COVID-19: ରାଜଧାନୀ ଭୁବନେଶ୍ବରରେ କୋରୋନା ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଯାହାକୁ ନେଇ ଆତଙ୍କିତ ହୋଇପଡିଛନ୍ତି ରାଜଧାନୀବାସୀ। ଏନେଇ ଆଜି ଏକ ବୈଠକ ବସିଥିବା ବେଳେ ବ୍ୟସ୍ତ ନହେବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ ଏସ୍ ଅଶ୍ବଥୀ । ରାଜଧାନୀରେ କୋରୋନା ଚିହ୍ନଟ ନେଇ ସ୍ବାସ୍ଥ୍ୟ ସଚିବଙ୍କ ପ୍ରତିକ୍ରିୟା ରଖିଛନ୍ତି। କୋଭିଡ୍କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ।‘ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍ ରହିଛି’। କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ନୂତନ ଗାଇଡ୍ଲାଇନ ଆସିନି’। ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। ବ୍ୟକ୍ତି ଜଣଙ୍କ କୋରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି ।
ସୂଚନା ଅନୁସାରେ,ପୁଣି ଭାରତରେ ନିଜର କାୟା ବିସ୍ତାର କରିଛି କୋରୋନା । ଯାହାକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତ୍ତାବରଣ ଦେଖିବାକୁ ମିଳିଥିବାବେଳେ, ଓଡିଶାରେ ଆଜି ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାଯାଇଛି । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । ଆକ୍ରାନ୍ତ ଜଣଙ୍କ ଏବେ କ୍ବାରେଣ୍ଟାଇନରେ ରହିଛନ୍ତି । ଆକ୍ରାନ୍ତ ଜଣକ ବୟସ୍କ ବ୍ୟକ୍ତି ହୋଇଥିବା ସୂଚନା ରହିଛି । ତେବେ ଓଡିଶାରେ କୋରୋନାର ନୂଆ ମାମଲା ଚିହ୍ନଟ ହେବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଚିନ୍ତାର କାରଣ ପାଲଟିଛି ।