International Women Day: କଟକ ବିଦ୍ୟାଧରପୁର ଗୋଡ଼ିସାହି ସ୍ଥିତ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ମହା ସମାରୋହରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ଏହାକୁ ଚର୍ଚ୍ଚିକା-ଦ ୱିମେନ୍ ଲିଡରଶିପ୍ ଫୋରମ୍ ପକ୍ଷରୁ ପାଳନ କରାଯାଇଛି । ଚଳିତ ବର୍ଷ ଏହି ଦିବସର ଥ୍ମ୍ ‘ଲିଡରଶିପ୍, ୱିଜଡମ୍ ଆଣ୍ଡ ଷ୍ଟ୍ରେଙ୍ଗଥ୍ ଉପରେ ପର୍ଯ୍ୟବେସିତ ଥିଲା। ଏଥିରେ ସମାଜର ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଷ୍ଠିତ ମହିଳାମାନେ ଯୋଗଦେଇ ନିଜ ଅଭିଜ୍ଞତା ଓ ଅନୁଭୂତି ବଖାଣିଥିଲେ । ସେମାନଙ୍କ ମଧ୍ୟ ରେ ରାଜ୍ୟ ଭିନ୍ନକ୍ଷମ ସୂଚନା ଓ ସମ୍ୱଳ କେନ୍ଦ୍ର ‘ ସ୍ବା ‘ସ୍ବାଭିମାନ’ ର ପ୍ରତିଷ୍ଠାତ୍ରୀ ଓ ମୁଖ୍ୟ ଡଃ. ଶ୍ରୁତି ମହାପାତ୍ର, କାର୍ସିନୋଭା କ୍ୟାନସର ହସ୍ପିଟାଲର ପ୍ରତିଷ୍ଠାତ୍ରୀ ତଥା ‘ଫିକ୍କି ଫ୍ଲୋ ଭୁବନେଶ୍ବର ର ଭାଇସ୍ ଚେୟାରପର୍ସନ ଡଃ. ପ୍ରଜ୍ଞା ପାରମିତା, ଆଇସିଏସଆ ଆଇ ଭୁବନେଶ୍ବର ଚାପ୍ଟରର ପ୍ରେସିଡେଣ୍ଟ ତଥା ଓଡ଼ିଶା ନଲେଜ୍ କର୍ପୋରେସନ ଲିମିଟେ ଏଚ୍ଆର୍ ଆଣ୍ଡ ଲିଗାଲ୍ ହେଡ୍ ସସ୍ମିତା ଅଗ୍ରୱାଲ ପଣ୍ଡା, ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ସଭାପତି ତଥା ୱାର୍ଚ୍ଚ ଫୋରମ୍ ଅଫ୍ ଏନ୍କ୍ସ ଇନ୍ ବିଜନେସ୍ ଏବଂ ଫିକ୍କି ଇଣ୍ଡିଆ ନ୍ୟାସନାଲ ହାୟର ଏଡୁକେସନ କାଉନସିଲର ସଭାପତି ପ୍ରଫେସର ରଜିତା କୁଲକର୍ତ୍ତୀ, ରାଜ୍ୟ ଏମଏସଏମଇ ଡେପୁ ଡେପୁଟି ଡାଇରେକ୍ଟର-କଟକ ମିସ୍ ନିତିଶା ମାନ୍, ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ ଏବଂ ଓଡ଼ିଆ ତଥଆ ତେଲୁଗୁ ସିନେ ଇଣ୍ଡଷ୍ଟ୍ରୀର ସ୍ବ ସ୍ବନାମଧନ୍ୟ ଅଭିନେତ୍ରୀ ନୈନା ଦାସ ସକ୍ରିୟ ଅଂଶଗ୍ରହଣ କରି ଉପସ୍ଥଇତ ଶ୍ରୋତାମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ।
ଏହି ଅବସରରେ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ବାର୍ଷିକ ସାଂସ୍କୃତିକ ଉତ୍ସବ ‘ଓରାୟନ୍’ ମଧ୍ଯ ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । ଏହା ମାର୍ଚ୍ଚ ମାସ 8 ଓ 9 ତାରିଖ ଦୁଇଦିନ ଧରି ପାଳିତ ହେଉଛି । ଏହି ଉତ୍ସବର ପ୍ରଥମ ଅଧିବେଶନରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ନୈନା ଦାସ ଓ ପ୍ରୀତିରାଜ ଶତପଥୀ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରୀତିରାଜ ଓରାୟନର ଭବ୍ୟ ଆୟୋଜନ ସାଙ୍ଗକୁ ‘ଆର୍ଟ ଅଫ୍ ଲିଭିଂ ର ମଧ୍ୟ ପ୍ରଶଂସା କରିଥିଲେ । ଅଭିନେତ୍ରୀ ନୈନା ଏହି ଉତ୍ସବକୁ ମହିଳା ଦିବସ ଭଳି ସ୍ମରଣୀୟ ଦିନ ଆୟୋଜନ କରିଥିବାରୁ ଉଦ୍ୟୋକ୍ତାମାନଙ୍କୁ ଭୂୟସୀ ସୀ ପ୍ରଶଂସା କରିଥିଲେ । ସେ କହିଥିଲେ, ମହିଳାମାନେ ଯେଉଁଭଳି ଓ ଯେଉଁ ପରିସ୍ଥିତିରେ ଥିଲେ ମଧ୍ଯ ସମାଜରେ ସେମାନଙ୍କ ନଙ୍କର ଭୂମିକା : ଅନସ୍ବୀକାର୍ଯ୍ୟ । । ଓରାୟନ୍ ଆୟୋଜନ ପଛରେ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କର ସଫଳ ଭୂମିକାକୁ ମଧ୍ଯ ଉପସ୍ଥିତ ଅତିଥ୍ମାନେ ପ୍ରଶଂସା କରିବାକୁ ଭୁଲି ନ ଥିଲେ । ଅପରାହ୍ନ ଏବଂ ସନ୍ଧ୍ୟାରେ ସାଂସ୍କୃତିକ ଉତ୍ସବ ଉମଙ୍ଗ ଅନ୍ତର୍ଗତ ପଥପ୍ରାନ୍ତ ନାଟକ (ରଙ୍ଗମଞ୍ଚ), ନୃତ୍ଯ ପ୍ରତିଯୋଗିତା (ସ୍ପନ୍ଦନ), ଫ୍ୟାସନ ଶୋ' (ସେଲେଷ୍ଟିଆ) ସମେତ ଟେକ୍ନୋଫେଷ୍ଟ୍ ଏ ଏବଂ ବିଜନେସ ଫେଷ୍ଟ୍ କାର୍ଯ୍ୟକ୍ରମମାନ ଖୁବ୍ ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ।