ରାମ ସିଂଖୁଣ୍ଟିଆ ପହଞ୍ଚି ସ୍ବର୍ଗତା ଆତ୍ମାଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  । ପରେ ପରିବାର ବର୍ଗକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ! ଅନ୍ୟମାନଙ୍କ ମଧ୍ୟରେ ଓଡିଶା ବିଧାନ ସଭାର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସଦର ବିଧାୟକ ମାନସ କୁମାର ଦତ୍ତ,ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ବସ୍ତା ବିଧାୟିକା ସୁବାସିନୀ ଜେନା, କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା, ବିଜେଡି ରାଜ୍ୟ ସମ୍ପାଦିକା ଡ଼ଃ ଲେଖାଶ୍ରୀ ସାମନ୍ତ ସିଂହାର, ପୂର୍ବତନ ବାଲେଶ୍ବର ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା, ଭୋଗରାଇ ବ୍ଲକ ଅଧ୍ୟକ୍ଷ ପ୍ରବୀର କୁମାର ଗିରି, ଶୁଭେନ୍ଦୁ ମଙ୍ଗରାଜ, କଂଗ୍ରେସ ନେତା ସତ୍ୟଶିବ ଦାସ, ସନ୍ତୋଷ କୁମାର ଜେନା, ବିକ୍ରମ ପଣ୍ଡା, ସୁକୁମାର ଦାସ, ବିଜେପି ର ବାଲେଶ୍ବର ଜିଲ୍ଲା ପୂର୍ବତନ ସଭାପତି ଉମାକାନ୍ତ ମହାପାତ୍ର, ଉତ୍ତର ବାଲେଶ୍ବର ଜିଲ୍ଲା ସଭାପତି ପ୍ରଦୀପ ପଣ୍ଡା, ଭୋଗରାଇ ନେତା ଆଶିଷ ପାତ୍ର, ବ୍ରଜ ମହୋନ ପ୍ରଧାନ, ରବୀନ୍ଦ୍ର ଅଣ୍ଡିଆ, ରବୀନ୍ଦ୍ର ଜୈନ, ରାଧାକାନ୍ତ ପ୍ରଧାନ, ଅଂଶୁମାନ ମହାନ୍ତି, ସୁନୀଲ କର, କୌଶିକ ଚାନ୍ଦ, ରାଜେଶ ଖଟୁଆ, ସଂଜୀବ ସାହୁ, ଆଶିଷ ଘୋଷ, ଦିଲ୍ଲୀପ ଦତ୍ତ, ଶିକ୍ଷାବିତ ବିଦୁବେନ୍ଦୁ ପାତ୍ର, ଗୋପବନ୍ଧୁ ମହାପାତ୍ର ପ୍ରମୁଖ ସ୍ବର୍ଗତା ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ  ।

 

ଏହି ସଭାରେ ପଣ୍ଡିତ ଡ଼ଃ ଶତୀଶ ଚନ୍ଦ୍ର ପଣ୍ଡା ଗୀତାମୃତ ବ୍ୟାଖ୍ୟା କରିବା ଥିବା ବେଳେ ତିନି ହଜାରରୁ ଅଧିକ ଜନସାଧାରଣ ସାମିଲ ହୋଇଥିବା ବେଳେ ସାତ ପ୍ଲାଟୁନ ପୁଲିସ ଫୋର୍ସ ଏବଂ ପୁଲିସର ବହୁ ଉଚ୍ଚ ପଦାଧିକାରୀ ସହିତ ନିଜେ ଉତ୍ତରାଞ୍ଚଳ ଡିଆଇଜି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା  ।

 

Read More
{}{}