Hindi News >>Home >>Odisha State

ଅବକାରୀ ବିଭାଗର ପକ୍ଷରୁ ସାଲିଆସାହିରେ ପୁଣି ଚାଲିଲା ବୁଲ୍‌ଡୋଜର

Excise Raid: ଆଜି ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚି ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ କରିଛି।

Advertisement
ଅବକାରୀ ବିଭାଗର ପକ୍ଷରୁ ସାଲିଆସାହିରେ ପୁଣି ଚାଲିଲା ବୁଲ୍‌ଡୋଜର
Zee Odisha Desk|Updated: Aug 29, 2024, 11:52 AM IST
Share

ଭୁବନେଶ୍ଵର: ରାଜଧାନୀର ସାଲିଆସାହିରେ ଚୋରା ମଦ ବ୍ୟବସାୟୀଙ୍କ ବିରୋଧରେ ଅବକାରୀ ବିଭାଗର ବଡ଼ ଡ୍ରାଇଭ୍। ସାଲିଆ ସାହିରେ ଦୀର୍ଘଦିନ ହେଲା ଚୋରା ଦେଶୀ ମଦ ବ୍ୟବସାୟ ଚଳାଉଥିବା ବ୍ୟବସାୟୀଙ୍କ ଘର ଭାଙ୍ଗୁଛି ପ୍ରଶାସନ। ଆଜି ପୁଣି ସାଲିଆ ସାହିରେ ଅବକାରୀ ବିଭାଗ ପକ୍ଷରୁ ବୁଲଡୋଜର ଚଳାଇ ଦିଆଯାଇଛି। ଦେଶୀ ମଦର ଆଡ୍ଡାସ୍ଥଳୀକୁ ଜେସିବି ଲଗାଇ ଭାଙ୍ଗୁଛି ଅବକାରୀ ବିଭାଗ। ବର୍ତ୍ତମାନ ଯାଏଁ ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରିସାରିଛି ଅବକାରୀ ବିଭାଗ। 

ସୂଚନାଥାଉକି, ଗତ କିଛିଦିନ ତଳେ ସାଲିଆସାହିରେ ଦେଶୀ ମଦ କାରବାର ଚାଲିଥିଲା। ଦେଶୀ ମଦ କାରବାର ପାଇଁ ଘର ଭିତରେ ହୋଇଥିଲା ସିକ୍ରେଟ ଚାମ୍ବର। ଆଉ ଏହାରି ଭିତରେ ଚାଲୁଥିଲା ଦେଶୀ ମଦ ପ୍ରସ୍ତୁତି, ଗଚ୍ଛିତ ହୋଇଥିଲା ଶହ ଶହ ଲିଟର ଦେଶୀମଦ। ସ୍ପେଶାଲ ଡ୍ରାଇଭରେ ସାଲିଆ ସାହିରେ ଚଢାଉ କରି ଏହି ଶୁଡଙ୍ଗ ଠାବ କରିବା ସହ ଜଣଙ୍କୁ ଗିରଫ କରିଥିଲା ପୁଲିସ। ଏହାପୂର୍ବରୁ ମଧ୍ୟ ସାଲିଆ ସାହିରେ ଚଢାଉ କରି ତିନୋଟି ବେଆଇନ ମଦ ଭାଟିକୁ ନଷ୍ଟ କରିଥିଲା ପୁଲିସ। ଚଢାଉ ବେଳେ ମଧ୍ୟ ହଜାର ହଜାର ଲିଟର ଦେଶୀ ମଦ ଜବତ କରାଯାଇଥିଲା।

ଅନ୍ୟପଟେ ଆଜି ଇଡକୋ ଓ ନୀଳଚକ୍ରନଗରରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଘଟଣାସ୍ଥଳରେ ଅବକାରୀ ବିଭାଗ ପହଞ୍ଚି ବିପୁଳ ପରିମାଣର ପୋଚ ଜବତ କରିବା ସହ ନଷ୍ଟ କରିଛି। ଗତ ୨୬ ତାରିଖରେ ମୁଣ୍ଡା ସାହିରେ ଅବକାରୀ ବିଭାଗ ଚୋରା ମଦ ଭାଟି ଠାବ କରିବା ସହ ବ୍ୟାପକ ପରିମାଣର ପୋଚ ଓ ମଦ ନଷ୍ଟ କରିଥିଲା। ଅବକାରୀ କମିଶନର ନରସିଂହ ଭୋଳଙ୍କ ନିର୍ଦ୍ଦେଶ କ୍ରମେ ଚଢାଉକୁ ବ୍ୟାପକ କରାଯାଇଥିଲା।

Read More
{}{}