Hindi News >>Home >>Odisha State

Ganesh Chaturthi 2024: ବାଲୁକା କଳାରେ ପ୍ରଭୁ ଗଜାନନ, ଅଗ୍ରପୂଜ୍ୟଙ୍କୁ ୨୦ଟି ଫଳରେ ସଜାଇଲେ ...

Ganesh Chaturthi 2024: ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ।  ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । 

Advertisement
Ganesh Chaturthi 2024: ବାଲୁକା କଳାରେ ପ୍ରଭୁ ଗଜାନନ, ଅଗ୍ରପୂଜ୍ୟଙ୍କୁ ୨୦ଟି ଫଳରେ ସଜାଇଲେ ...
Narmada Behera|Updated: Sep 07, 2024, 10:23 AM IST
Share
Ganesh Chaturthi 2024: ପବିତ୍ର ଗଣେଶ ପୂଜା ଅବସରରେ ଚାରିଆଡେ ଉତ୍ସବର ମାହୋଲ । ଏନେଇ ଉତ୍ସବ ମୁଖର ପୁରପଲ୍ଲୀ।  ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ରେ ଗଣେଶ ପୂଜାର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ପୁରୀ ନୀଳାଦ୍ରି ବୀଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ପ୍ରସ୍ତୁତ କରି ସୁଦର୍ଶନ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।
 
 
ସବୁଠୁ ଆକର୍ଷଣୀୟ କଥା ହେଉଛି ପ୍ରଭୁ ଗଣେଶଙ୍କ ବାଲୁକା ଚିତ୍ର କଳାରେ ବିଭିନ୍ନ ଫଳ ଦ୍ୱାରା ସଜା ଯାଇଛି । ପ୍ରଭୁ ଗଣେଶଙ୍କ ମୁକୁଟରେ ବିଭିନ୍ନ ପ୍ରକାରର ଫଳ ଗୁଡିକୁ ସୁନ୍ଦର ଭାବେ ସଜ୍ଜା ଯାଇଛି । ଏହି ସୁନ୍ଦର କଳାକୃତିକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି । ବିଶ୍ୱରେ ଶାନ୍ତି ବଜାୟ ରଖିବା ଲାଗି ବାଲୁକା ଚିତ୍ରକଳାରେ ବାର୍ତ୍ତା ଦିଆଯାଇଛି। ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ପବିତ୍ର ଗଣେଷ ପୂଜା ଅବସର ରେ ବାଲୁକା ଚିତ୍ରକଳା ମାଧ୍ୟମରେ ଆମେ ସମସ୍ତ ଙ୍କୁ ଗଣେଷ ପୂଜାର ଶୁଭେଚ୍ଛା ଜଣାଉଛୁ। ୨୦ ଟି ବିଭିନ୍ନ ଫଳକୁ ନେଇ ଏହି ବାଲୁକା ଚିତ୍ରକଳା ରେ ସ୍ଥାନ ଦିଆଯାଇଛି। ଫ୍ରୁଟ୍ ଗଣେଷର କଳାକୃତି ନିର୍ମାଣ ହୋଇଛି। ଏଥି ସହିତ ବିଶ୍ଵ ଶାନ୍ତି ପାଇଁ ଆମେ ପ୍ରଭୁ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛୁ।
Read More
{}{}