Odisha Vigilance: ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ। ଗଞ୍ଜାମ ଜିଲ୍ଲାର ବ୍ଲକ୍ ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଶୀଲ୍ କୁମାରଙ୍କୁ ଗିରଫ୍ କରିଛି ଭିଜିଲାନ୍ସ। ଗିରଫ ପରେ ତାଙ୍କୁ ଭିଜିଲାନ୍ସରେ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା।
ସୂଚନା ଅନୁଯାୟୀ,ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଶୀଲ୍ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଥିଲା। ଭିଜିଲାନ୍ସ ଟିମ୍ ଗଞ୍ଜାମ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶିଲଙ୍କ ବ୍ରହ୍ମପୁର ରାମ ହରି ନଗରରେ ଥିବା ଏ-କ ତିନି ମହଲା ଘର, ପୁରୀ ଚୁଡ଼ଙ୍ଗ ସାହିରେ ଥିବା ଫ୍ଲାଟ୍, ପୁରୁଷୋତ୍ତମପୁରରେ ଥିବା ଶ୍ଵଶୁର ଘର, ଅଙ୍କୁଲିରେ ଏକ ଫ୍ଲାଟ୍ ଏବଂ ତାଙ୍କ ଭାଇଙ୍କ ନାମରେ ଥିବା ଫ୍ଲାଟ୍, କବିସୂର୍ଯ୍ୟନଗରରେ ଥିବା ପୈତୃକ ଘର ଏବଂ ଗଞ୍ଜାମ ବ୍ଲକ ଅଫିସରେ ଚଢାଉ କରିଥିଲା। ଚଢାଉ ସମୟରେ ବିପୁଳ ପରିମାଣର ଟଙ୍କା ଓ ସୁନା ପାଇଥିଲା। ଏହି ଚଢାଉରେ ୬ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ।