Hindi News >>Home >>Odisha State

Income Tax Department: ଆୟକର ବିଭାଗର ଚଢାଉ, ବ୍ୟବସାୟୀଙ୍କ ଘରୁ ୨ କୋଟି ଟଙ୍କା ଜବତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନଗଦ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ଆୟକର ବିଭାଗ। ରାଜଧାନୀର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରି ଏହି ନଗଦ ଅର୍ଥରାଶୀକୁ ଜବତ କରିଛି ବିଭାଗ। ତେବେ ବ୍ୟବସାୟୀ ଜଣକ ହେଉଛନ୍ତି ରଞ୍ଜିତ ଜୈନ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଶ୍ରୀ ଜୈନଙ୍କ ଘରେ ବିପୁଳ ପରିମାଣର ନଗଦ ଟଙ୍କା ରହିଥିବା ନେଇ

Advertisement
Income Tax Department: ଆୟକର ବିଭାଗର ଚଢାଉ, ବ୍ୟବସାୟୀଙ୍କ ଘରୁ ୨ କୋଟି ଟଙ୍କା ଜବତ
Prabhudatta Moharana|Updated: May 09, 2024, 07:21 AM IST
Share

Income Tax Department: ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ନଗଦ ଦୁଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି ଆୟକର ବିଭାଗ। ରାଜଧାନୀର ଜଣେ ବ୍ୟବସାୟୀଙ୍କ ଘରେ ଚଢାଉ କରି ଏହି ନଗଦ ଅର୍ଥରାଶୀକୁ ଜବତ କରିଛି ବିଭାଗ। ତେବେ ବ୍ୟବସାୟୀ ଜଣକ ହେଉଛନ୍ତି ରଞ୍ଜିତ ଜୈନ। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଶ୍ରୀ ଜୈନଙ୍କ ଘରେ ବିପୁଳ ପରିମାଣର ନଗଦ ଟଙ୍କା ରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ଆୟକର ବିଭାଗ। ଏହି ଖବର ପାଇଁ ଆୟକର ବିଭାଗ ଚଢାଉ କରିଥିଲା। ତେବେ ଏତେ ଟଙ୍କା ସମ୍ପର୍କରେ ଅଧିକ ସୂଚନା ପାଇଁ ଆୟକର ଅଧିକାରୀ ତାଙ୍କୁ ଜେରା କରିଛନ୍ତି। 

ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବଦ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଏହାକୁ ଅଣାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ବ୍ୟବସାୟୀ ଜଣକ ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆଣିଲେ? ଏହା ବ୍ୟବସାୟ ଟଙ୍କା ନା ରାଜନୀତି ସହିତ ସମ୍ପର୍କ ରହିଛି ଏନେଇ ଅନେକ ପ୍ରଶ୍ନ କରିଛି ଆୟକର ବିଭାଗ। ସେହିପରି ନିର୍ବାଚନ ସମୟରେ ସେ ଘରେ ଏତେ ପରିମାଣର ନଗଦ ଟଙ୍କା କାହିଁକି ରଖିଥିଲେ। ବ୍ୟବସାୟୀଙ୍କର କୌଣସି ରାଜନୈତିକ ସମ୍ପର୍କ ରହିଛି ସେ ସମ୍ପର୍କରେ ମଧ୍ୟ ବିଭାଗ ଖୋଳତାଡ଼ କରୁଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ଜୈନଙ୍କର ବାସଭବନର ତଳ ମହଲାରେ ଏକ ବଡ଼ ପ୍ରିଣ୍ଟିଂ ପ୍ରେସ ରହିଛି। ତାଙ୍କର ଫ୍ଲେକ୍ସ ବ୍ୟବସାୟ ରହିଛି। ଚଢାଉ ବେଳେ ତାଙ୍କ ଘର ଭିତରୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ପ୍ରଚାରରେ ବ୍ୟବହାର ପାଇଁ ତିଆରି ହେଉଥିବା ବହୁ ପରିମାଣର ଫ୍ଲେକ୍ସ ମଧ୍ୟ ମିଳିଛି। ଚଢାଉ ବେଳେ ବ୍ୟବସାୟୀଙ୍କ ଘରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ଆୟକର ବିଭାଗର ଆହୁରି ଅଧିକ ଉଚ୍ଚ ଅଧିକାରୀ ଘଟଣାସ୍ଥଳକୁ ଯାଇ ଛାନଭିନ କରିଛନ୍ତି। 

Read More
{}{}