Home >>Odisha State

Odisha News: ଲାଞ୍ଚ ଦେଇ ଧରା ପଡ଼ିଲେ ବିଲ୍ଡର ସଂସ୍ଥା ମୁଖ୍ୟ

Odisha News: ଗତକାଲି ସନ୍ଧ୍ୟାରେ ସିବିଆଇ ଦିଲ୍ଲୀର କିଛି ଅଧିକାରୀ ହୋଟେଲ୍‍ ମେ’ ଫେୟାରଠାରେ ତାଙ୍କର କାର୍‍ ଜବ୍ତ କରି ସେଥିରେ ମୋଟା ଅଙ୍କର ଅର୍ଥ ଥିବା ଠାବ କରିଥିଲେ। ସେତେବଳେ ଏ ବାବଦରେ ସିବିଆଇ ପକ୍ଷରୁ କିଛି କୁହାଯାଇ ନଥିଲେ ମଧ୍ୟ ବିଶେଷ ସୂତ୍ରରୁ ଏହା  ସରକାରୀ କାର୍ଯ୍ୟକୁ ପାଇବା ପାଇଁ ଲାଞ୍ଚ ଦେବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଜଣାପଡ଼ି

Advertisement
Odisha News: ଲାଞ୍ଚ ଦେଇ ଧରା ପଡ଼ିଲେ ବିଲ୍ଡର ସଂସ୍ଥା ମୁଖ୍ୟ
Priyambada Rana|Updated: Dec 08, 2024, 09:02 AM IST
Share
ଭୁବନେଶ୍ୱର:  ଭାରତ ସରକାରଙ୍କ ବ୍ରିଜ୍‍ ଆଣ୍ଡ ରୁଫ୍‍ କମ୍ପାନୀ ଇଣ୍ଡିଆ ଲିମିଟେଡ୍‍ର ନିର୍ଦ୍ଦେଶକଙ୍କୁ ମୋଟା ଅଙ୍କ ଲାଞ୍ଚ ଦେବା ଲାଗି ଆସିଥିବା ଏକ ବିଲ୍ଡର ସଂସ୍ଥାର ମୁଖ୍ୟଙ୍କୁ ଧରିଛନ୍ତି ସିବିଆଇ ସ୍ୱତନ୍ତ୍ର ଟିମ୍‍। ଗତକାଲି ସନ୍ଧ୍ୟାରେ ସିବିଆଇ ଦିଲ୍ଲୀର କିଛି ଅଧିକାରୀ ହୋଟେଲ୍‍ ମେ’ ଫେୟାରଠାରେ ତାଙ୍କର କାର୍‍ ଜବ୍ତ କରି ସେଥିରେ ମୋଟା ଅଙ୍କର ଅର୍ଥ ଥିବା ଠାବ କରିଥିଲେ। ସେତେବଳେ ଏ ବାବଦରେ ସିବିଆଇ ପକ୍ଷରୁ କିଛି କୁହାଯାଇ ନଥିଲେ ମଧ୍ୟ ବିଶେଷ ସୂତ୍ରରୁ ଏହା  ସରକାରୀ କାର୍ଯ୍ୟକୁ ପାଇବା ପାଇଁ ଲାଞ୍ଚ ଦେବା ଲାଗି ଉଦ୍ଦିଷ୍ଟ ଥିଲା ବୋଲି ଜଣାପଡ଼ିଛି। 
 
ମୁଖ୍ୟତଃ ଭାରତ ସରକାରଙ୍କ ବିଭିନ୍ନ ଉଦ୍ୟୋଗ ଭିତ୍ତିଭୂମିକୁ ବ୍ରିଜ୍‍ ଆଣ୍ଡ ରୁଫ୍‍ କମ୍ପାନୀ ମାଧ୍ୟମରେ ବିକଶିତ କରାଯାଇଥାଏ। କମ୍ପାନୀ ଅଧୀନରେ ଥିବା ତାଲିକାଭୁକ୍ତ ଠିକାଦାର ସଂସ୍ଥାଙ୍କୁ କମ୍ପାନୀ ପକ୍ଷରୁ ମୋଟା ଅଙ୍କର କାର୍ଯ୍ୟାଦେଶ ଦିଆଯାଇଥାଏ। ଏହି କାର୍ଯ୍ୟାଦେଶ ହାସଲ ବା ପୂର୍ବ କାର୍ଯ୍ୟାଦେଶର ଅର୍ଥ ପଇଠ ଲାଗି ସମ୍ପୃକ୍ତ ବିଲ୍ଡର ସଂସ୍ଥା ଏପରି ଯୋଜନା କରିଥିବା ଜଣାପଡ଼ିଛି।
ଚଢ଼ଉ ବେଳେ ସିବିଆଇ ସ୍ୱତନ୍ତ୍ର ଅଧିକାରୀଙ୍କ ହାତରେ ବିଲ୍ଡର ସଂସ୍ଥା ଆଦିତ୍ୟଦେବ ଇନ୍‍ଫ୍ରାର ଜଣେ ନିର୍ଦ୍ଦେଶକ ଏବଂ   ୩ ସହଯୋଗୀ ଧରାପଡ଼ିଛନ୍ତି। ଏହାସହ ଏକ କଳା ଲମ୍ବା କାର୍‍ ମଧ୍ୟ ଜବତ କରାଯାଇଛି। ଏେବ ସେମାନଙ୍କୁ ସ୍ୱତନ୍ତ୍ର ଅଧିକାରୀମାନେ ପଚରା ଉଚରା କରୁଛନ୍ତି।
Read More
{}{}