Sunita Biswal: ବିଜେଡି଼କୁ ଶକ୍ତ ଝଟକା। ପୂର୍ବତନ ମୁଖ୍ୟମନ୍ତ୍ରୀହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ କଂଗ୍ରେସକୁ ଫେରିଛନ୍ତି। ଗତକାଲି(ବୁଧବାର) ବିଜେଡ଼ିରୁ ଇସ୍ତଫା ଦେଇଥିଲେ ସୁନୀତା।ଆଉ ଆଜି କଂଗ୍ରେସରେ ସନୀତା ମିଶିଛନ୍ତି । ଏହି ସମୟରେ ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ୍ ହୋଇଛନ୍ତି ସୁନୀତା।
ସୂଚନା ଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନରୁ ସେ ବିଜେଡିରୁ ଟିକେଟ୍ ପାଇ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ଜୁଏଲ ଓରାମଙ୍କ ଠାରୁ ପରାସ୍ତ ହୋଇଥିଲେ । ହେଲେ ହଠାତ୍ ବୁଧବାର ଦିନ ସେ ଦଳର ସୁପ୍ରିମୋଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ, ବିଜେଡି ପୋଲ୍ ଖୋଲିଛନ୍ତି ସୁନୀତା ବିଶ୍ବାଳ। ସେ କହିଛନ୍ତି ଯେ, ନବୀନ ବାବୁ ମୋତେ ଡାକିକି ବିଜେଡିରେ ମିଶାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ଦଳ ମୋତେ ସାବତ ଝିଅ ପରି ବ୍ୟବହାର କଲା,କେବଳ ଲୋକ ଯୋଗାଡ଼ କରିବାକୁ ବ୍ୟବହାର କରାଗଲା। ପୋଷ୍ଟର ମାରିଲେ ବି ମୋତେ ଅନୁମତି ନେବାକୁ କୁହାଗଲା। ଦଳ ମୋତେ ଗୁରୁତ୍ବ ଦେଲେନି, ଆଲୋଡ଼ା ଅନୁଭବ କରିବାରୁ ବିଜେଡି ଛାଡି ବାକୁ ବାଧ୍ୟ ହେଲି ବୋଲି ସେ କହିଛନ୍ତି।