Home >>Odisha State

Hatibesha: ଦୁର୍ଲ୍ଲଭ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ

Hatibesha: ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଛେରା ପହଁରା ହୋଇ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜୀୟୁ। । ସେଥିପାଇଁ ରାଘବଦାସ ମଠରେ ମହାପ୍ରଭୁଙ୍କ ହାତୀ ବେଶ ନିର୍ମାଣ ଚାଲିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ ।

Advertisement
Hatibesha: ଦୁର୍ଲ୍ଲଭ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ
Sanjaya Kumar Mohapatra|Updated: Jun 21, 2024, 12:07 PM IST
Share

Hatibesha: ଆସନ୍ତା ୨୨ତାରିଖ ଶନିବାର ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ଏହି ଅବସରରେ ସ୍ନାନ ବେଦୀ ଉପରେ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଗଣଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ। ଏନେଇ ବେଶ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭକ୍ତିପୁତ ଓ ଶ୍ରଦ୍ଧାର ସହ ରାଘବଦାସ ମଠରେ ବେଶ ନିର୍ମାଣ ଜାରି ରହିଛି। କେବଳ ହାତୀବେଶ ନୁହେଁ ମହାପ୍ରଭୁଙ୍କ ଟାହିୟା ମଧ୍ୟ ପ୍ରସ୍ତୁତ କରାଯାଉଛନ୍ତି। ମହାପ୍ରଭୁଙ୍କ ଏହି ବେଶ ପ୍ରସ୍ତୁତ କରି ସେବାୟତ ମାନେ ନିଜକୁ ବେଶ ଧନ୍ୟ ମନେ କରିଛନ୍ତି।

ଦେବସ୍ନାନପୂର୍ଣ୍ଣମୀ ଦିନ ମହାପ୍ରଭୁ ୧୦୮ ଗଡୁ ସୁବାସିତ ଜଳରେ ସ୍ନାନ କରିବା ପରେ ଛେରା ପହଁରା ହୋଇ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ଶ୍ରୀଜୀୟୁ। । ସେଥିପାଇଁ ରାଘବଦାସ ମଠରେ ମହାପ୍ରଭୁଙ୍କ ହାତୀ ବେଶ ନିର୍ମାଣ ଚାଲିଛି। ପବିତ୍ର ଅକ୍ଷୟ ତୃତୀୟା ଠାରୁ ହାତୀବେଶ ପାଇଁ ଅନୁକୂଳ ଆରମ୍ଭ ହୋଇ ସ୍ନାନପୂର୍ଣ୍ନିମା ପର୍ଯ୍ୟନ୍ତ ଏହି ବେଶ ନିର୍ମାଣ ଜାରି ରହିଥାଏ । ସୋଲ,ଜରି, ଜମ୍ବୁରା, କଦଳିପଟୁକା , କଇଁଥ ଅଠାରେ ଶିଳ୍ପୀ ତଥା ବେଶ କାରିଗର ମାନେ ଶ୍ରୀଜିଉଙ୍କ ନିମନ୍ତେ ମନଲୋଭା ହାତୀବେଶ ପ୍ରସ୍ତୁତ କରିଥାନ୍ତି। ହାତୀବେଶର ବିଭିନ୍ନ ଅଂଶ ମଧ୍ୟରେ କିଆଫଳି,ଚନ୍ଦ୍ରସୂର୍ଯ୍ୟ,ଡାଳି,କାନ,ଥୋଡ,ହାଣ୍ଡିଆ ରହିଛି। ଜଳଲାଗି ପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ସଜ୍ଜିତ ହୋଇ ସ୍ନାନ ମଣ୍ଡପରେ ଭକ୍ତ ଜନଙ୍କୁ ଦର୍ଶନ ଦେବେ।

ପବିତ୍ର ଅକ୍ଷୟ ତୃତୀୟା ତିଥିରୁ ଶିଳ୍ପୀ ମାନେ ଅତି ନିଷ୍ଠା ଓ ପବିତ୍ରତାର ସହ ଏହି ବେଶ ପ୍ରସ୍ତୁତି କରୁଥିବା ବେଳେ ଏହି ସେବା କରିବାର ସୌଭାଗ୍ୟ ପାଇ ବେଶ ଖୁସି ବ୍ୟକ୍ତ କରିଛନ୍ତି।ରାଘବଦାସ ମଠ ଓ ଗୋପାଳ ତୀର୍ଥ ମଠ ପକ୍ଷରୁ ମହାପ୍ରଭୁଙ୍କ ହାତୀବେଶ ପ୍ରସ୍ତୁତ କରି କାହିଁ କେତେ ବର୍ଷ ହେବ ପ୍ରଦାନ କରାଯାଉ ଅଛି। ବର୍ଷକୁ ଥରଟିଏ ସ୍ନାନ ବେଦୀ ଉପରେ ଏହି ନିଆରା ଓ ଆକର୍ଷଣୀୟ ଗଜାନନ ବେଶରେ ମହାପ୍ରଭୁ ଙ୍କୁ ସୁସଜ୍ଜିତ କରାଯିବାର ଵିଧି ପରମ୍ପରା ଆବାହମାନ କାଳରୁ ରହି ଆସିଥିବା ବେଳେ ଏବେବି ସେହି ପରମ୍ପରାକୁ ପାଳନ କରାଯାଉଅଛି । ସୁଧପୁତ ଭାବେ ଓ ସ୍ୱତନ୍ତ୍ର କଳା କୌଶଳରେ ଏହି ହାତୀ ବେଶକୁ କାରିଗର ମାନେ ପାରମ୍ପରିକ ଢଙ୍ଗରେ ନିର୍ମାଣ କରୁଥିବା ବେଳେ ରାଘବ ଦାସ ମଠ ପକ୍ଷରୁ ବେଶ ନିର୍ମାଣ ନେଇ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ତେବେ ଗୋପାଳ ତୀର୍ଥ ମଠ ପକ୍ଷରୁ ହାତୀ ବେଶ ନେଇ ସାମଗ୍ରୀ ସବୁ ଗତ କିଛି ବର୍ଷ ହେବ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାରିଗରଙ୍କୁ ଯୋଗାଇ ଦିଆଯାଉଥିବା ଜଣାପଡିଛି।

Read More
{}{}