Hindi News >>Home >>Odisha State

Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ, ବିଜେପି ପ୍ରାର୍ଥୀକୁ ନିଜ ଦଳ ତରଫରୁ ବିରୋଧ

Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ। ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି। 

Advertisement
Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ, ବିଜେପି ପ୍ରାର୍ଥୀକୁ ନିଜ ଦଳ ତରଫରୁ ବିରୋଧ
Ajay Kumar Nath|Updated: Apr 23, 2024, 06:54 AM IST
Share

Odisha Election 2024: ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ। ବିଜେପୁର ବିଜେପି ପ୍ରାର୍ଥୀକୁ ବିରୋଧ କଲେ ବିଜେପିର ଦଳୀୟ କର୍ମକର୍ତ୍ତା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜେପୁର ନିର୍ବାଚନ ମଣ୍ଡଳୀରେ। ସେଠାକାର ବିଜେପି ପ୍ରାର୍ଥୀ ସନତ ଗଡତିୟାଙ୍କ ପ୍ରତି ସ୍ଥାନୀୟ ବିଜେପି କର୍ମୀ ଙ୍କର ବିରୋଧାଭାସ ବଢ଼ିବାକୁ ଲାଗିଛି। ବରପାଲି ଓ ବିଜେପୁର ବ୍ଳକର ଶତାଧିକ କର୍ମକର୍ତ୍ତାମାନେ ବରଗଡ଼ ବିଜେପି ଅଫିସକୁ ଆସି ବିରୋଧ କରିଛନ୍ତି। ସେମାନେ ସନତ ଗଡତିୟାଙ୍କୁ ଖୋଲାଖୋଲି ବିରୋଧ କରୁଥିବା ବେଳେ ତାଙ୍କ ବଦଳରେ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କରିବାକୁ ଦାବି କରିଥିବା ଦେଖିବାକୁ ମିଳିଛି ।

ସେମାନେ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ବିରୋଧ ସହ ଦଳରେ ନୀତି ଆଦର୍ଶ ଭଳି ଆଉ କିଛି ନ ଥିବା କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି। ବିଜେପୁରରେ ବିଜେପି ଯଦି ପ୍ରାର୍ଥୀ ପରିବର୍ତନ ନ କରେ ତେବେ ଦଳୀୟ କର୍ମକର୍ତ୍ତାମାନେ ଆଗକୁ ବଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ପୂର୍ବରୁ ସନତ ଗଡତିୟା ଦୁଇ ଦୁଇ ଥର ପ୍ରାର୍ଥୀ ହୋଇ ୫୦ ହଜାର ରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ତେଣୁ ଏଥର ବିଜେପି ନୂଆ ଚେହେରା ସହ ରବି ନାରାୟଣ ଦାସଙ୍କୁ ପ୍ରାର୍ଥୀ କଲେ ଦଳ ବିଜୟୀ ଲାଭ କରିବା ବୋଲି ଦୃଢ଼ୋକ୍ତି ସହ ଦାବୀ କରାଯାଇଛି।

Read More
{}{}