Hindi News >>Home >>Odisha State

ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୪ ଜୀବନ

Bus accident: ଯାହା ଫଳରେ ୪ଜଣଙ୍କ ମତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବିଏସଏଫ୍ ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରିଛି। ବର୍ତ୍ତମାନ ଗୁରୁତର ଓ ଆହତ ବୈପାରୀଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

Advertisement
ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ: ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
Zee Odisha Desk|Updated: Dec 29, 2024, 11:11 AM IST
Share

କୋରାପୁଟ: ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ। ଘାଟିରେ ବସ୍ ଓଲଟି ୪ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି। ରବିବାର ଭୋର ୫ଟା ସମୟରେ ବୈପାରିଗୁଡା ଗୁପ୍ତେଶ୍ୱର ସୁକୁନାଳରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୦ଜଣଙ୍କୁ ନେଇ କଟକ ନିଆଳିରୁ ବୈପାରିଗୁଡାର ଶୈବପୀଠ ଗୁପ୍ତେଶ୍ୱର ଦର୍ଶନ ପାଇଁ ଯାଉଥିବା ବେଳେ ଏହି ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି। 

ସୂଚନାଯୋଗ୍ୟ, ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରକୁ ଦର୍ଶନ କରିବା ପାଇଁ କଟକ ନିଆଳିରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଏକ ଟୁରିଷ୍ଟ ବସ୍‌ରେ ଯାଉଥିବା ବେଳେ ସୁକୁନାଳ ନିକଟରେ ବସ୍‌ଟି ଭାରସ୍ୟାମ ହରାଇ ରାସ୍ତାକୁ ଓଲଟିପଡିଥିଲା। ଯାହା ଫଳରେ ୪ଜଣଙ୍କ ମତ୍ୟୁ ହୋଇଥିବାବେଳେ ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବିଏସଏଫ୍ ପୁଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ବୈପାରୀଗୁଡା ମେଡିକାଲରେ ଭର୍ତ୍ତି କରିଛି। ବର୍ତ୍ତମାନ ଗୁରୁତର ଓ ଆହତ ବୈପାରୀଗୁଡା ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି।

Read More
{}{}