Hindi News >>Home >>Odisha State

Shocking News: ବରଯାତ୍ରୀ ହୋଇଥିଲେ ଏକାଠି, ପେଟ୍ରୋଲ ଦେବା ବେଳେ ଜୀବନ୍ତ ଜଳିଗଲା ଶିଶୁ

Shocking News: ପେଟ୍ରୋଲ ଗାଡ଼ିରେ ଭରିବାକୁ ନେବା ବେଳେ କୌଣସି କାରଣରୁ ସେଥିରେ ନିଆଁ ଧରି ଯାଇଥିଲା। କିଛି ଲୋକଙ୍କ କହିବାକଥା କେହି ଜଣେ ସିଗାରେଟ୍ ଟାଣୁଥିବାରୁ ନିଆଁ ଧରିଥିଲା ବୋଲି ସୂଚନା ରହିଛି।   

Advertisement
Shocking News: ବରଯାତ୍ରୀ ହୋଇଥିଲେ ଏକାଠି, ପେଟ୍ରୋଲ ଦେବା ବେଳେ ଜୀବନ୍ତ ଜଳିଗଲା ଶିଶୁ
Rasmita Sahoo|Updated: Dec 08, 2023, 11:03 AM IST
Share

Shocking News: ଏବେ ଚାରିଆଡେ ବିବାହ ଋତୁ। ଏହି ସମୟରେ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବଡପଡା ଗାଁର ଅଘଟଣ ସାରା ରାଜ୍ୟକୁ ଚକିତ କରିଛି । ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟୁଥିବା ସମୟରେ ନିଆଁଲାଗି ଜଣେ ୫ ବର୍ଷର ନାବାଳକର ମୃତ୍ୟୁ ହୋଇଛି । ନିଆଁରେ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ବଡପଡା ଗାଁରେ ଏକ ବରଯାତ୍ରୀରେ ସାମିଲ ହେବାକୁ ଲୋକେ ଏକାଠି ହୋଇଥିଲେ । କନିଆ ଘରକୁ ପ୍ରୋସେସନର ଯିବାକୁ ବରପକ୍ଷଙ୍କୁ ପେଟ୍ରୋଲ ବଣ୍ଟାଯାଇଥିଲା । ଏହି ସମୟରେ ଜଣେ ଲୋକ ସିଗାରେଟ୍ ଟାଣୁଥିବାବେଳେ ପ୍ରଥମେ ଘରେ ନିଆଁଲାଗିଯାଇଥିଲା । ଦୁଇ ବଖରା ଘର ଜଳିବା ସହ ୫ ବର୍ଷର ନାବାଳକ ଜୀବନ୍ତ ଜଳିଯାଇଥିଲା । ଏହି ଘଟଣା ପରେ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାନୁସାରେ ଦଳିତ ସାହିର ରତ୍ନାକର ମଳିକଙ୍କ ପୁଅ ରାକେଶଙ୍କ ବିବାହ ପାଇଁ ଚାଲିଥିଲା ଜୋରଦାର ପ୍ରସ୍ତୁତି। ଅଳ୍ପ ସମୟ ମଧ୍ୟରେ ନାହିଆଡ଼ିଆ ଗ୍ରାମକୁ ବର ପ୍ରୋସେସନ(Marriage Procession) କରି ବାହାରିଥାନ୍ତେ। ବରଯାତ୍ରୀଙ୍କ ଗାଡିରେ ପେଟ୍ରୋଲ ଭରିବା ପାଇଁ ପୂର୍ବରୁ ପେଟ୍ରୋଲ ଆଣି ଘରେ ରଖାଯାଇଥିଲା। ବର ଅନୁକୂଳ କରି ବାହାରିବା ପୂର୍ବରୁ ସେହି ପେଟ୍ରୋଲ ଗାଡ଼ିରେ ଭରିବାକୁ ନେବା ବେଳେ କୌଣସି କାରଣରୁ ସେଥିରେ ନିଆଁ ଧରି ଯାଇଥିଲା। କିଛି ଲୋକଙ୍କ କହିବାକଥା କେହି ଜଣେ ସିଗାରେଟ୍ ଟାଣୁଥିବାରୁ ନିଆଁ ଧରିଥିଲା ହେଲେ ଏକଥାର କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ଦେଖୁ ଦେଖୁ ଦୁଇ ବଖରା ଘର ସଙ୍ଗେ ସଙ୍ଗେ ଜଳିଯାଇଥିଲା। 

Also Read: IT Raid Update: ଏଯାଏଁ ଜବତ ହେଲାଣି ନଗଦ ୨୫୨ କୋଟି, ହୋଇନାହିଁ ସୁନାଗହଣା ହିସାବ

ତେବେ ଏହି ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଆସିଥିବା ପଟ୍ଟାମୁଣ୍ଡାଇ (Kendrapara Pattamundai)  ମାଟିଆ ଗ୍ରାମର ପପୁ ମଳିକଙ୍କ ୫ ବର୍ଷର ଶିଶୁପୁତ୍ର ଗୁଗୁଲ ମଳିକ ଏଥିରେ ଜୀବନ୍ତ ଜଳିଯାଇଥିଲ । ଗୁରୁତର ଗୁଗୁଲଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି  ଏହି ଭୟାବହ ଅଗ୍ନିକାଣ୍ଡରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ପଟ୍ଟାମୁଣ୍ଡାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଘଟଣା ପରେ କେବଳ କେନ୍ଦ୍ରାପଡ଼ା ନୁହେଁ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି। 

ସେପଟେ ନିଆଁକାଣ୍ଡର କାରଣ କେହି କେହି ପେଟ୍ରୋଲ ଓ ସିଗାରେଟ ନିଆଁ କହୁଥିବା ବେଳେ ଆଉ କେହି କେହି ସର୍ଟସର୍କିଟ କାରଣରୁ ହୋଇଥିବା କୁହାଯାଉଛି। ପୋଲିସ (Kendrapara Police) ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଥିବା ସୂଚନା ରହିଛି। 

Also Read: Weather Update: ଯାଇନି ବାତ୍ୟା 'ମିଗଜୋମ୍' ର ପ୍ରଭାବ, ଆଜିବି ୮ ଜିଲ୍ଲାରେ ବର୍ଷା !

Also Read: AC Tunnel In Puri: ବଡ଼ଦାଣ୍ଡରେ ଆରମ୍ଭ ହେଲା ଏସି ଟନେଲ କାର୍ଯ୍ୟ, ଜାଣନ୍ତୁ କି କି ସୁବିଧା ପାଇବେ ଭକ୍ତ?

Read More
{}{}