Home >>Odisha State

Suresh Pujari: ହୀରାକୁଦ ବନ୍ଧ ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ

 ଏହା ସହ ହୀରାକୁଦ ଡ୍ଯାମରୁ ଜଳ ନେଇ ଜଳକର ଦେଉ ନ ଥିବା କର ମଧ୍ଯ ଆଦାୟ ପାଇଁ ନୋଟିସ ହେବ ବୋଲି ମନ୍ତ୍ରୀ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କୁ କହିଛନ୍ତି। ଏହା ସହ ହୀରାକୁଦ ହୀରାକୁଦରୁ ସଫା ପାଣି ନେଇ ହୀରାକୁଦ ଜଳ ଭଣ୍ଡାରକୁ ବର୍ଯ୍ଯବସ୍ତୁ ଛାଡୁଥିଲେ କମ୍ପାନୀ ମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେବା ଓ ତଦାରଖ କରିବା ପାଇଁ ଅଧିକାରୀଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

Advertisement
Suresh Pujari: ହୀରାକୁଦ ବନ୍ଧ ପରିଚାଳନା ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ
Ajay Kumar Nath|Updated: Aug 05, 2024, 12:06 PM IST
Share

Suresh Pujari: ସମ୍ବଲପୁର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମୀକ୍ଷା ବୈଠକ। ରବିବାର ସକାଳ ସାଢେ ଦଶଟା ସମୟରେ ବୁର୍ଲାର ଅଶୋକ ନିବାସରେ ରାଜସ୍ବ ମନ୍ତ୍ରୀଙ୍କ ଏକ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି। ହୀରାକୁଦ ବନ୍ଧର ବରିଷ୍ଠ ଅଧିକାରୀ, ସମ୍ବଲପୁର ଜିଲ୍ଲାପାଳ, ଝାରସୁଗୁଡା ଜ଼ିଲ୍ଲା ପ୍ରଶାସନ ର ଅଧିକାରୀ, ସମ୍ବଲପୁର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବନ୍ଯା ନିୟନ୍ତ୍ରଣର ସମୀକ୍ଷା, ବନ୍ଧ ନିର୍ମାଣ ସମୟରେ ବ୍ଯବହାର ନ ହୋଇ ପଡିଥିବା ଜମିର ସ୍ଥିତି ସମ୍ପର୍କରେ ବିଶେଷ ଭାବରେ ସମୀକ୍ଷା ହୋଇଛି। ହୀରାକୁଦ ଜଲଭଣ୍ଡାରର ଜଳ ପରିଚାଳନା କିପରି ସୁରୁଖୁରୁରେ ହେବ ସେନେଇ ଆଲୋଚନା କରାଯାଇଛି। 

ସେପଟେ ଛତିଶଗଡ କେଉଁ ସମୟରେ ପାଣି ଛାଡୁଛି, କେତେ ଜଳ ହୀରାକୁଦ ଜଲଭଣ୍ଡାରକୁ ଆସୁଛି ସେନେଇ ମୁଖ୍ୟତଃ ଆଲୋଚନା ହେଇଛି। ସେହିପରି ସହରରେ ବନ୍ୟା ନିୟନ୍ତ୍ରଣ ପାଇଁ କଣ କରାଯାଇଛି ସେନେଇ ଅଧିକାରୀମାନଙ୍କ ସହ ଆଲୋଚନା କରାଯାଇଛି। ସହରରେ ଲାଗିଥିବା ସୁଇସ ଗେଟ ଓ ପମ୍ପିଙ୍ଗ ସେଣ୍ଟର ଗୁଡିକ କିପରି ରହିଛି ସେନେଇ ଆଲୋଚନା କରିଥିଲେ ମନ୍ତ୍ରୀ। ଖାସ କରି ହୀରାକୁଦ ବନ୍ଧ ନିର୍ମାଣ ସମୟରେ ଅଧିଗ୍ରହଣ ହୋଇଥିବା ଜମି ଯଦି ଅଣବ୍ଯବହୃତ ହୋଇ ରହିଛି। ତେବେ ତାହା ରାଜସ୍ବ ବିଭାଗକୁ ଫେରାଇ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହାଦ୍ବାରା ଗରିବ କଲ୍ଯାଣ ଯୋଜନାରେ ତାହା ଗରିବଙ୍କୁ ଘରଡିହ ଆକାରରେ ବଣ୍ଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। 

ସେହିପରି ଝାରସୁଗୁଡା ତଥା ବରଗଡ ଜିଲ୍ଲାରେ ୬୩୨ ଫୁଟରୁ ୬୩୪ ଫୁଟ ମଧ୍ଯରେ ରହିଥିବା ଚାଷ ଜମି ପଟ୍ଟା ପ୍ରଦାନ ପାଇଁ ପ୍ରକ୍ରିୟା ଚାଲିଥିବା ମନ୍ତ୍ରୀ କହିଛନ୍ତି। ଏହା ସହ ହୀରାକୁଦ ଡ୍ଯାମରୁ ଜଳ ନେଇ ଜଳକର ଦେଉ ନ ଥିବା କର ମଧ୍ଯ ଆଦାୟ ପାଇଁ ନୋଟିସ ହେବ ବୋଲି ମନ୍ତ୍ରୀ ଜିଲ୍ଲାପାଳ ତଥା ଉପଜିଲ୍ଲାପାଳଙ୍କୁ କହିଛନ୍ତି। ଏହା ସହ ହୀରାକୁଦ ହୀରାକୁଦରୁ ସଫା ପାଣି ନେଇ ହୀରାକୁଦ ଜଳ ଭଣ୍ଡାରକୁ ବର୍ଯ୍ଯବସ୍ତୁ ଛାଡୁଥିଲେ କମ୍ପାନୀ ମାନଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ନେବା ଓ ତଦାରଖ କରିବା ପାଇଁ ଅଧିକାରୀଙ୍କୁ କୁହାଯାଇଥିବା ମନ୍ତ୍ରୀ କହିଛନ୍ତି।

Read More
{}{}