Home >>Odisha State

ଦେବଦୂତ ସାଜିଲେ ଜିଆରପି ଯବାନ, ଟ୍ରେନ୍ ଲାଇନରୁ ବଞ୍ଚେଇଲେ ଜୀବନ

୪୪ ବର୍ଷୀୟ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବା ସମୟରେ ହଠାତ୍ ଜି ଆର୍ ପି କନଷ୍ଟେବଳ ଟୁଲୁ ବେହେରାଙ୍କ ନଜରରେ ଏହି ଦୃଶ୍ୟ ପଡିଥିଲା । ସେ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

Advertisement
ଦେବଦୂତ ସାଜିଲେ ଜିଆରପି ଯବାନ, ଟ୍ରେନ୍ ଲାଇନରୁ ବଞ୍ଚେଇଲେ ଜୀବନ
Soubhagya Ranjan Mishra|Updated: Jun 05, 2025, 06:36 PM IST
Share

କଟକ: ଗୁରୁବାର ଦିନ କଟକ ରେଳ ଷ୍ଟେଶନରେ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ଜଣେ ଜିଆରପି ଯବାନ ।  ୪୪ ବର୍ଷୀୟ ଜଣେ ଯାତ୍ରୀଙ୍କୁ ଚଳନ୍ତା ଟ୍ରେନରୁ ଖସି ପଡ଼ିବା ସମୟରେ ହଠାତ୍ ଜି ଆର୍ ପି କନଷ୍ଟେବଳ ଟୁଲୁ ବେହେରାଙ୍କ ନଜରରେ ଏହି ଦୃଶ୍ୟ ପଡିଥିଲା । ସେ ତୁରନ୍ତ ଉପସ୍ଥିତ ବୁଦ୍ଧି ଖଟାଇ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ।

ସୂଚନା ଅନୁଯାୟୀ, ଘଟଣାଟି ସକାଳ ପ୍ରାୟ ୮.୦୫ ସମୟରେ ଘଟିଥିଲା। ପଶ୍ଚିମବଙ୍ଗର ଉତ୍ତର ଦିନାଜପୁରର ମିର୍ଜାପୁରର ଏମଡି ମୁଜାହିର କନ୍ୟାକୁମାରୀ-ଡିବ୍ରୁଗଡ଼ ଏକ୍ସପ୍ରେସରେ ଚଢ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ହଠାତ୍ ଗୋଡ ଖସିଯିବାରୁ ସେ ତଳକୁ ଖସିପଡ଼ିଥିଲେ। ସେହି ସମୟରେ କର୍ତ୍ତବ୍ୟରତ କନଷ୍ଟେବଳ ତୁରନ୍ତ କିଛି ସେକେଣ୍ଡ ମଧ୍ୟରେ ଯାତ୍ରୀଙ୍କ ପାଖକୁ ଦୌଡ଼ିଯାଇ ତାଙ୍କୁ ଠିକ୍ ସମୟରେ ଟାଣି ଆଣିଥିଲେ। ଯାହା ଫଳରେ ଏକ ସମ୍ଭାବ୍ୟ ଦୁର୍ଘଟଣା ଏଡାଇ ଯାଇଥିଲା। କନେଷ୍ଟବଳଙ୍କ ଏପରି ସାହସିକତା କାର୍ଯ୍ୟକୁ ପ୍ରଶଂସା କରି ଓଡ଼ିଶା ଡିଜିପି ୱାଇ ବି ଖୁରାନିଆ ତାଙ୍କ ପାଇଁ ୨୫୦୦ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ଉପକୂଳ ସୁରକ୍ଷା ଏବଂ ରେଳବାଇ ଏଡିଜି ଅରୁଣ ବୋଥ୍ରା ମଧ୍ୟ କନଷ୍ଟେବଳଙ୍କ ସହ କଥା ହୋଇ ତାଙ୍କର ସାହସ ଏବଂ ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରିଥିଲେ।

Also Read- Shukra Gochar 2025: ୨୬ ଜୁନରୁ ଶୁକ୍ରଙ୍କ ପ୍ରଭାବ, ୩ ରାଶିର ପ୍ରେମ ଜୀବନରେ ହେବ ପରିବର୍ତ୍ତନ

Also Read- କେତେ ପାଠ ପଢିଛନ୍ତି ନବ ଦମ୍ପତ୍ତି ମହୁଆ ମୈତ୍ର ଏବଂ ପିନାକୀ ମିଶ୍ର

Read More
{}{}