Hindi News >>Home >>Odisha State

Odisha Election 2024: ବିଜେଡିରେ ଗୋଷ୍ଠୀ କନ୍ଦଳ, ଚିରଞ୍ଜିବ୍ ବିଶ୍ବାଳଙ୍କ ବିବାଦୀୟ ଭିଡିଓ ଭାଇରାଲ...

Odisha Election 2024: ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। 

Advertisement
Odisha Election 2024: ବିଜେଡିରେ ଗୋଷ୍ଠୀ କନ୍ଦଳ, ଚିରଞ୍ଜିବ୍ ବିଶ୍ବାଳଙ୍କ ବିବାଦୀୟ ଭିଡିଓ ଭାଇରାଲ...
Narayan Behera|Updated: Apr 20, 2024, 10:44 AM IST
Share

Odisha Election 2024: ଚିରଞ୍ଜିବ୍ ବିଶ୍ବାଳଙ୍କ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କ ସହିତ ଏକ ରୁଦ୍ଧ ଦ୍ଵାର ଘରେ ହୋଇଥିବା ବୈଠକ ର ଭିଜୁଆଲ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ପ୍ରସାନ୍ତ ମୁଦୁଲିଙ୍କୁ ଟିକେଟ୍ ଦେବାପରେ ବିଜେଡି ଦଳରେ ମିଶିଥିବା ଚିରଞ୍ଜିବ୍ ବିଶ୍ବାଳଙ୍କ ସମର୍ଥକ ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯାହା ଏବେ ଜିଲ୍ଲା ସାରା ଚର୍ଚ୍ଚା ଯୋର ଧରିଥିବା ବେଳେ ଚିରଞ୍ଜିବ୍ ବିଶ୍ବାଳ ନିଜ ସମର୍ଥକମାନଙ୍କ ସହିତ ଆଲୋଚନା ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି , ଜୁନ୍-ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କର ପାଣି ପାଣି ଓ କ୍ଷୀର କ୍ଷୀର ଅଲଗା ହେବ।

କଂଗ୍ରେସ ଦଳ ମୋତେ ବିନା କାରଣରେ ନିଲମ୍ବିତ କଲେ। ମୁଁ ବିଜେଡି ରେ ମିଶିଲି। ହେଲେ କୌଣସି କାରଣରୁ ମୋତେ ଜଗତସିଂହପୁର ରୁ ଟିକେଟ ନଦେଇ ପ୍ରଶାନ୍ତ ମୁଦୁଲିଙ୍କୁ ଦେଲେ। ମୋତେ କଟକରୁ ଟିକେଟ ଯାଚୁଥିଲେ । ମୁଁ ଆପଣ ମାନଙ୍କ ସହିତ ରହିବା ପାଇଁ କଟକରୁ ଟିକେଟ ନେଲି ନାହିଁ। ପ୍ରଶାନ୍ତ ମୁଦୁଲିକୁ ମୁଁ କାଉଣ୍ଟ କରେ ନାହିଁ । ମୁଁ ବିଜେଡିର ତୁଙ୍ଗ ନେତାଙ୍କ ସହ କଥା ହୋଇଛି । ଆପଣମାନେ ବିଜେଡିକୁ ଭୋଟ ଦିଅନ୍ତୁ । ନବୀନ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରାନ୍ତୁ। ନଖରା ଠାରେ ଆୟୋଜିତ ରୁଦ୍ଧ ଦ୍ୱାର ବୈଠକରେ ଚିରଞ୍ଜୀବ ସହିତ କଂଗ୍ରେସ ଛାଡି ବିଜେଡିରେ ମିଶିଥିବା ନିଜର ସମର୍ଥକ ମାନଙ୍କୁ ପରାମର୍ଶ ଦେଇଛନ୍ତି ଚିରଞ୍ଜୀବ ବିଶ୍ୱାଳ।

ସେ କର୍ମୀମାନଙ୍କୁ ସବୁ ସମୟରେ ସହଯୋଗ କରିବେ ବୋଲି ମହାପ୍ରଭୁ ଜଗନ୍ନାଥ ଓ ମା ଶାରଳାଙ୍କ ଶପଥ ନେଇ କର୍ମୀ ମାନଙ୍କୁ କହିଛନ୍ତି । ଚିରଞ୍ଜୀବଙ୍କ କଥାରୁ ଅନେକ କଥାର ଇସାରା ମିଳୁଥିବା ବେଳେ ଆଗାମୀ ଦିନରେ ତାଙ୍କର କାର୍ଯ୍ୟପନ୍ଥା କଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଏହା ଚିରଞ୍ଜିବ୍ କହିଥିବା ଭିଜୁଆଲ୍ ଏବେ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି।

Read More
{}{}