Home >>Odisha State

VK Pandian: ପାଣ୍ଡିଆନଙ୍କ ବିରୋଧରେ ରୁଜୁ ହେଲା ମାମଲା

ଭୁବନେଶ୍ୱର: ବିଜୁ ଜନତା ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନାଁରେ ରୁଜୁ ହୋଇଛି ମାମଲା। କ୍ୟାପିଟାଲ ଥାନାରେ ଏହି ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁଧିର ଚରଣ ମହାନ୍ତି ଏହି ମାମଲା ରୁଜୁ କରିଥିବା ସୂଚନା ରହିଛି। ତୋଷାରପାତ ତଥା ବିପୁଳ କଳା ଟଙ୍କା କାରବାର ଅଭିଯୋଗ କରି ଏହି ମାମଲା ରୁ

Advertisement
VK Pandian: ପାଣ୍ଡିଆନଙ୍କ ବିରୋଧରେ ରୁଜୁ ହେଲା ମାମଲା
Prabhudatta Moharana|Updated: Aug 14, 2024, 06:38 PM IST
Share

VK Pandian: ଭୁବନେଶ୍ୱର: ବିଜୁ ଜନତା ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କ ନାଁରେ ରୁଜୁ ହୋଇଛି ମାମଲା। କ୍ୟାପିଟାଲ ଥାନାରେ ଏହି ମାମଲା ରୁଜୁ ହୋଇଛି। ଆଇନଜୀବୀ ସୁଧିର ଚରଣ ମହାନ୍ତି ଏହି ମାମଲା ରୁଜୁ କରିଥିବା ସୂଚନା ରହିଛି। ତୋଷାରପାତ ତଥା ବିପୁଳ କଳା ଟଙ୍କା କାରବାର ଅଭିଯୋଗ କରି ଏହି ମାମଲା ରୁଜୁ କରିଛନ୍ତି। 

ମିଳିଥିବା ସୂଚନା ଅନୁଯାୟୀ । ଏକ କିମ୍ବା ଦୁଇ କୋଟି ନୁହଁ ନିର୍ବାଚନକୁ ନିଜ ଆଡକୁ ପ୍ରଭାବିତ କରିବାକୁ 300 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଭିକେ ପାଣ୍ଡିଆନ ।  ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଶ୍ରୀ ମହାନ୍ତି ଏହି ମାମଲା ରୁଜୁ କରିଛନ୍ତି। ସେହିପରି ଖଣି ମାଫିଆଙ୍କ ଠାରୁ ସେ କୋଟି କୋଟି ଟଙ୍କା ଉତ୍କୋଚ ନେଇଥିବା ତଥା ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଭଳି ଗୁରୁତର ଅଭିଯୋଗ ହୋଇଛି। ନିର୍ବାଚନ ସମୟରେ ସରକାରୀ ଅର୍ଥ ଅପବ୍ୟବହାର, ସରକାରୀ ଆଇନ ଉଲଂଘନ କରୁଥିଲେ ଭିକେ ପାଣ୍ଡିଆନ ।  କୋଟି କୋଟି ଟଙ୍କା ମାଫିଆଙ୍କ ଠାରୁ ଆଦାୟ କରି ସେସବୁ ଖର୍ଚ୍ଚ କରିଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ରାଜ୍ୟର ବିକାଶରେ ପ୍ରତିବନ୍ଧକ ସାଜଛି ।  ଏହି ଦୃଷ୍ଟିରୁ ଏକ କମିଟି ଗଠନ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। 

Read More
{}{}