Home >>Odisha State

Odisha CM: ସରକାରୀ ଜମିରୁ ହଟିବ ଜବରଦଖଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Odisha CM: ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଯିବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ।  

Advertisement
Odisha CM: ସରକାରୀ ଜମିରୁ ହଟିବ ଜବରଦଖଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Zee Odisha Desk|Updated: Jul 08, 2024, 12:23 PM IST
Share

Odisha CM: ଦୀର୍ଘଦିନ ଧରି ସରକାରୀ ଜମି ଉପରେ ଗଢ଼ିଉଠିଥିବା ବାଣିଜ୍ୟିକ ପ୍ରତିଷ୍ଠାନ, ଦେବ ପ୍ରତିଷ୍ଠାନ, ଘର   ତଥା ସବୁ ପ୍ରକାରର ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଜିଲ୍ଲାପାଳମାନେ ଏନେଇ ରିପୋର୍ଟ ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଲାଗି ଆଦେଶ ଦେବେ। ଦରକାର ପଡ଼ିଲେ ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରାମା୍ଣ ନେବାକୁ ମଧ୍ୟ କୁହାଯାଇଛି। 

ନିକଟରେ କିଛି ହୋଟେଲ ଏବଂ ଢାବା ତଥା ଅତିଥି ଭବନ ସରକାରୀ ଜମି ଉପରେ ଗଢ଼ି ଉଠିବାକୁ ନେଇ ଚର୍ଚ୍ଚା ଚାଲିଥିଲା। ପୂର୍ବ ସରକାର ସମୟରେ କିଛି ଟାଣୁଆ ନେତା ସେମାନଙ୍କ ଅଞ୍ଚଳରେ ଏପରି ଜବରଦଖଲ କରି ସରକାରୀ ଜମିକୁ ନିଜ କବଳରେ ରଖିଥିଲେ। ଏହି ବିଷୟ ଚର୍ଚ୍ଚା ହେବା ପରେ ସରକାର ଏସବୁକୁ ହଟାଇବା ଲାଗି ନିର୍ଦ୍ଦଶ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି ବେଆଇନ ଜବର ଦଖଲ ହଟାଯିବ।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାରୀ ଜମି ଗୁଡିକ ମୁଖ୍ୟତଃ ବିକାଶ ଓ ସର୍ବସାଧାରଣ କଲ୍ୟାଣ କାର୍ଯ୍ୟ ନିମନ୍ତେ ବ୍ୟବହାର ହୁଏ। ଜବର ଦଖଲ ଯୋଗୁ ବିକାଶ ବାଧାପ୍ରାପ୍ତ ହେଉଛି। ତେଣୁ ଏସବୁ ବେଆଇନ ଦଖଲ ତୁରନ୍ତ ହଟାଯିବା ଆବଶ୍ୟକ।

ପ୍ରଚଳିତ ନିୟମ ଅନୁଯାୟୀ, ଜବର ଦଖଲ ହଟିବା ପରେ ଏହାକୁ ବାଡ଼ ବସାଇ ଓ ଏଥିରେ ସମସ୍ତଙ୍କ ଦୃଷ୍ଟି ଗୋଚର ହେବା ଭଳି ସାଇନ୍ ବୋର୍ଡ ଲଗାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆ ଯାଇଛି। 

Also Read: extends the pg entrance exam : ଘୁଞ୍ଚିଲା ପିଜି ପ୍ରବେଶିକା ପରୀକ୍ଷା

Also Read: NEET UG : ଆଜି ସୁପ୍ରିମକୋର୍ଟରେ NEET ଉପରେ ଆଲୋଚନା : ଛାତ୍ରଛାତ୍ରୀଙ୍କୁ ମିଳିବ କି ଆସ୍ଵସ୍ଥି?

Read More
{}{}