Home >>Odisha State

Odisha News: ଗଦାଧର ନିଶଙ୍କ ହତ୍ଯାକାଣ୍ଡ ସିନ ରି-କ୍ରିଏସନ

Odisha News: ପୁରୀ ଡେଲାଙ୍ଗ କୁଆପଦାର ଗ୍ରାମର ଗଦାଧର ନିଶଙ୍କ ଗତ ୩ ତାରିଖରେ ଘରୁ ଖୋର୍ଦ୍ଧା ଗୁରୁଜଙ୍ଗ ଆସି ନିଖୋଜ ହୋଇଯାଇଥିଲେ। ଗତ ୧୦ ତାରିଖ ପୁରୀର ଗଡ଼ିଶାଗୋଦା ଥାନା ମକରା ନଦୀରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। 

Advertisement
Odisha News: ଗଦାଧର ନିଶଙ୍କ ହତ୍ଯାକାଣ୍ଡ ସିନ ରି-କ୍ରିଏସନ
Surya Narayana Mohanty|Updated: Aug 17, 2024, 11:24 AM IST
Share

Odisha News: ପୁରୀ ଡେଲାଙ୍ଗ କୁଆପଦାର ଗ୍ରାମର ଗଦାଧର ନିଶଙ୍କ ଗତ ୩ ତାରିଖରେ ଘରୁ ଖୋର୍ଦ୍ଧା ଗୁରୁଜଙ୍ଗ ଆସି ନିଖୋଜ ହୋଇଯାଇଥିଲେ। ଗତ ୧୦ ତାରିଖ ପୁରୀର ଗଡ଼ିଶାଗୋଦା ଥାନା ମକରା ନଦୀରୁ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ଯା ମାମଲା ରୁଜୁ କରି ୨ମହିଳା, ୨ଜଣ ଯୁବକ ଙ୍କୁ ଗିରଫ କରି ତଦନ୍ତ ଚଳାଇଛି। 

Also Read: Weekly Finance Horoscope 2024: ଏହିସବୁ ରାଶିଙ୍କ ପାଇଁ ଆଗାମୀ ସପ୍ତାହ ରହିବ ଅଧିକ ଖାସ୍, ବ୍ୟୟ ଠାରୁ ଆୟ ରହିବ ଅଧିକ!

ଆଜି ଗଡିଶାଗୋଦା ପୋଲିସ ଅଭିଯୁକ୍ତଙ୍କ ମାନଙ୍କୁ ଧରି ଗୁରୁଜଙ୍ଗ ସ୍ଥିତ ଜନୈକ ମହିଳାଙ୍କ ଘରେ ଘଟିଥିବା ହତ୍ଯାକାଣ୍ଡର ସିନ ରି କ୍ରିଏସନ କରିଛି। ଜଣ ଜଣ କରି ଘରେ ଭିତରେ ସେହି ଦିନ ରାତିରେ କ'ଣ ଘଟଣା ଘଟିଥିଲା । ଏବଂ କିପରି ଗଦାଧରଙ୍କୁ ହତ୍ଯା କରିଥିଲେ। ଅଭିଯୁକ୍ତ ମାନେ ସେହି ସିନ ଦେଖାଇଥିଲେ। ପରେ ପୋଲିସ ତାଙ୍କୁ ଧରି ଶିଳ୍ପାଂଚଳ ଥାନା ଅନ୍ତର୍ଗତ ଶିଳ୍ପାଂଚଳ ରେ ପରିତ୍ଯକ୍ତ ପୋଖରୀରେ ବାଇକ ଫୋପାଡିଥିବା ସ୍ଥାନ ଦେଖାଇଥିଲେ। କିପରି ଏ-ହି ହତ୍ଯାକାଣ୍ଡ ରୂପ ଦେଇଥିଲେ। ତାହାର ଟିକନିକି ଘଟଣା ପୋଲିସକୁ ଦେଖାଇଥିଲେ ଅଭିଯୁକ୍ତ। ପରେ ପୋଲିସ ଅଭିଯୁକ୍ତଙ୍କୁ ଧରି ଗଡ଼ିଶାଗୋଦା ଥାନାକୁ ନେଇ ଯାଇଛି।

Read More
{}{}