Hindi News >>Home >>Odisha State

KIIT କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ହେଲ୍ପ ଲାଇନ ନମ୍ୱର

KIIT Student Suicide Case: କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥି ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

Advertisement
Helpline number issued for students who have left KIIT campus
Helpline number issued for students who have left KIIT campus
Zee Odisha Desk|Updated: Feb 19, 2025, 11:12 PM IST
Share

KIIT Student Suicide Case: ଭୁବନେଶ୍ୱର ସ୍ଥିତ KIIT ଡିମ୍ଡ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସହ ଘଟିଥିବା ଘଟଣା ଦୁର୍ଭାଗ୍ୟଜନକ ଅଟେ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୯୦୪୫/HE, ତା ୧୮/୦୨/୨୦୨୫ରିଖ ଅନୁଯାୟୀ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟି ଆଜି ତା ୧୯/୦୨/୨୦୨୫ ରିଖରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରିଥିଲା ଏବଂ ହଷ୍ଟେଲରେ ଥିବା ନେପାଳର ଛାତ୍ରଛାତ୍ରୀମାନଙ୍କ ସହିତ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲା ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କେବଳ ନେପାଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସାଇନ ଡାଏ ଘୋଷଣା ହେବା ଏବଂ ସେମାନଙ୍କୁ କ୍ୟାମ୍ପସରୁ ବଳପୂର୍ବକ ବହିଷ୍କାର କରିବା ଇତ୍ୟାଦି ବିଷୟରେ ତଦନ୍ତ କରାଯିବ। ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା ଓ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁକର୍ତ୍ତୃପକ୍ଷଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉକ୍ତ କମିଟି ବିସ୍ତୃତ ତଦାରଖ କରିବ ।

କ୍ୟାମ୍ପସ ଛାଡି ଚାଲିଯାଇଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ସହିତ କ୍ୟାମ୍ପସରେ ଥିବା ଛାତ୍ରଛାତ୍ରୀଙ୍କ ସହାୟତା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଏକ ୨୪x୭ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି। ଏଥି ନିମନ୍ତେ ନିମ୍ନ ପ୍ରଦତ୍ତ ଚାରିଗୋଟି ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।

ହେଲ୍ପଲାଇନ ନମ୍ବର: 0674-2396550

 0674-2323401

 0674-2323402

 0674-2323403

 ହ୍ଵାଟ୍ସଆପ ନମ୍ବର : 9124620605 

ଛାତ୍ରଛାତ୍ରୀମାନଙ୍କୁ ସମନ୍ବିତ ପରାମର୍ଶ ପ୍ରଦାନ ପୂର୍ବକ ସେମାନଙ୍କର ଆତ୍ମବିଶ୍ୱାସ ଫେରାଇ ଆଣିବା ପାଇଁ ବିଭାଗ ତରଫରୁ ଅଭିଜ୍ଞ ପରାମର୍ଶଦାତା ନିୟୋଜିତ କରାଯିବ। କ୍ୟାମ୍ପସ ଛାଡ଼ିଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ଏବଂ କ୍ୟାମ୍ପସରେ ରହୁଥିବା ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଶତ ପ୍ରତିଶତ ପ୍ରୟାସ କରୁଅଛି।

Read More
{}{}