Home >>Odisha State

Heat Wave: ପୁଣି ବଢିଲା ତାତି, ୪୨ ଡିଗ୍ରୀ ଉପରେ ସମ୍ୱଲପୁର ଓ ଝାରସୁଗୁଡା

Heat Wave: ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ସମ୍ବଲପୁର ୪୨.୫ ଡ଼ିଗ୍ରୀ, ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୬  ଡ଼ିଗ୍ରୀ, ରାଉରକେଲା ୪୦.୬ ଡ଼ିଗ୍ରୀ, ବାଲେଶ୍ୱର ୩୯.୮ ଡ଼ିଗ୍ରୀ, ଚାନ୍ଦବାଲି ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୫ ଡ଼ିଗ୍ରୀ, ପାରାଦୀପ ୩୪.୬ ଡ଼ିଗ୍ରୀ, ପୁରୀ ୩୫.୩ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

Advertisement
Heat Wave: ପୁଣି ବଢିଲା ତାତି, ୪୨ ଡିଗ୍ରୀ ଉପରେ ସମ୍ୱଲପୁର ଓ ଝାରସୁଗୁଡା
Soubhagya Ranjan Mishra|Updated: May 03, 2024, 04:22 PM IST
Share

Heat Wave: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ, ସମ୍ବଲପୁର ୪୨.୫ ଡ଼ିଗ୍ରୀ, ଝାରସୁଗୁଡା ୪୨.୧ ଡ଼ିଗ୍ରୀ, ହୀରାକୁଦ ୪୧.୮ ଡ଼ିଗ୍ରୀ, ଭୁବନେଶ୍ୱର ୪୧.୬  ଡ଼ିଗ୍ରୀ, ରାଉରକେଲା ୪୦.୬ ଡ଼ିଗ୍ରୀ, ବାଲେଶ୍ୱର ୩୯.୮ ଡ଼ିଗ୍ରୀ, ଚାନ୍ଦବାଲି ୩୮.୨ ଡ଼ିଗ୍ରୀ, ଗୋପାଳପୁର ୩୫ ଡ଼ିଗ୍ରୀ, ପାରାଦୀପ ୩୪.୬ ଡ଼ିଗ୍ରୀ, ପୁରୀ ୩୫.୩ ଡ଼ିଗ୍ରୀ ସେଲସିୟସ ତାପମାତ୍ରା ରହିଛି ।

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଦିଗରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଉପକୂଳ ଓଡ଼ିଶା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହାର ପ୍ରଭାବରେ ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଦେଖିବାକୁ ମିଳିଛି। ତେବେ ଶୁକ୍ରବାର ଅର୍ଥାତ ଆଜିଠାରୁ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। 

ଆଜି ରାଜ୍ୟର ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ ସୂଚନା ମିଳିଛି। ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ଆଦି ୧୯ଟି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ।

ତେବେ ଦୁଇ ଦିନ ପରେ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ହ୍ରାସ ପାଇବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କେ‌ତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ହୋଇପାରେ ମାତ୍ର ଏହାର ପ୍ରଭାବ ୬ ତାରିଖ ବେଳକୁ କମିବା ନେଇ ବିଭାଗ କହିଛି। ଏଥି ସହ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା କାରଣରୁ ତାପମାତ୍ରାରେ ଆହୁରି ୩ରୁ ୫ ଡିଗ୍ରି ହ୍ରାସ ଦେକିବାକୁ ମିଳିବ।

Also Read- Grah Gochar 2024: ୨ ଶତ୍ରୁ ଗ୍ରହ ମୁହାଁମୁହିଁ, ୩ ରାଶି ଜୀବନରେ ବଡ଼ ସଙ୍କଟ !

Also Read- Budh Gochar 2024: କ୍ୟାରିୟର ସହ ବ୍ୟବସାୟରେ ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

Read More
{}{}