Hindi News >>Home >>Odisha State

ଓମାନରୁ ଫେରିଲେ ୪ ଜଣ ଓଡ଼ିଆ ଶ୍ରମିକ

Odisha News: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। 

Advertisement
Four Odia workers return from Oman
Four Odia workers return from Oman
Zee Odisha Desk|Updated: Feb 21, 2025, 09:49 PM IST
Share

ଭୁବନେଶ୍ୱର: ଓମାନରେ ଫସି ରହିଥିବା ଗଞ୍ଜାମ ଅଞ୍ଚଳର ୪ ଜଣ ଓଡ଼ିଆ ଶ୍ରମିକ ନିରାପଦ ଭାବେ ଓଡ଼ିଶା ଫେରି ଆସିଛନ୍ତି । ସେମାନେ ଗତକାଲି ଭୋର ୪ ଟାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ଯୋଗେ ମସ୍କଟରୁ ମୁମ୍ୱାଇ ଆସିଥିଲେ ଏବଂ ଆଜି ମୁମ୍ୱାଇରୁ ଭୁବନେଶ୍ୱରରେ ପହଞ୍ଚି ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍‍. ଜୟଶଙ୍କର ଏବଂ ଓମାନରେ ଥିବା ଭାରତୀୟ ଦୂତାବାସକୁ ଧନ୍ୟବାଦ ଅର୍ପଣ କରିଛନ୍ତି । 

ସୂଚନାଯୋଗ୍ୟ ଯେ, ଓମାନରେ ଫସିଥିବା ଏହି ଓଡ଼ିଆ ଶ୍ରମିକମାନଙ୍କ ବିଷୟରେ ଇ-ମେଲ ଓ ବିଭିନ୍ନ ଓଡ଼ିଆ ଖବର କାଗଜରୁ ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶ୍ରମିକମାନଙ୍କ ଉଦ୍ଧାର ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନୂଆଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । 

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟ ଆବାସିକ କମିଶନର ବିଦେଶ ମନ୍ତ୍ରାଳୟ ଏବଂ ଓମାନରେ ଥିବା ଭାରତର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଶ୍ରମିକମାନଙ୍କ ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଭାରତର ଦୂତାବାସ ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ଓମାନର ସୋହର ନାମକ ସ୍ଥାନରେ ଥିବାର ସୂଚନା ମିଳିଥିଲା । ସେମାନଙ୍କ ସହିତ ଫୋନ ଯୋଗେ ନିରନ୍ତର ଯୋଗାଯୋଗ ରକ୍ଷା କରାଯାଇଥିଲା । ଭାରତର ଦୂତାବାସ ପକ୍ଷରୁ ଏହି ଓଡ଼ିଆ ଶ୍ରମିକମାନଙ୍କ ଏକ ଗୁରୁଦ୍ୱାର ଠାରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଥିଲା ।

Read More
{}{}