Hindi News >>Home >>Odisha State

୭୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ବୟୋ ବନ୍ଦନା ଏବଂ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ

ଆୟୁଷ୍ମାନ ଯୋଜନା ସଂପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନା କାର୍ଡ । ଆୟୁଷ୍ମାନ ଯୋଜନାରେ ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । 

Advertisement
୭୦ ବର୍ଷରୁ ଊର୍ଦ୍ଧ୍ବଙ୍କୁ ବୟୋ ବନ୍ଦନା ଏବଂ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ କାର୍ଡ
Soubhagya Ranjan Mishra|Updated: Apr 05, 2025, 05:55 PM IST
Share

ଭୁବନେଶ୍ୱର: ୭୦ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଲୋକଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ୱା ଆଇଟି ଦାଖଲକାରୀ ସମସ୍ତେ ପାଇବେ ଏହି କାର୍ଡ । ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନା କାର୍ଡ । ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ ଜନସେବା କେନ୍ଦ୍ର କର୍ମଚାରୀ ଏବଂ ଆଶାକର୍ମୀ  ।

କେବଳ ସେତିକି ନୁହେଁ, ଆୟୁଷ୍ମାନ ଯୋଜନା ସଂପର୍କରେ ସ୍ବାସ୍ଥ୍ୟ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ଆୟୁଷ୍ମାନ ଯୋଜନା କାର୍ଡ । ଆୟୁଷ୍ମାନ ଯୋଜନାରେ ୧ କୋଟି ୩ ଲକ୍ଷ ପରିବାରକୁ ସାମିଲ୍ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏଁ କାର୍ଡ ମିଳିବ ବୋଲି କୁହାଯାଇଛି । ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା କିନ୍ତୁ ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

Also Read- Mangal Shani Effects: ମଙ୍ଗଳ-ଶନି ନବପଞ୍ଚମ ଯୋଗ, ୫ ରାଶିରେ ଧନ ବର୍ଷା !

Also Read- ସସ୍ମିତ ପାତ୍ରଙ୍କ ବିରୋଧରେ ବିଜେଡି ସଭାପତିଙ୍କୁ ଚିଠି ଲେଖିଲେ ପ୍ରତାପ ଜେନା

Read More
{}{}