Hindi News >>Home >>Odisha State

ଅରୁଣ ପଣ୍ଡା ହେଲେ ରାଜ୍ୟ ଅର୍ଥ କମିଶନ ଅଧ୍ୟକ୍ଷ

Chairman of Odisha State Finance Commission: ଏହି କମିଶନରେ ଜାଭିଏର ଇନ୍‍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅସିତ ରଞ୍ଜନ ମହାନ୍ତିଙ୍କ ସମେତ ପଣ୍ଡିଚେରି ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସେସର ପ୍ରଫେସର ଡ. ବିଭୁ ପ୍ରସାଦ ନାୟକ ସଦସ୍ୟ ଭାବେ କାର୍ଯ୍ୟ କରିବେ।    

Advertisement
Former Bureaucrat Arun kumar panda appointed as Chairman of Odisha State Finance Commission
Former Bureaucrat Arun kumar panda appointed as Chairman of Odisha State Finance Commission
Jagdish Barik|Updated: Jan 22, 2025, 08:44 PM IST
Share

ଭୁବନେଶ୍ୱର: ପୂର୍ବତନ ଆଇଏଏସ୍‍ ଅଧିକାରୀ ଅରୁଣ ପଣ୍ଡାଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ ରାଜ୍ୟପାଳଙ୍କ ଆଦେଶ ଅନୁସାରେ ୫ ଜଣିଆ ଅର୍ଥ କମିଶନ ଗଠନ କରାଯାଇଛି। 

ଏହି କମିଶନରେ ଜାଭିଏର ଇନ୍‍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅସିତ ରଞ୍ଜନ ମହାନ୍ତିଙ୍କ ସମେତ ପଣ୍ଡିଚେରି ବିଶ୍ୱବିଦ୍ୟାଳୟର ଅର୍ଥନୀତି ପ୍ରଫେସର ଅମରେଶ ସାମନ୍ତରାୟ, ଟାଟା ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ ସାଇନ୍ସେସର ପ୍ରଫେସର ଡ. ବିଭୁ ପ୍ରସାଦ ନାୟକ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି ୫ ଜଣିଆ କମିଶନରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ. ସତ୍ୟପ୍ରିୟ ରଥ ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ଆସନ୍ତା ୬ ମାସ ପାଇଁ ଏହି କମିଶନଙ୍କ କାର୍ଯ୍ୟକାଳ ରହିବ। 

ଏହି କମିଶନ ୩ଟି ବିନ୍ଦୁରେ  ରାଜ୍ୟର ପଞ୍ଚାୟତିରାଜ ଓ ସ୍ଥାନୀୟ ସ୍ୱାୟତ୍ତଶାସନ ସଂସ୍ଥାଗୁଡ଼ିକୁ ଆର୍ଥିକ ସ୍ତରରେ ମଜଭୁତ କରିବା ପାଇଁ  ସରକାରଙ୍କୁ ପ୍ରାମର୍ଶ ଦେବେ। ପ୍ରଥମେ ରାଜ୍ୟ ସରକାର ଆଦାୟ କରୁଥିବା ଟିକସ, ଶୁଳ୍କକୁ ସମ୍ବିଧାନର ନବମ ଏବଂ ନବମ (କ) ଅନୁସାରେ ରାଜ୍ୟ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ତଥା ମ୍ୟୁନିସିପାଲିଟି, ପଞ୍ଚାୟତିରାଜ ଅନୁଷ୍ଠାନ ଭିତରେ ବଣ୍ଟନ। ଦ୍‍ୱିତୀୟରେ ସ୍ଥାନୀୟ ସ୍‍ୱାୟତ୍ତ ଶାସନ ସଂସ୍ଥା ଦ୍ୱାରା ବସାଯାଉଥିବା ଟିକସ ଶୁଳ୍କର ନିର୍ଦ୍ଧାରଣ । ଏବଂ ତୃତୀୟରେ ରାଜ୍ୟ ସରକାରଙ୍କ ସଞ୍ଚିତ ପାଣ୍ଠିରୁ ପଞ୍ଚାୟତିରାଜ ପ୍ରତିଷ୍ଠାନ  ମ୍ୟୁନିସିପାଲିଟିଗୁଡ଼ିକୁ ସହାୟତା।

Read More
{}{}