Hindi News >>Home >>Odisha State

ବ୍ରାଉନ୍ ସୁଗର ବିକ୍ରି ଘଟଣାରେ ୪ଗିରଫ, ୪ବାଇକ ସହ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଜବତ

Police arrested: ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନ୍ ସୁଗର ଜବତ କରିଥିଲା ପୁଲିସ।

Advertisement
ବ୍ରାଉନ୍ ସୁଗର ବିକ୍ରି ଘଟଣାରେ ୪ଗିରଫ,  ୪ବାଇକ ସହ ମୋବାଇଲ ଫୋନ୍ ଓ ନଗଦ ଟଙ୍କା ଜବତ
Zee Odisha Desk|Updated: Sep 04, 2024, 09:35 PM IST
Share

ଜଟଣୀ: ଜଟଣୀ ଥାନା ଅଞ୍ଚଳରୁ ବେଆଇନ୍ ଭାବେ ବ୍ରାଉନ୍ ସୁଗର୍ ବିକ୍ରି ଘଟଣାରେ ୪ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଟାଉନ ଥାନା ଗୁରୁଜଙ୍ଗ ଗ୍ରାମର ଦିପୁନା ବେହେରା ଓରଫ୍ ଦିପୁ (୨୧), ସାମନ୍ତରାୟପୁରର ସଦାଶିବ ନାୟକ ଓରଫ୍ ସିଲୁ (୨୩), ଗୁରୁଜଙ୍ଗ ଦେବନ ସାହିର ସର୍ବେଶ୍ୱର ବେହେରା ଓରଫ୍ ବାପି (୩୨) ଓ ସାମନ୍ତରାୟପୁର ସ୍ୱପ୍ନେଶ୍ୱର ସାହିର ମନୋଜ ବେହେରା ଓରଫ୍ ଗେଡ଼ା (୧୯)। ସେମାନଙ୍କ ନିକଟରୁ ୨୦.୬୦ ଗ୍ରାମର ବ୍ରାଉନ୍ ସୁଗର, ୩ଟି ମୋବାଇଲ ଫୋନ୍, ୪ଟି ବାଇକ୍ ଓ ନଗଦ ୧୬ଶହ ଟଙ୍କା ଜବତ କରିଛି ପୁଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ ଯେ, ଜଟଣୀ ସ୍ଥିତ ସେଞ୍ଚୁରିୟନ୍ ବିଶ୍ୱବିଦ୍ୟାଳୟ ରାସ୍ତାରେ କେତେକ ଯୁବକ ବେଆଇନ୍ ଭାବେ ଦୀର୍ଘ ଦିନ ହେଲା ନିଶା ବେପାର କରି ଆସୁଥିଲେ। ସ୍ଥାନୀୟ ଲୋକ ଏ ନେଇ ବାରମ୍ଵାର ଅଭିଯୋଗ କରୁଥିଲେ। ଆଜି ଖବରପାଇ ପୁଲିସର ଏକ ଟିମ୍ ଘଟଣାସ୍ଥଳରେ ଅତର୍କିତ ଚଢ଼ଉ କରିଥିଲା। ଘଟଣାସ୍ଥଳରୁ ୪ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହ ସେମାନଙ୍କ ନିକଟରୁ ବ୍ରାଉନ୍ ସୁଗର ଜବତ କରିଥିଲା ପୁଲିସ। ଏନେଇ ଥାନାରେ ଏକ କେସ୍ ୩୪୧/୨୪ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଅନ୍ୟପଟେ ଅଭିଯୁକ୍ତ ମାନେ ବ୍ରାଉନ୍ ସୁଗରକୁ ସାମନ୍ତରାୟପୁରର ମିନା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆଣି ବିକ୍ରି କରୁଥିବା ଜଣାପଡିଛି। ପୁଲିସ ମୁଖ୍ୟ ବେପାରୀକୁ ଧରିବାକୁ ଚେଷ୍ଟା ଚଳାଇଛି।

Read More
{}{}