Farmer Registration: ଆଜିଠାରୁ ଆରମ୍ଭ ହେଉଛି ଖରିଫ୍ ଧାନ ବିକ୍ରି ଲାଗି ପଞ୍ଜିକରଣ। ଏହା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୯ ସୁଧା ଚାଷୀଙ୍କ ତଥ୍ୟ ସମ୍ପୁର୍ଣ୍ଣ ଯାଂଚ ପ୍ରକ୍ରିୟା ଶେଷ ହେବ। ସେପ୍ଟେମ୍ବର ୩୦ ସୁଧା ଯୋଗ୍ୟ ଚାଷୀଙ୍କ ତାଲିକା ପ୍ରକାଶ ପାଇବ। ନଭେମ୍ବରର ପ୍ରଥମ ସପ୍ତାହରୁ ସରକାର ଧାନ କିଣିବେ। ୨୦୨୬ ମାର୍ଚ୍ଚ ୩୧ ତାରିଖରେ ଧାନ କିଣା ସରିବ ବୋଲି ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଡିଜିଟାଲ୍ କୃଷି ଅଧିନରେ କୃଷକ ପଞ୍ଜିକରଣ ଜାରି ରହିଛି। ସମସ୍ତ ବର୍ଗର ଚାଷୀ ଓ ପିଏମ୍ କିଷାନ ଅଧିକାରୀ ଏଥିରେ ପଞ୍ଜିକୃତ ହେବା ବାଧ୍ୟତାମୂଳକ । ନଚେତ୍ ପଞ୍ଜିକୃତ ହୋଇ ନଥିବା କୃଷକ ବା ଚାଷୀ ପିଏମ୍ କିଷାନ ଯୋଜନାରୁ ବଞ୍ଚିତ ହୋଇପାରନ୍ତି ବୋଲି ରାଜ୍ୟ କୃଷି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଚାଷୀଟିଏ ପଞ୍ଚିକରଣ କରିବା ପାଇଁ ଆଧାର କାର୍ଡ଼, ଆଧାରରେ ଥିବା ମୋବାଇଲ୍ ନମ୍ବର, ନିଜ ନାମରେ ଥିବା ଜମି ପଟ୍ଟା ଆବଶ୍ୟକ।
ଯେଉଁ ଚାଷୀଙ୍କ ଜମି ରେକର୍ଡ଼ ନିଜ ନାମରେ ନ ଥିବ , ସେହିଚାଷୀ ଉତ୍ତରା ଅଧିକାରୀ ପ୍ରମାଣପତ୍ର ଦେବେ। ପ୍ରମାଣପତ୍ର ସହ ତହସିଲ୍ କାର୍ଯ୍ୟାଳୟରେ ଯୋଗାଯୋଗ କରିବାକୁ ପଡିବ।ଯାହା ଦ୍ବାରା ଜମିପଟ୍ଟାରେ ନାମ ସଂଶୋଧନ କରାଯାଇପାରିବ। କୃଷକମାନେ ପଞ୍ଜିକୃତ ହେବା ପାଇଁ ନିକଟସ୍ତ ଜନସେବା କେନ୍ଦ୍ର, ପଞ୍ଚାୟତସ୍ତରରେ ନିଯୁକ୍ତି ହୋଇଥିବା ସହାୟକ , ପଞ୍ଚାୟତ ସ୍ତରୀରେ ନିଯୁକ୍ତି ହୋଇଥିବା ସହାୟକ , ପଞ୍ଚାୟତ ସ୍ତରୀୟ କ୍ୟାମ୍ପରେ ପଞ୍ଜିକରଣ କରିପାରିବେ। ଅଧିକ ସୂଚନା ପାଇଁ ଚାଷୀମାନେ ଟୋଲ୍ ଫି ନମ୍ବର ୧୫୫୩୩୩ରେ ଯୋଗଯୋଗ କରିପାରିବେ ବୋଲି ରାଜ୍ୟ କୃଷି ବିଭାଗ କହିଛି।
ଚଳିତ ବର୍ଷ ଧାନ ସଂଗ୍ରହ ନେଇ ଆଗୁଆ ପ୍ରସ୍ତୁତ ହୋଇଛନ୍ତି ରାଜ୍ୟ ସରକାର। ଆଜିଠୁ ଚାଷୀଙ୍କୁ ପଞ୍ଜିକରଣ ଫର୍ମ ମିଳିବ। ସବୁ ଜିଲ୍ଲାରେ ପଞ୍ଜିକରଣ ଆରମ୍ଭ ହେବ। କୌଣସି ଚାଷୀ ଯେପରି ପଞ୍ଜିକରଣରୁ ବାଦ୍ ନ ପଡନ୍ତିତାହାକୁ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯୋଗ୍ୟ ଚାଷୀଙ୍କୁ ଟୋକନ୍ ଦିଆଯିବ।ଏବଂ ସେମାନଙ୍କ ଠାରୁ ସରକାର ଧାନ କିଣିବେ। ଧାନର କ୍ୟୁଣ୍ଟାଲ୍ ପିଛା ୮୦୦ ଟଙ୍କାର ଅଧିକ ଇନପୁଟ୍ ସବସିଡି ସହିତ ୩୧ ଶହ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର।