Hindi News >>Home >>Odisha State

Olive Ridley: ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ଲାଗିଲା କଟକଣା

ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ ୧ ନଭେମ୍ବର ୨୦୨୪ ଶୁକ୍ରବାର ଠାରୁ ଅଲିଭ ରିଡଲେ କଇଁଛଙ୍କ ପାଇଁ କଟକଣା ଲାଗୁ କରାଯିବ। ଏହି କଟକଣା ଦୀର୍ଘ  ୧୬୦ କିଲୋମିଟର ଲମ୍ବରେ ଲାଗୁ କରାଯିବ। ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଧାମରା ମୁହାଣ, ଦେବୀ ମୁହାଣ ପର୍ଯ୍ୟନ୍ତ ୧୪୩୭ ବର୍ଗ କିଲୋମିଟରରେ ଏହି କଟକଣାକୁ ଲାଗୁ କରାଯି

Advertisement
Olive Ridley: ଅଲିଭ ରିଡଲେଙ୍କ ଅଣ୍ଡାଦାନ ପାଇଁ ଲାଗିଲା କଟକଣା
Prabhudatta Moharana|Updated: Oct 31, 2024, 10:57 AM IST
Share

Olive Ridley: ଭୁବନେଶ୍ୱର: ଆସନ୍ତା କାଲି ଅର୍ଥାତ ୧ ନଭେମ୍ବର ୨୦୨୪ ଶୁକ୍ରବାର ଠାରୁ ଅଲିଭ ରିଡଲେ କଇଁଛଙ୍କ ପାଇଁ କଟକଣା ଲାଗୁ କରାଯିବ। ଏହି କଟକଣା ଦୀର୍ଘ  ୧୬୦ କିଲୋମିଟର ଲମ୍ବରେ ଲାଗୁ କରାଯିବ। ଅନ୍ତୁଡିଶାଳ ଭାବେ ପରିଚିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ଧାମରା ମୁହାଣ, ଦେବୀ ମୁହାଣ ପର୍ଯ୍ୟନ୍ତ ୧୪୩୭ ବର୍ଗ କିଲୋମିଟରରେ ଏହି କଟକଣାକୁ ଲାଗୁ କରାଯିବ। ଏହି କଟକଣା ମଧ୍ୟରେ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ରହିଛି। କଇଁଛ ଋତୁ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳଠାରୁ ୨୦କି.ମି. ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍‌, ଭୁଟୁଭୁଟି ଚଳାଚଳ ବନ୍ଦ ସହ ମାଛଧରା ଉପରେ କଟକଣା ଜାରି କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହ ଏହି ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟର୍ଟଲ୍‌ ପ୍ରୋଟେକ୍ସନ୍‌ କ୍ୟାମ୍ପ କରାଯିବ। ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏହାବାଦ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍‌ ଲେଖାଏ ଏପିଆର୍‌ ଫୋର୍ସ ମୁତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍‌ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ।

Read More
{}{}