Home >>Odisha State

Odisha News: ଯୁକ୍ତ ଦୁଇ ମେଧାବୀଙ୍କୁ ଲାପଟପ୍ ସହାୟତା, ଏହି ଦିନଠୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

Odisha News: ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।  ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ୧୫ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ସହାୟତା ରାଶି। 

Advertisement
 Odisha News: ଯୁକ୍ତ ଦୁଇ ମେଧାବୀଙ୍କୁ ଲାପଟପ୍ ସହାୟତା, ଏହି ଦିନଠୁ ଆବେଦନ କରିପାରିବେ ଛାତ୍ରଛାତ୍ରୀ
Narmada Behera|Updated: Aug 28, 2024, 06:49 AM IST
Share

Odisha News: ଯୁକ୍ତ ଦୁଇ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର।  ଯୁକ୍ତ ଦୁଇରେ ଉତ୍ତୀର୍ଣ୍ଣ ୧୫ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ସହାୟତା ରାଶି। ଏନେଇ ଆସନ୍ତାକାଲି ଠାରୁ  ଏଥିପାଇଁ ଆବେଦନ ଆରମ୍ଭ ହେବାକୁ ଯାଉଛି।  ଅକ୍ଟୋବର ୨୮ ତାରିଖ ମଧ୍ୟରେ ଆବେଦନ କରିପାରିବେ ଶିକ୍ଷାର୍ଥୀ।  ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  'ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା'ରେ ଲାପଟପ୍ କିଣିବା ପାଇଁ ଡିବିଟି ମାଧ୍ୟମରେ ୩୦ ହଜାର ଟଙ୍କା ଦିଆଯିବ।  

ALSO READ: Today Horoscope: ଆଜି ମିଥୁନ-ତୁଳା ସହ ସତର୍କ ରୁହନ୍ତୁ ଏହିସବୁ ରାଶିର ଲୋକେ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ: Surya Gochar 2024: ସେପ୍ଟେମ୍ବର ୧୬ରେ ସୂର୍ଯ୍ୟଙ୍କ ଚଳନ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

 

ଯୋଗ୍ୟ ବିବେଚିତ ମେଧାବୀମାନେ ଓଡି଼ଶା ସ୍କଲାରସିପ୍ ଓ୍ବେବ୍ ସାଇଟ୍ WWW.scholarship.odisha.gov.in ରେ ନିଜର ଆଧାର ନମ୍ବର ଓ ଆଧାର ସହ ସଂଯୋଗ ହୋଇଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ପଞ୍ଜିକରଣ କରିପାରିବେ। ସୂଚନା ଯୋଗ୍ୟ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ  ଲାପଟପ୍ ସହାୟତା ଯୋଜନା ନାମକୁ ପରିବର୍ତ୍ତନ କରାଯାଇଛି। ୨୦୧୩-୧୪ରେ ବିଜୁ ଯୁବ ସଶକ୍ତିକରଣ ଯୋଜନା ନାମରେ ଏହା ଆରମ୍ଭ କରାଯାଇଥିଲା।  ଚଳିତ ବର୍ଷରୁ  ଏହି ଯୋଜନାର ନାମ ପରିବର୍ତ୍ତନ କରି 'ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନା' କରାଯାଇଛି। 

Read More
{}{}