Hindi News >>Home >>Odisha State

Odisha News: ପ୍ରଶାସନର ନାକ ତଳେ ବାଲି ଲୁଟ

Odisha News: ସରକାରୀ ଜାଗାରୁ ବେଆଇନ ଭାବେ ଚାଲିଛି ବାଲି ଉତ୍ତଳୋନ। ତହସିଲ କାର୍ଯ୍ୟାଳୟକୁ ଲାଗି ରହିଥିବା ଏହି ଗାଁ ଏବେ ବାଲି ମାଫିଆଙ୍କ କବଜାରେ।ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ବିକ୍ରି କରାଯାଉଛି । ଆଉ ଜଳେଶ୍ୱରପୁର ପଂଚାୟତରୁ ଦୀର୍ଘ ଦିନ ଧରି ରାତି ହେଉ କୀ ଦିନ ଚୋରାରେ ବାଲି ଚାଲାଣ ହେଉଥ‌ିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଯାହାକି ଗାଁର କିଛି ବାଲି ମାଫିଆ ମାନେ ଏକର ଏକର ସରକାରୀ ଜାଗାରୁ ଜେସିବି ରେ ବାଲି ତାଡି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। 

Advertisement
Odisha News: ପ୍ରଶାସନର ନାକ ତଳେ ବାଲି ଲୁଟ
Abhaya mohanty|Updated: Jul 22, 2024, 11:13 AM IST
Share

Odisha News: ପ୍ରଶାସନର ନାକ ତଳେ ଚାଲିଛି ବେଆଇନ ବାଲି ଚୋରା ଚାଲାଣ। ଆଖି ଖୋସିଲା ଭଳି ଚିତ୍ର ସାମ୍ନାକୁ ଆସିଛି. ହେଲେ ପ୍ରଶାସନର ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ବାଲି ମାଫିଆଙ୍କ ମାନେ ବେଧଡ଼କ ଭାବେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗାଁର ଥିବା ସରକାରୀ ଜାଗାରୁ ବାଲି ଚାଲାଣ କରି ମାଲେ ମାଲେ। ଯୁଆଡେ ଚାହିଁବେ ସିଆଡେ ବଡ଼ ବଡ଼ ଗର୍ତ୍ତ, ସତେ ଯେମିତି ପୋଖରୀ ଖୋଳା ଯାଇଛି. ଆଉ ପ୍ରକୃତ କାରଣ ଜାଣିଲେ ଆପଣଙ୍କ ହୋସ ଉଡିଯିବ. ହେଲେ ଏଭଳି ଘଟଣା ଜାଣିବା ପରେ ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଉଠୁଛି ପ୍ରଶ୍ନବାଚୀ।

ଦିନ ହେଉକି ରାତି ସରକାରୀ ଜାଗାରୁ ବେଆଇନ ଭାବେ ଚାଲିଛି ବାଲି ଉତ୍ତଳୋନ। ତହସିଲ କାର୍ଯ୍ୟାଳୟକୁ ଲାଗି ରହିଥିବା ଏହି ଗାଁ ଏବେ ବାଲି ମାଫିଆଙ୍କ କବଜାରେ।ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକଙ୍କ ସହଯୋଗରେ ପ୍ରତିଦିନ ଶହ ଶହ ଟ୍ରିପ ବାଲି ବିକ୍ରି କରାଯାଉଛି । ଆଉ ଜଳେଶ୍ୱରପୁର ପଂଚାୟତରୁ ଦୀର୍ଘ ଦିନ ଧରି ରାତି ହେଉ କୀ ଦିନ ଚୋରାରେ ବାଲି ଚାଲାଣ ହେଉଥ‌ିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ। ଯାହାକି ଗାଁର କିଛି ବାଲି ମାଫିଆ ମାନେ ଏକର ଏକର ସରକାରୀ ଜାଗାରୁ ଜେସିବି ରେ ବାଲି ତାଡି ଟ୍ରାକ୍ଟର ଯୋଗେ ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଓଡ଼ିଶାର ଲଘୁ ଖଣିଜ ସମ୍ପଦ ହ୍ରାସ ଘଟୁଥୁବା ବେଳେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟକରୀ ବାଲି ମାଫିଆ ମାନେ ମାଲେମାଲ ହେଉଛନ୍ତି। ପ୍ରାୟ ଦେଖିବାକୁ ଗଲେ ବାଲି ଖୋଳି 15 ରୁ 20 ଫୁଟର ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି।

ହେଲେ ଏ ନେଇ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଓଡିଶା ସରକାରଙ୍କ ରାଜସ୍ୱ ହାନି ହେବା ସହିତ ଆଗାମୀ ଦିନରେ ସ୍ଥାନୀୟ ବାସୀଙ୍କ ପାଇଁ ଏହି ବିପଦ ଶୃଷ୍ଟି କରିପାରେ ବୋଲି ଲୋକେ କହିଛନ୍ତି.ତେବେ ଏତେ ବଡ ବଡ଼ ବାଲି ଗର୍ତ୍ତ ଶୃଷ୍ଟି ହେଲା କିନ୍ତୁ ପ୍ରଶାସନ କେମିତି ଜାଣି ପାଇଲା ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଶୃଷ୍ଟି ହୋଇଛି । ଏନେଇ ସ୍ଥାନୀୟ ବାସୀ ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ଖୁବ ଶୀଘ୍ର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ବାଲି ମାଫିଆଙ୍କୁ ଚିହ୍ନଟ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମ୍ପୃକ୍ତ ଟ୍ରାକ୍ଟର ଜବତ କରିବାକୁ ଦାବି ହେଉଛି।

ତେବେ ଏହି ଘଟଣାକୁ ନେଇ ଭୋଗରାଇ ତହସିଲଦାର ହିମାଂଶୁ ଗିରି କହିଛନ୍ତି ବାଲି ଉଠୁଥିବା ଜାଗା ହେଉଛି ସରକାରୀ ଜଗା. ଅଭିଯୋଗ ପାଇବା ପରେ ଆମେ ଘଟଣା ସମ୍ପର୍କରେ ସ୍ଥାନୀୟ RI ଠୁ ଏକ ରିପୋର୍ଟ ପ୍ରସ୍ତୁତ କରି IIC ଙ୍କୁ ରିପୋର୍ଟ କରିଛୁ. ଏହା ସହ ଖଣିଜ ସମ୍ପଦ ବିଭାଗକୁ ମଧ୍ୟ୍ୟ ପଠାଇଛୁ . ତେବେ ଏଭଳି ଏକ ଚୋରା ବାଲି ଚାଲାଣ ରାକେଟ ଚାଲିଥିବା ବେଳେ କେମିତି ଜାଣି ପାରିଲା ନାହିଁ ପ୍ରଶାସନ ତାକୁ ନେଇ ପ୍ରଶ୍ନ. ନା ସବୁ ଜାଣି ଶୁଣି ଚୁପ ରହିଥିଲା ପ୍ରଶାସନ . ହେଲେ ଏବେ ତଦନ୍ତ ପରେ ଜଣା ପଡିବ ପ୍ରକୃତ ବାଲି ଚୋରା ଚାଲାଣ ରାକେଟରେ କୋଉ କୋଉ ମାନେ ସାମିଲ ଅଛନ୍ତି।

Read More
{}{}