Home >>Odisha State

Odisha News: ନକଲି ଜମି ମାଲିକଙ୍କୁ ଧରିଲା ବାୟୋମେଟ୍ରିକ୍ ଯାଞ୍ଚ, ୩ ମହିଳା ସହ ୪ ଗିରଫ

Odisha News: ସେହି ଜମିଟି ଦୀର୍ଘ ଦିନ ଧରି ପ୍ରଶାନ୍ତି ଓ କବିତାଙ୍କ ନାମରେ ପଞ୍ଜିକରଣ ହୋଇନଥିବାରୁ ବର୍ତ୍ତମାନ ଯାଏଁ ଜମି ବିକିଥିବା ମାଲିକଙ୍କ ନାଁରେ ରହିଥିଲା । ସେହିକ୍ରମରେ ପ୍ରଶାନ୍ତି ଉକ୍ତ ଜମିଙ୍କୁ ତାଙ୍କର ଏବଂ କବିତାଙ୍କ ନାମରେ କରିବାକୁ ବ୍ରହ୍ମପୁର ଉପନିବନ୍ଧକ-୨ ଙ୍କ କାର୍ଯ୍ୟାଳୟକୁ ଯାଇ ଉକ୍ତ ଜମିର ସଂଶୋଧିତ ହସ୍ତାବିଜ ପାଇଁ ଆବେଦନ କରିଥିଲେ। 

Advertisement
Odisha News: ନକଲି ଜମି ମାଲିକଙ୍କୁ ଧରିଲା ବାୟୋମେଟ୍ରିକ୍ ଯାଞ୍ଚ, ୩ ମହିଳା ସହ ୪ ଗିରଫ
Priyambada Rana|Updated: Dec 23, 2024, 10:23 AM IST
Share
Odisha News: (ପ୍ରେମାନନ୍ଦ ପୂଜାରୀ) ବ୍ରହ୍ମପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟ(୨)ରେ ପ୍ରକୃତ ଜମି ମାଲିକ ବଦଳରେ ଅନ୍ୟଜଣେ ମହିଳାଙ୍କୁ ଛିଡା କରାଇ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜିକରଣ ଉଦ୍ୟମ ପଣ୍ଡ ହୋଇଯାଇଛି । ଆଧାର କାର୍ଡ ବାୟୋମେଟ୍ରିକ ଯାଞ୍ଚ ପରେ ନକଲି ମହିଳା ଜଣକ ଧରାପଡି ଯାଇଥିବା ବେଳେ ଏହି ନକଲି କାରବାରର ମାଷ୍ଟରମାଇଣ୍ଡ ସମେତ ୨ ଜଣ ସାକ୍ଷୀଙ୍କୁ ମିଶାଇ ମୋଟ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଏହି ଘଟଣାର ମାଷ୍ଟରମାଇଣ୍ଡ ରମ୍ଭା ନିକଟ ହରିପୁର ବୁରୁଡିର ପ୍ରଶାନ୍ତି ନାହାକ(୩୦), ନକଲି ଜମି ମାଲିକ ଶିପକୁଡା ଗ୍ରାମର ବାସନ୍ତି ନାହାକ ଓରଫ ପାଞ୍ଚେଇ (୫୨), ୨ ଜଣ ସାକ୍ଷୀ ପୁଷ୍ପାଞ୍ଜଳୀ ନାହାକ ଓରଫ ମିନି (୩୧) ଓ ତାଙ୍କ ଭାଇ ସାନ୍ତୁନୁ କୁମାର ନାହାକ(୩୫)। 
 
ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକଙ୍କ ଠାରୁ ମିଳିଥିବା ସୂଚନାପ୍ରକାରେ, ଅଭିଯୁକ୍ତ ମହିଳା ପ୍ରଶାନ୍ତି ନାୟକ ଏବଂ ମଧୁରଚୁଆ ଗ୍ରାମର ମହିଳା କବିତା ନାହାକ ମିଳିତ ଭାବେ ଗୁଜୁରାଟର ଏକ କମ୍ପାନୀରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ୨୦୧୯ରେ ଉଭୟ କରାପଲ୍ଲୀ ମୌଜାରେ ମିଳିତଭାବେ ଏକ ଜମି କିଣିଥିଲେ । ତେବେ ସେହି ଜମିଟି ଦୀର୍ଘ ଦିନ ଧରି ପ୍ରଶାନ୍ତି ଓ କବିତାଙ୍କ ନାମରେ ପଞ୍ଜିକରଣ ହୋଇନଥିବାରୁ ବର୍ତ୍ତମାନ ଯାଏଁ ଜମି ବିକିଥିବା ମାଲିକଙ୍କ ନାଁରେ ରହିଥିଲା । ସେହିକ୍ରମରେ ପ୍ରଶାନ୍ତି ଉକ୍ତ ଜମିଙ୍କୁ ତାଙ୍କର ଏବଂ କବିତାଙ୍କ ନାମରେ କରିବାକୁ ବ୍ରହ୍ମପୁର ଉପନିବନ୍ଧକ-୨ ଙ୍କ କାର୍ଯ୍ୟାଳୟକୁ ଯାଇ ଉକ୍ତ ଜମିର ସଂଶୋଧିତ ହସ୍ତାବିଜ ପାଇଁ ଆବେଦନ କରିଥିଲେ। 
 
ଏହାପରେ କବିତାଙ୍କୁ ଗୁଜୁରାଟରୁ ବ୍ରହ୍ମପୁର ଆସିବାକୁ କହିଥିଲେ । ହେଲେ ବ୍ୟକ୍ତିଗତ କାର୍ଯ୍ୟ ଯୋଗୁଁ କବିତା ବର୍ତ୍ତମାନ ବ୍ରହ୍ମପୁର ଆସିପାରିବେ ନାହିଁ ବୋଲି କହିଥିଲେ । ସେହିକ୍ରମରେ ପ୍ରଶାନ୍ତି ଉକ୍ତ ଜମି ପଞ୍ଜିକରଣ ପାଇଁ କବିତାଙ୍କ ବଦଳରେ ଅନ୍ୟ ଜଣେ ମହିଳା ( ବାସ୍ତନ୍ତି) ଙ୍କୁ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଛିଡା କରାଇ ଜମି ପଞ୍ଜିକରଣ ପାଇଁ ଯୋଜନା କରିଥିଲେ। ପ୍ରଶାନ୍ତିଙ୍କ କହିବା ମୁତାବକ ଅଭିଯୁକ୍ତ ମହିଳା ବାସନ୍ତି ନାହାକ ନିଜକୁ କବିତା ନାହାକ ବୋଲି ଦର୍ଶାଇ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ସେହିପରି ଅନ୍ୟ ଅଭିଯୁକ୍ତ ମହିଳା ପୁଷ୍ପାଞ୍ଜଳି ଓ ତାଙ୍କ ଭାଇ ସାନ୍ତୁନୁ ସାକ୍ଷୀ ଭାବେ କାର୍ଯ୍ୟାଳୟରେ ଉପସ୍ଥିତ ହୋଇଥିଲେ । ବାସନ୍ତି ଜମି ପଞ୍ଜିକରଣ ପାଇଁ ନିଜ ଆଧାର କାର୍ଡ ଦେଇଥିଲେ । ହେଲେ ଆଖି ଓ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ବେଳେ ପ୍ରକୃତ ଜମି ମାଲିକଙ୍କ ସହ କବିତାଙ୍କ ତଥ୍ୟ ମେଳ ଖାଇନଥିଲା। ବାସନ୍ତି ପ୍ରକୃତ ଜମି ମାଲିକ ତଥା କବିତା ନୁହଁ ବୋଲି ଜଣାପଡିଥିଲା । 
 
ଯାହା ଫଳରେ ଉପନିବନ୍ଧକ ସମରଜିତ ତ୍ରିପାଠୀଙ୍କ ପକ୍ଷରୁ ଏହି ଜାଲିଆତି ଏବଂ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଟାଉନ ଥାନାରେ ଅଭିଯୋଗ କରାଯାଇ ଯାଇଥିଲା। ଏହା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଉପରୋକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ପରେ ରବିବାର କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତଙ୍କ ନିକଟରୁ ଇ-ଷ୍ଟାମିଂ ପେପର, ପାର୍ଟିସନ ଡିଡ୍, ଟ୍ରେସ ମ୍ୟାପ, ଆଧାର କାର୍ଡ, ଇସି ସାର୍ଟିଫିକେଟ, ମନି ରସିଦ, ସେଲ ଡିଡ ସହ ଅନ୍ୟାନ୍ୟ କାଗଜ ପତ୍ର ପୋଲିସ ଜବତ କରିଥିବା ଜଣାପଡିଛି।
Read More
{}{}