Bill Gates: ଓଡି଼ଶା ଆସିବେ ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଚଳିତ ମାସ ୨୮ ତାରିଖରେ ଓଡିଶାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେ ଓଡି଼ଶା କୃଷି ଭବନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଓଡିଶା କିପରି ଡିଜିଟାଲ୍ ଭିର୍ତ୍ତିଭୂମି ଓ ଜ୍ଞାନ କୌଶଳ ବ୍ୟବହାର କରି କୃଷକ ମାନଙ୍କର ବିକାଶ କରୁଛନ୍ତି ସେ ସମ୍ପର୍କରେ ଜାଣିବାକୁ ଚାହିଁବେ ବିଲ୍ ଗେଟସ୍ ।
ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଓଡିଶା ଗସ୍ତ କରିବା ପୂର୍ବରୁ ରାଜ୍ୟରେ ଚାଷୀଙ୍କୁ ଦିଆଯାଉଥିବା ସହାୟତାକୁ ପ୍ରଂଶାସ କରିଛନ୍ତି। ଏ ବାବଦରେ ସେ କହିଛନ୍ତି ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟକଚର ର ବ୍ୟବହାର କରି ଓଡି଼ଶା କୃଷକଙ୍କୁ ସଶକ୍ତିକରଣ କରିବାକୁ ଆର୍ଥିକ ଓ ଆନୁସାଙ୍ଗିକ ସହାୟତା ଦେଉଛନ୍ତି ସରକାର। ସୂଚନା ଯୋଗ୍ୟ ଯେ, ବିଲ୍ ଗେଟସ୍ ଫାଉଣ୍ତେସନ ସହ ରାଜ୍ୟ ସରକାରଙ୍କ ଏକ ଏମଓୟୁ ବି ହୋଇଥିଲା। ୨୦୧୭ ମସିହା ଏପ୍ରିଲ୍ ମାସରେ ଏହି କାର୍ଯ୍ୟକ୍ରମ ଲାଗି ବୁଝାମଣା ସ୍ୱାକ୍ଷର ହୋଇଥିଲା। କ୍ଷୁଦ୍ର ଚାଷୀଙ୍କ ଜୀବନ ଶୈଳୀ ବିକାଶ ଦିଗରେ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ।