Home >>Odisha State

Odisha News: ଖୁସି ଖବର, ମାସକୁ କମ୍ପାନୀରେ ଡିୟୁଟି ନଥିଲେ ବି ଶ୍ରମିକ ପାଇବେ ୧୯ଟି ଡିୟୁଟିର ଦରମା

Odisha News: ପାରାଦୀପ ସ୍ଥିତ ପିଆଇସିଟି କମ୍ପାନୀ ର ଜାହାଜ ସାଇଡ୍ ରେ କାର୍ଯ୍ୟ କରୁଥିବା ଶ୍ରମିକ ଙ୍କ ଐତିହାସିକ ସଫଳତା। ବାଧ୍ୟତାମୂଳକ ଭାବେ ଶ୍ରମିକ ଙ୍କୁ ୧୯ଦିନ କାର୍ଯ୍ୟ ର ଦରମା ଦେବ କମ୍ପାନୀ। ଏହା ପାରାଦୀପ ପୋର୍ଟ ମଜଦୁର ସଂଘ ଦ୍ବାରା ସମ୍ଭବ ହୋଇ ପାରିଛି। 

Advertisement
Odisha News: ଖୁସି ଖବର, ମାସକୁ କମ୍ପାନୀରେ ଡିୟୁଟି ନଥିଲେ ବି ଶ୍ରମିକ ପାଇବେ ୧୯ଟି ଡିୟୁଟିର ଦରମା
Narmada Behera|Updated: Jul 19, 2025, 12:49 PM IST
Share

Odisha News: ପାରାଦୀପ ସ୍ଥିତ ପିଆଇସିଟି କମ୍ପାନୀ ର ଜାହାଜ ସାଇଡ୍ ରେ କାର୍ଯ୍ୟ କରୁଥିବା ଶ୍ରମିକ ଙ୍କ ଐତିହାସିକ ସଫଳତା। ବାଧ୍ୟତାମୂଳକ ଭାବେ ଶ୍ରମିକ ଙ୍କୁ ୧୯ଦିନ କାର୍ଯ୍ୟ ର ଦରମା ଦେବ କମ୍ପାନୀ। ଏହା ପାରାଦୀପ ପୋର୍ଟ ମଜଦୁର ସଂଘ ଦ୍ବାରା ସମ୍ଭବ ହୋଇ ପାରିଛି। ଦୀର୍ଘ ୭ବର୍ଷ ଧରି ଶହେରୁ ଉର୍ଦ୍ଧ ଶ୍ରମିକ ପିଆଇସିଟି କମ୍ପାନୀ ର ଜାହାଜ ସାଇଡ୍ ରେ କାର୍ଯ୍ୟ କରି ଆସୁଛନ୍ତି। ହେଲେ ସେମାନଙ୍କୁ ସଠିକ କାର୍ଯ୍ୟ ର ସଠିକ ପଇସା ମିଳୁ ନଥିଲା କି ମାସକୁ ୩୦ଦିନର ଡିୟୁଟି ମିଳୁ ନଥିଲା। ଯାହା ଫଳରେ ଶ୍ରମିକ ମାନେ ପରିବାର ପ୍ରତିପୋଷଣ କରିବା ବହୁ କଷ୍ଟସାଧ୍ୟ ହୋଇ ପଡିଥିଲା।

 ବହୁବାର କମ୍ପାନୀ ସମ୍ମୁଖରେ ଧର୍ମଘଟ କରା ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା। ତେବେ ପାରାଦୀପ ପୋର୍ଟ ମଜଦୁର ସଂଘର ସଭାପତି ପ୍ରକାଶ ତ୍ରୀପାଠୀଙ୍କ ନେତୃତ୍ୱରେ ଶ୍ରମିକ ଙ୍କ ନ୍ୟାର୍ଯ୍ୟ ଦାବୀ ଆଜି ପୂରଣ ହୋଇଛି ବୋଲି ଶ୍ରମିକ ମାନେ କହିଛନ୍ତି। ମାସକୁ କମ୍ପାନୀ ର ଡିୟୁଟି ନଥିଲେ ମଧ୍ୟ ଶ୍ରମିକ ମାନେ ୧୯ଟି ଡିୟୁଟି ର ଦରମା ପାଇବେ ବୋଲି ସଂଘ ସହିତ ଚୁକ୍ତି ହୋଇଛି। ଏନେଇ ପିଆଇସିଟି ର ଶ୍ରମିକ ମାନେ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସଂଘର ସଭାପତି ପ୍ରକାଶ ତ୍ରୀପାଠୀଙ୍କ ସହିତ ସଂଘର କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଶ୍ରମିକ ମାନେ ପରସ୍ପର ମଧ୍ୟରେ ମିଠା ଖୁଆଇ ଖୁସି ମନାଇବା ସହିତ ସମସ୍ତ ଶ୍ରମିକ ମାନେ ଏକତ୍ରିତ ହୋଇ ରହି ଥିବାରୁ ଏହି ସଫଳତା ହାସଲ ହୋଇ ପାରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି।

Read More
{}{}