Hindi News >>Home >>Odisha State

Heat Wave: ୪୪.୬ ଡ଼ିଗ୍ରୀରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ, ୨୬ ସହରରେ ୪୦ ପାର୍

Weather Update: ଆଜି ୪୪.୬ ଡ଼ିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୭ଟି ସହରରେ ଦିନ ତାପମାତ୍ରା ୪୩ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ୨୬ ଟି ସହରରେ ୪୦ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା । ଅନ୍ୟପଟେ ଟ୍ୱିନସିଟି ତାପମାତ୍ରା ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Advertisement
Heat Wave: ୪୪.୬ ଡ଼ିଗ୍ରୀରେ ସବୁଠୁ ଉତ୍ତପ୍ତ ସହର ପାଲଟିଲା ବୌଦ୍ଧ, ୨୬ ସହରରେ ୪୦ ପାର୍
Soubhagya Ranjan Mishra|Updated: May 03, 2024, 08:48 PM IST
Share

Weather Update: କିଛି ଘଣ୍ଟାର ବ୍ୟବଧାନ ପରେ ପୁଣି ଧିରେ ଧିରେ ଉଠିଲା ପାରଦ । ଆଜି ୪୪.୬ ଡ଼ିଗ୍ରୀ ତାପମାତ୍ରା ସହ ବୌଦ୍ଧ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ୭ଟି ସହରରେ ଦିନ ତାପମାତ୍ରା ୪୩ଡ଼ିଗ୍ରୀ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଛି । ୨୬ ଟି ସହରରେ ୪୦ଡ଼ିଗ୍ରୀ ଅତିକ୍ରମ କରିଛି ତାପମାତ୍ରା । ଅନ୍ୟପଟେ ଟ୍ୱିନସିଟି ତାପମାତ୍ରା ପୁଣି ୪୦ ଡ଼ିଗ୍ରୀ ଅତିକ୍ରମ କରିଛି । ଆଜି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୪୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ କଟକରେ ୪୦.୫ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଟିଟଲାଗଡ଼ରେ ୪୪ ଡିଗ୍ରୀ, ନୂଆପଡାରେ ୪୩.୯, ବଲାଙ୍ଗିରରେ ୪୩.୪, ମାଲକାନାଗିରି ଏବଂ ପାରଳାଖେମୁଣ୍ଡିରେ ୪୩.୩, ଭବାନୀପାଟଣାରେ ୪୩, ବାରିପଦା ଏବଂ ସମ୍ୱଲପୁରରେ ୪୨.୮, ଅନୁଗୋଳରେ ୪୨.୭, ହୀରାକୁଦରେ ୪୨.୩, ତାଳଚେରରେ ୪୨.୨, ଝାରସୁଗୁଡା ଏବଂ ସୋନପୁରରେ ୪୨.୧,  ଭୁବନେଶ୍ୱରରେ ୪୧.୬, ଫୁଲବାଣୀ, ଢେଙ୍କାନାଳ, ନୟାଗଡ, ସୁନ୍ଦରଗଡ଼ରେ ୪୧.୫ ଡିଗ୍ରୀ , ଜଗତସିଂହପୁରରେ ୪୧.୩, ଯାଜପୁର ଏବଂ ରାୟଗଡାରେ ୪୧.୨, ରାଉରକେଲାରେ ୪୦.୬, କଟକରେ ୪୦.୫, କେନ୍ଦୁଝରରେ ୪୦.୪, ନବରଙ୍ଗପୁରରେ ୪୦.୨, କେନ୍ଦ୍ରାପଡାରେ ୪୦, ବାଲେଶ୍ୱର ଏବଂ ବରଗଡରେ ୩୯.୮, ଖୋର୍ଦ୍ଧା, କୋରାପୁଟ ଏବଂ ଦେଓଗଡ଼ରେ ୩୯.୫, ଭଦ୍ରକ ଏବଂ ଛତ୍ରପୁରରେ ୩୯ ଡିଗ୍ରୀ, ଦାରିଙ୍ଗିବାଡିରେ ୩୮.୫, ଚାନ୍ଦବାଲିରେ ୩୮.୨, ଗୋପାଳପୁରରେ ୩୫, ପାରାଦ୍ୱୀପ ୩୪.୬, ପୁରୀରେ ୩୪.୩ ଡିଗ୍ରୀ ରେକର୍ଡ କରାଯାଇଛି ।

Also Read- Budh Gochar 2024: ମିଥୁନ ରାଶିରେ ବୁଧ ଚଳନ, ୭ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- Crime News: ଲାଞ୍ଚ ନେବା ପଡିଲା ମହଙ୍ଗା, ଚାକିରିରୁ ବିଦା ହେଲେ ଅଫିସର

Read More
{}{}