Hindi News >>Home >>Odisha State

Flood Situation: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର

Flood Situation: ପାଖାପାଖି ଦୁଇ ଘଣ୍ଟା ମଧ୍ୟରେ ଜଳସ୍ତର ବିପଦ ସଂକେତରେ ବନ୍ୟା ପାଣି ପ୍ରଭାବିତ ହେବ ବୋଲି ବିଭାଗୀୟ ଜେଇ ମୁକେଶ କୁମାର ଜ୍ୟୋତିଷ କହିଛନ୍ତି। ନଦୀରେ ବନ୍ୟା ଦେଖା ଦେଇଥିବାରୁ ତଳିଆ ଅଂଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ ଏବଂ ତାଙ୍କ ଟିମ୍ ଜଳେଶ୍ୱର ରାଜଘାଟ ଠାରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisement
Flood Situation: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର
Priyambada Rana|Updated: Jun 22, 2025, 12:16 PM IST
Share

Flood Situation: ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର, ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଗଲୁଡିହି ବ୍ୟରେଜ ୨ ଲକ୍ଷ ୪୨ ହଜାର କ୍ୟୁସେକ ପାଣି ଛାଡ଼ିଥିବାରୁ ବଢୁଛି ନଦୀର ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଂଚଳ ବାସୀ ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ସୁବର୍ଣ୍ଣ ରେଖା ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ପ୍ରଥମ ବନ୍ୟା ଦେଖା ଦେଇଛି। ଉପର ମୁଣ୍ଡରେ ଗାଲୁଡ଼ିହି ବ୍ୟାରେଜରୁ ବର୍ତମାନ ସମୟରେ ୨ଲକ୍ଷ ୪୩ହଜାର କ୍ୟୁଷେକ ଜଳ ଛଡା ଯାଇଥିବାରୁ ସୁବର୍ଣ୍ଣରେଖା ନଦୀର ରାଜଘାଟଠାରେ ଜଳସ୍ତର ବଢିବାକୁ ଲାଗିଛି।

 ରାଜଘାଟ ଠାରେ ସତର୍କ ସୂଚନା ୯. ୪୫ ମିଟର ଥିଲା ବେଳେ ଦିନ ୧୧ଟା ସୁଦ୍ଧା ଜଳସ୍ତର ୯ ମିଟର ଉପରେ ପ୍ରଭାବିତ ହେଉଛି। କ୍ରମଶଃ ଜଳସ୍ତର ବଢିବାର ସମ୍ଭାବନା ରହିଛି। ପାଖାପାଖି ଦୁଇ ଘଣ୍ଟା ମଧ୍ୟରେ ଜଳସ୍ତର ବିପଦ ସଂକେତରେ ବନ୍ୟା ପାଣି ପ୍ରଭାବିତ ହେବ ବୋଲି ବିଭାଗୀୟ ଜେଇ ମୁକେଶ କୁମାର ଜ୍ୟୋତିଷ କହିଛନ୍ତି। ନଦୀରେ ବନ୍ୟା ଦେଖା ଦେଇଥିବାରୁ ତଳିଆ ଅଂଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। ମୟୁରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୋଏ ଏବଂ ତାଙ୍କ ଟିମ୍ ଜଳେଶ୍ୱର ରାଜଘାଟ ଠାରେ ପହଞ୍ଚି ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି।

Read More
{}{}