Hindi News >>Home >>Odisha State

Odisha Crime News: ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ, ୧୦ ଗିରଫ

ଗୋପାଳପୁର: ଗୋପାଳପୁର ଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ। ଏହାର ତଦନ୍ତ ଭାର ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ସେପଟେ ଗୋପାଳପୁର ବେଳାଭୂମି ଗଣବଳାତ୍କାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ସମସ୍ତ ୧୦ ଅଭିଯୁକ୍ତ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ବାଳକ। 

Advertisement
Odisha Crime News: ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: କ୍ରାଇମବ୍ରାଞ୍ଚର ତନାଘନା ଆରମ୍ଭ, ୧୦ ଗିରଫ
Prabhudatta Moharana|Updated: Jun 18, 2025, 08:35 AM IST
Share

Odisha Crime News: ଗୋପାଳପୁର: ଗୋପାଳପୁର ଦୁଷ୍କର୍ମ ଘଟଣାର ତଦନ୍ତ କରିବ କ୍ରାଇମ ବ୍ରାଞ୍ଚ। ଏହାର ତଦନ୍ତ ଭାର ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି। ସେପଟେ ଗୋପାଳପୁର ବେଳାଭୂମି ଗଣବଳାତ୍କାର ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ। ସମସ୍ତ ୧୦ ଅଭିଯୁକ୍ତ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ବାଳକ। ଗତକାଲି ୭ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିଲା ଗୋପାଳପୁର ପୁଲିସ। ଆଜି ଆଉ ୩ ଜଣଙ୍କୁ ଧରିବା ପରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସମସ୍ତ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲାର। ସେପଟେ ଏହି ଘଟଣାକୁ କଡ଼ା ନିନ୍ଦା କରିବା ସହିତ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ମିଳିଥିବା ସୂଚନା ଅନୁସାରେ ରବିବାର ସନ୍ଧ୍ୟାରେ ପୁରୁଷ ବନ୍ଧୁଙ୍କ ସହ ବୁଲିବାକୁ ଯାଇଥିବା ଜଣେ ଯୁବତୀ ବେଳାଭୂମିରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ୧୦ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ବଳାତ୍କାର କରିଥିଲେ। ଅନ୍ୟମାନେ ସେମାନଙ୍କୁ ସହଯୋଗ କରିଥିଲେ। ଏ ସମ୍ପର୍କରେ ଆଜି ଗୋପାଳପୁର ଥାନାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା. ସର୍‌ବଣା ବିବେକ ଏମ୍।

୪ ଜଣ ନାବାଳକଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍ ବୋର୍ଡ (ଜେଜେବି)ରେ ହାଜର କରାଯାଇଛି। ସମସ୍ତ ନାବାଳକଙ୍କ ବୟସ ୧୭ ବର୍ଷ। ମୁଖ୍ୟ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ହୁଣ୍ଡିତର ପ୍ରମୋଦ ନାୟକ (୨୩), ହିଞ୍ଜିଳି ଥାନା ବୁରୁପଡ଼ାର ବାବୁରାଓ ଦଳାଇ (୧୯) ଓ ଲକ୍ଷ୍ମଣ ପ୍ରଧାନ (୨୪) ବେଲଗାଁ ଥାନା ପାଟପୁରର କୁନାଲ ପ୍ରଧାନ (୨୪), ଶିକିରିର ଓମ ପ୍ରଧାନ (୧୯) ଓ ଦୀପକ ତରାଇ (୧୯)ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। 

ସେପଟେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଏହି ଘଟଣାକୁ ରେଡ ଫ୍ଲାଗ ଶ୍ରେଣୀରେ ସାମିଲ କରାଯାଇଛି। ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଶାଖା ଏହାର ତଦନ୍ତ କରିବ। ଏଆଇଜି ସାଇନି ଏସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ତଦନ୍ତ କରାଯିବ। ଇତି ମଧ୍ୟରେ କ୍ରାଇମବ୍ରାଞ୍ଚ ଟିମ ଗୋପାଳପୁରରେ ପହଞ୍ଚିଥିବା ନେଇ ସୂଚନା ରହିଛି। 

Read More
{}{}