Hindi News >>Home >>Odisha State

ରାତିଅଧରେ ମାଡ଼ିଆସିଲା ଘନ କୁହୁଡି; ମର୍ମନ୍ତୁଦ ଦୁର୍ଘଟଣା ଘଟିଲା, ଚାଲିଗଲା ଜୀବନ...

Fatal accident: ଘନ କୁହୁଡ଼ି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆହତ ୪ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Advertisement
ରାତିଅଧରେ ମାଡ଼ିଆସିଲା ଘନ କୁହୁଡି; ମର୍ମନ୍ତୁଦ ଦୁର୍ଘଟଣା ଘଟିଲା, ଚାଲିଗଲା ଜୀବନ...
Zee Odisha Desk|Updated: Jan 25, 2025, 10:40 AM IST
Share

ଭୁବନେଶ୍ଵର: ରାତି ସାଢ଼େ ଗୋଟାଏ ବେଳେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ବାଇପାସ୍ ନିକଟସ୍ଥ ଲିଙ୍ଗିପୁର ଟ୍ରାଫିକ୍‌ ପୋଷ୍ଟର ୧୦୦ ମିଟର ଦୂରରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ଡ୍ରାଇଭରଙ୍କ ନାମ ସୁନୀଲ ସ୍ବାଇଁ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି। ଅନ୍ୟ ଚାରିଜଣ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସ୍ଥିତି ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି। ଆହତମାନେ ହେଲେ ରାଜେଶ ମହାରଣା ଓ କାହ୍ନୁଚରଣ ମଲ୍ଲିକ, ଚନ୍ଦନ ମଲ୍ଲିକ ଓ ସଂଗ୍ରାମ ରାଉତ। ଏମାନେ ସମସ୍ତେ ମଞ୍ଚେଶ୍ବରଠାରେ ଥିବା ଶ୍ରୀ ଗୁରୁ ମହିମା ମିକ୍ସର କଂପାନିରେ କାମ କରନ୍ତି। 

ସୂଚନା ଅନୁସାରେ ଗତକାଲି କାରଟି ପୁରୀରୁ ଭୁବନେଶ୍ବର ଅଭିମୁଖେ ଫେରୁଥିବା ବେଳେ ପ୍ରଥମେ ଏକ ଗଛ ଓ ପରେ ବିଦ୍ୟୁତ୍ ଖୁଣ୍ଟିରେ ପିଟି ହୋଇଥିଲା । ଗଛ ଓ ବିଦ୍ୟୁତଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାରଟି ମଧ୍ୟ ସମ୍ପୂର୍ଣ୍ଣ ଚେପା ହୋଇଯାଇଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି କାରଣରୁ ରାସ୍ତା ନଜାଣିପାରି କାର ଚାଳକ ଦୁର୍ଘଟଣା ଘଟାଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ଆହତ ୪ଜଣଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଧଉଳି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି।

Read More
{}{}