Home >>Odisha State

Holi 2025: ହୋଲି ପାଇଁ ମସଗୁଲ ରାଜ୍ୟବାସୀ, ରଙ୍ଗ ଖେଳିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ଗାଇଡଲାଇନ

Holi 2025: ଆଜି ରଙ୍ଗର ପର୍ବ ହୋଲି। ଏ-ନେଇ ଉତ୍ସବ ମୁଖର ଗାଁ ଠୁ ସହର। ସବୁଠି ରଙ୍ଗ ଉତ୍ସବରେ ମସଗୁଲ ସଭିଏଁ। ସବୁ ରାଗ ଅଭିମାନ ଭୁଲି ରଙ୍ଗର ଏହି ପର୍ବରେ ସାମିଲ୍ ହୋଇଥାଆନ୍ତି ସମସ୍ତେ। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ରଙ୍ଗ ଖେଳ ସହ ନାଚ-ଗୀତ ଆରମ୍ଭ ହୋଇଯାଇଛି। 

Advertisement
Holi 2025: ହୋଲି ପାଇଁ ମସଗୁଲ ରାଜ୍ୟବାସୀ, ରଙ୍ଗ ଖେଳିବା ପୂର୍ବରୁ ଜାଣି ରଖନ୍ତୁ ଏସବୁ ଗାଇଡଲାଇନ
Narmada Behera|Updated: Mar 15, 2025, 09:25 AM IST
Share

Holi 2025: ଆଜି ରଙ୍ଗର ପର୍ବ ହୋଲି। ଏ-ନେଇ ଉତ୍ସବ ମୁଖର ଗାଁ ଠୁ ସହର।  ସବୁଠି ରଙ୍ଗ ଉତ୍ସବରେ ମସଗୁଲ ସଭିଏଁ। ସବୁ ରାଗ ଅଭିମାନ ଭୁଲି ରଙ୍ଗର ଏହି ପର୍ବରେ ସାମିଲ୍ ହୋଇଥାଆନ୍ତି ସମସ୍ତେ। ହୋଲି ଲାଗି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ରଙ୍ଗ ଖେଳ ସହ ନାଚ-ଗୀତ ଆରମ୍ଭ ହୋଇଯାଇଛି। ଆଉ କେଉଁଠି ଭୋଜି ଭାତର ଆସର। ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଉତ୍ସାହର ସହ ହୋଲି ପାଳନ କରୁଛନ୍ତି। କିଏ କାହାକୁ ପିଚକାରୀ ଧରି ରଙ୍ଗ ମାରୁଛି ତ ପୁଣି କିଏ ଅବିରରେ ଖେଳୁଛନ୍ତି ହୋଲି । ଚଳିତ ଥର ରସାୟନିକ ରଙ୍ଗ ଠାରୁ ଦୂରରେ ରହି ହର୍ବାଲ ରଙ୍ଗର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।  ହୋଲି ଲାଗି ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଶେଷ କରି ଟ୍ବିନ୍-ସିଟିରେ ଗାଇଡ୍ ଲାଇନ୍ ଜାରି ହୋଇଛି। ଆସନ୍ତୁ ନଜର ପକାଇବା...

ହୋଲି ପର୍ବକୁ ସୁନିଶ୍ଚିତ ତଥା ସୁରକ୍ଷିତ ଏବଂ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲା ପୋଲିସ ତରଫରୁ କିଛି ଗୁରୁତ୍ୱପୂର୍ଣ୍ଣ ନିୟମାବଳୀ ଜାରି ହୋଇଛି । ଏହି ନିୟମାନୁସାରେ ମଦ୍ୟପାନ କରି ଗାଧୋଇବା ଲାଗି ଜଳାଶୟ କିମ୍ବା ନଦୀ ଭିତରକୁ ପ୍ରବେଶ ଲାଗି ପ୍ରତିବନ୍ଧକ ଜାରି କରାଯାଇଛି । ପିତାମାତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି କି,ସେମାନେ ନିଜ ସନ୍ତାନ ମାନଙ୍କୁ ଜଳାଶୟ କିମ୍ବା ନଦୀ ଭିତରକୁ ନଯିବା ଲାଗି ପରାମର୍ଶ ଦେବେ । 

ସେହିପରି ସମସ୍ତ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି କି, ସେମାନେ ନିଜ ପାଖ ପଡୋଶୀ, ବନ୍ଧୁ ପରିଜନ ତଥା ସମ୍ପର୍କୀୟ ମାନଙ୍କୁ ଜଳାଶୟ କିମ୍ବା ନଦୀ ଭିତରକୁ ନଯିବା ଲାଗି ମଧ୍ୟ ପରାମର୍ଶ ଦେବେ । ହୋଲି ଅବସରରେ କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡାଇବା ଲାଗି ସହରାଞ୍ଚଳ ପୁଲିସ ତରଫରୁ ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକ ନିକଟରେ ପୁଲିସ ମୁତୟନ କରାଯିବ । ଏହା ବ୍ୟତୀତ ବିଭିନ୍ନ ଘାଟ ମାନଙ୍କରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ । 

ହୋଲି ଅବସରରେ ମଦ୍ୟପାନ ଜନିତ ଗାଡ଼ି ଚାଳନା ଉପରେ ଅଙ୍କୁଶ ଲଗାଇବା ଲାଗି ଟ୍ରାଫିକ ପୁଲିସର ସହଯୋଗରେ ବିଭିନ୍ନ ସ୍ଥାନ ମାନଙ୍କରେ ଚଢଉ କରାଯିବ । ଏଥିସହିତ ଆଇନ ଖିଲାଫକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ । ସହରରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଯାଞ୍ଚ କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ ।

ପାଳିତ ହେବାକୁ ଥିବା ପବିତ୍ର ହୋଲି ଉତ୍ସବ ଉପଲକ୍ଷେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ଅସାମାଜିକ କାର୍ଯ୍ୟକଳାପ ତଥା ସମସ୍ତ ପ୍ରକାର ଅପରାଧକୁ ରୋକିବା ପାଇଁ କମିସନରେଟ ପୁଲିସ ତରଫରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଏଥିଲାଗି ସହର ମଧ୍ୟରେ ମୋଟ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ, ଯାହା ଶୃଙ୍ଖଳିତ ହୋଲି ପର୍ବ ପାଳନ ଲାଗି ସହାୟ ହେବ । ଅବୈଧ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରୟ ଉପରେ କଡ଼ା ନଜର ରଖାଯିବା ସହ ଏକ୍ଷେତ୍ରରେ ହୋଲି ପୂର୍ବ ଦିନ କଡାକଡି ଭାବେ ଅଭିଯାନ କାର୍ଯ୍ୟକାରୀ ହେବ । 

ଏହାବ୍ୟତୀତ ଲୋକମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ପ୍ରଭାବିତ କରୁଥିବା ହାନିକାରକ ବା ରାସାୟନିକ ରଙ୍ଗ ବ୍ୟବହାର ନକରିବା ତଥା ହୋଲି ଖେଳ ସମୟରେ କାହାପ୍ରତି କୌଣସି ଉତ୍ତେଜନା ମୂଳକ ମନ୍ତବ୍ୟ ପ୍ରଦାନ ନକରି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ବଜାୟ ରଖିବା ଲାଗି କମିଶନରେଟ ପୁଲିସ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଅଛି । 

ସେପଟେ, ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱରବାସୀଙ୍କୁ ହୋଲି ଉତ୍ସବକୁ ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଅନୁରୋଧ କରାଯାଇଛି। ଜନସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶମତେ, ରାସାୟନିକ ରଙ୍ଗ ପରିବର୍ତ୍ତେ ହର୍ବାଲ ରଙ୍ଗ ବ୍ୟବହାର କରିବା ପାଇଁ ସମସ୍ତ ରଙ୍ଗ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏସିପି ଶ୍ରୀ ସୁବ୍ରତ କୁମାରଙ୍କ ନେତୃତ୍ୱରେ, ନିକଟସ୍ଥ ଥାନା ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପରିବେଶ ବିଜ୍ଞାନ ବିଭାଗର ବରିଷ୍ଠ ପରିବେଶ ବିଜ୍ଞାନୀଙ୍କ ସହଯୋଗରେ ଅଞ୍ଚଳରେ ଥିବା ସମସ୍ତ ରଙ୍ଗ ଦୋକାନରେ ଅତର୍କିତ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି । ଏଥିସହିତ  ଶହୀଦନଗର ଓ ନୟାପଲ୍ଲୀ ଥାନା ଅନ୍ତର୍ଗତ ବିଭିନ୍ନ ବଜାରରେ ରାସାୟନିକ ରଙ୍ଗ ବିକ୍ରି ଉପରେ ତଦନ୍ତ କରାଯାଇଛି।

ପୁଲିସ ପକ୍ଷରୁ ନାଗରିକମାନଙ୍କୁ ଅନୁରୋଧ କରାଯାଉଛି ଯେ, ସେମାନେ ହୋଲି ଉତ୍ସବ ପାଳନ ସମୟରେ ଅସାମାଜିକ କାର୍ଯ୍ୟକଳାପରୁ ଦୂରେଇ ରହିବେ ଏବଂ ଅନ୍ୟମାନଙ୍କ ସୁବିଧା ଏବଂ ଆନନ୍ଦକୁ ଦୃଷ୍ଟିରେ ରଖି ଉତ୍ସବ ପାଳନ କରିବାକୁ ଅନୁରୋଧ କରାଯାଉଛି। ଏ-ନେଇ ଉଭୟ ପୋଲିସ ପ୍ରଶାସନ ଏବଂ ସାଇନ୍ଟିଷ୍ଟଙ୍କ ତରଫରୁ ଜନସାଧାରଣଙ୍କୁ ହର୍ବାଲ ହୋଲି ଖେଳିବାକୁ ପରାମର୍ଶ ଦିଆଯାଉଛି । ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ । 

 

 

 

Read More
{}{}