Hindi News >>Home >>Odisha State

ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳବ ୫ ହଜାର ଟଙ୍କା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

Odisha News: ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ ହେବ, ଏଥିରେ ୩ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବେ।q

Advertisement
ନବମ-ଏକାଦଶ ଛାତ୍ରଛାତ୍ରୀଙ୍କୁ ମିଳବ ୫ ହଜାର ଟଙ୍କା, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
Zee Odisha Desk|Updated: Sep 05, 2024, 02:19 PM IST
Share

ଭୁବନେଶ୍ଵର: ଚଳିତ ବର୍ଷରୁ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଲାଗୁ ହେବ। ଅନୁସୂଚିତ ଜାତି ଓ ଜନଜାତି ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। କ୍ୟାବିନେଟ ନିଷ୍ପତ୍ତି ନେଇ ଗୃହରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସୂଚନା ଦେଇଛନ୍ତି। 

ବିଧାନସଭାରେ ଘୋଷଣା କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଚଳିତବର୍ଷ ଏହି ଯୋଜନାରେ ୩ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ। ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବେ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବେ ସେମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର। ଯୋଜନା ପାଇଁ ଖର୍ଚ୍ଚ ହେବ ୧୫୬ କୋଟି ଟଙ୍କା। 

ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ୧୫୬ କୋଟି ଖର୍ଚ୍ଚ ହେବ, ଏଥିରେ ୩ ଲକ୍ଷ ଛାତ୍ରୀଛାତ୍ର ଉପକୃତ ହେବେ। ନବମ, ଏକାଦଶ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ମିଳିବ। 

ଆଦିବାସୀ ପିଲାଙ୍କ ଡ୍ରପ ଆଉଟକୁ ନେଇ ଚିନ୍ତିତ ମୋହନ ସରକାର ଏକ ଯୋଜନା ଆଣିଛନ୍ତି। ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆଦିବାସୀ ପିଲାଙ୍କୁ ପ୍ରୋତ୍ସାହନ ରାଶି ମିଳିବ। ଚଳିତ ବଜେଟରେ ଏହାକୁ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଜନଜାତି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୫ ହଜାର ଟଙ୍କା ମିଳିବ । ତେବେ ଏହା କେବେଠୁ ମିଳିବ ସେନେଇ କୌଣସି ସୂଚନା ପ୍ରକାଶ ପାଇନାହିଁ।

Read More
{}{}