Home >>Odisha State

Odisha News: ଖୋଲାଗଲା ବାବା ଗୋରେଖନାଥଙ୍କ ହୁଣ୍ଡି ବାକ୍ସ, ୭ଟି ହୁଣ୍ଡି ବାକ୍ସରୁ ମିଳିଲା..

Odisha News: ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଏହି ୭ଟି ହୁଣ୍ଡି ବାକ୍ସ ସିସିଟିଭି ନଜରରେ ରଖି ଖୋଲାଯିବା ସହିତ ମୋଟ ୭ଟି ହୁଣ୍ଡି ବାକ୍ସରୁ ୩୮ ଲକ୍ଷ ୪୦ ହଜାର ୩୯୫ ଟଙ୍କା ଆୟ ହୋଇଛି ବୋଲି ସୂଚନା ମିଳିଛି। ତେବେ ମନ୍ଦିର ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର,ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତରେ ଏହି ସମସ୍ତ ହୁଣ୍ଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଖୋଲା ଯାଇଥିଲା।

Advertisement
Odisha News: ଖୋଲାଗଲା ବାବା ଗୋରେଖନାଥଙ୍କ ହୁଣ୍ଡି ବାକ୍ସ, ୭ଟି ହୁଣ୍ଡି ବାକ୍ସରୁ ମିଳିଲା..
Priyambada Rana|Updated: Dec 23, 2024, 01:23 PM IST
Share
Odisha News: (ନାରାୟଣ ବେହେରା) ଜଗତସିଂହପୁର ଜିଲ୍ଲା ପ୍ରସିଦ୍ଧ ଗୋରେଖନାଥ ପୀଠର ହୁଣ୍ଡି ବାକ୍ସ ଖୋଲାଯାଇଛି। ଏହା ଜିଲ୍ଲା ପ୍ରଶାସନର ନିର୍ଦେଶ କ୍ରମେ ହୁଣ୍ଡି ବାକ୍ସ ଖୋଲାଯାଇଛି ବୋଲି ସୂଚନା ଦିଆଯାଇଛି।ତେବେ ୬ମାସ ପରେ ମନ୍ଦିରରେ ଥିବା ଏହି ୭ଟି ହୁଣ୍ଡିରୁ ୩୮ଲକ୍ଷ ୪୦ହଜାର ୩୯୫ଟଙ୍କା ମିଳିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଏହି ଟଙ୍କା ଗଣାଯିବା କାର୍ଯ୍ୟ ରେ ୨୦ ଜଣରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ସଙ୍ଗଠନର କାର୍ଯ୍ୟକର୍ତ୍ତାମାନେ ନିୟୋଜିତ ହୋଇଥିଲେ। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ଏହି ୭ଟି ହୁଣ୍ଡି ବାକ୍ସ ସିସିଟିଭି ନଜରରେ ରଖି ଖୋଲାଯିବା ସହିତ ମୋଟ ୭ଟି ହୁଣ୍ଡି ବାକ୍ସରୁ ୩୮ ଲକ୍ଷ ୪୦ ହଜାର ୩୯୫ ଟଙ୍କା ଆୟ ହୋଇଛି ବୋଲି ସୂଚନା ମିଳିଛି। ତେବେ ମନ୍ଦିର ଦେବୋତ୍ତର ବିଭାଗ, ସ୍ଥାନୀୟ ତହସିଲଦାର,ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତରେ ଏହି ସମସ୍ତ ହୁଣ୍ଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଖୋଲା ଯାଇଥିଲା।
 
ଏହା ଛଡା ୭ଟି ହୁଣ୍ଡି ବାକ୍ସ ମଧ୍ୟରୁ ସୁନା, ଚାନ୍ଦି ଆଦି ଦାନ ସୂତ୍ରରେ ମିଳିଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ କେରେକେରା ଗ୍ରାମରେ ମହାପ୍ରଭୁଙ୍କ ଏହି ମନ୍ଦିର ରହିଥିବା ବେଳେ ମନ୍ଦିରକୁ ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁଅ ଛୁଟିଥାଏ। ବିଶ୍ୱାସ ରହିଛି ଯେ ବାବା ଗୋରେଖାନାଥ ଜୀବନ୍ତ ଠାକୁର। ଏଠାକୁ ଆସି ଯେଉଁ ଭକ୍ତ ମାନସିକ କରିଥାଏ ତାଙ୍କ ମନସ୍କାମନା ଅଚିରେ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।
Read More
{}{}