Hindi News >>Home >>Odisha State

Sri Mandira: ଶ୍ରୀମନ୍ଦିର ଭିତରେ ଗୁମ୍ଫା ଅଛି କି? ସନ୍ଦେହ କଲେ ସେବାୟତ!

Sri Mandira:  ଏଣୁ ଆଶା କରାଯାଉଛି ଏହିସବୁ ରତ୍ନ ଗୋପନୀୟ ହୋଇ ରହିଥିବ। ୧୮ ତାରିଖ ଦିନ ଭିତର ରତ୍ନ ଭଣ୍ଡାର ଖୋଲିବା ସମୟରେ କିଛି ମୁକୁଟ ସାମ୍ନାକୁ ଆସିଥିବା ସୂଚନା ମିଳିଛି। ହେଲେ ଏସବୁ କ’ଣ ତାହା ପରବର୍ତ୍ତୀ ସମୟରେ ପୁରୁଣା ତାଲିକା ସହ ମେଳକ କରାଗଲା ପରେ ଜଣାପଡ଼ିବ।   

Advertisement
Sri Mandira: ଶ୍ରୀମନ୍ଦିର ଭିତରେ ଗୁମ୍ଫା ଅଛି କି? ସନ୍ଦେହ କଲେ ସେବାୟତ!
Zee Odisha Desk|Updated: Jul 20, 2024, 06:12 PM IST
Share

Sri Mandira: ପୁଣିଥରେ ଚର୍ଚ୍ଚାକୁ ଆସିଛି ରତ୍ନ ଭଣ୍ଡାରରେ ସୁଡ଼ଙ୍ଗ କଥା। ଏହାକୁ ଲୋକଥା, ଗୁଜବ ବୋଲି କହୁଥିଲେ ମଧ୍ୟ ସେବାୟତ ତଥା ରତ୍ନ ଭଣ୍ଡାର ସନ୍ଧାନ କମିଟିର ସଦସ୍ୟ  ମଧୁସୂଦନ ସିଂହାରୀ ଏହାକୁ ନେଇ ସମ୍ଭାବନା ବ୍ୟକ୍ତ କରିଛନ୍ତି।  ଏକ ସାକ୍ଷାତକାରରେ କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବାବେଳେ ଏମିତି କିଛି ସନ୍ଦେହ ଉପୁଜିଥିଲା। ଭଣ୍ଡାର ମେକାପ ଏହାକୁ ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଅନୁସନ୍ଧାନ କରିଲେ ପ୍ରକୃତ କଥା ସାମ୍ନାକୁ ଆସିବ। 

ଅନେକ ବାଦ ବିବାଦ ପରେ ଶ୍ରୀମନ୍ଦିରର ଦ୍ୱିତୀୟ ରତ୍ନ ଭଣ୍ଡାରକୁ(Ratna Bhandar) ଗତ ୧୮ ତାରିଖ ଦିନ ଖୋଲାଯାଇଥିଲା। ଏହାପରେ  ୪ ଆଲମିରା ଏବଂ ୩ ସିନ୍ଦୂକରେ ଥିବା ସୁନା, ରୂପା ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ରତ୍ନ ପଥରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏତିକିରେ କ’ଣ ରତ୍ନଭଣ୍ଡାର ଖୋଜିବାରେ ଯବନୀକା ପଡ଼ିବ? ନା ଆଉ ରତ୍ନ ଗୋପନୀୟ ହୋଇ ରହିଛି ଶ୍ରୀମନ୍ଦିର ଭିତରେ? ଏ ପ୍ରଶ୍ନ ଏବେ ଦେଶର ସବୁ ଜଗନ୍ନାଥ ପ୍ରେମୀଙ୍କୁ ଆନ୍ଦୋଳିତ କରୁଛି। ପୁଣି ଶ୍ରୀମନ୍ଦିରର କିଛି ସେବାୟତ ମଧ୍ୟ ଏନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ରତ୍ନ ବାହାର କରିବା ସମୟରେ ଭିତର ରତ୍ନ ଭଣ୍ଡାରର ତଳେ କିଛି ସୁଡ଼ଙ୍ଗ ଥିବା ଅନୁମାନ କରିଛନ୍ତି ସେବାୟତ। ଭଣ୍ଡାର ମେକାପ ଏନେଇ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି ରତ୍ନ ଭଣ୍ଡାର କମିଟିର ସଦସ୍ୟ ମଧୁସୂଦନ ସିଂହାରୀ।

ଶ୍ରୀମନ୍ଦିର ଇତିହାସରେ ଗଙ୍ଗ ଓ ଗଜପତି ବଂଶୀୟ ରାଜାମାନଙ୍କର ସମ୍ପତ୍ତି ଦାନ। ଅନଙ୍ଗ ଭୀମଦେବ ହୁଅନ୍ତୁ କି ରାଜା ଲାଙ୍ଗୁଳା ନରସିଂହ ଦେବ ଅଥବା ଗଜପତି କପିଳେନ୍ଦ୍ର ଦେବ ଏ ସମସ୍ତ ରାଜା ଯେତେବଳେ ଦାକ୍ଷିଣାତ୍ୟର ଯେ କୌଣସି ରାଜ୍ୟକୁ ଜୟ କରୁଥିଲେ ସେଠାରୁ ଧନ, ରତ୍ନକୁ ଆଣି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଦ ତଳେ ସମର୍ପଣ କରୁଥିଲେ। ଐତିହାସିକ ବିବରଣୀ ଅନୁସାରେ କେବଳ କପିଳେନ୍ଦ୍ର ଦେବ ୩୬ଟି ରାଜ୍ୟକୁ ଜୟ କରିଥିଲେ। ଜୟକରିଥିବା ରାଜ୍ୟର ରାଜାଙ୍କ ମୁକୁଟକୁ ଆଣି ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରିଥିବା କିଛି ଗବେଷକ କୁହନ୍ତି। ଏଣୁ ଆଶା କରାଯାଉଛି ଏହିସବୁ ରତ୍ନ ଗୋପନୀୟ ହୋଇ ରହିଥିବ। ୧୮ ତାରିଖ ଦିନ ଭିତର ରତ୍ନ ଭଣ୍ଡାର ଖୋଲିବା ସମୟରେ କିଛି ମୁକୁଟ ସାମ୍ନାକୁ ଆସିଥିବା ସୂଚନା ମିଳିଛି। ହେଲେ ଏସବୁ କ’ଣ ତାହା ପରବର୍ତ୍ତୀ ସମୟରେ ପୁରୁଣା ତାଲିକା ସହ ମେଳକ କରାଗଲା ପରେ ଜଣାପଡ଼ିବ। 

ରତ୍ନ ସିଂହାସନ(Ratna Singhasan) ପାଖରେ ସୁଡ଼ଙ୍ଗ ଥିବା ନେଇ ଅନେକ ସମୟରେ ଆଲୋଚନା ହୋଇଛି। ଯେତେବଳେ ମୋଗଲ ଆକ୍ରମଣ ହେଉଥିଲା ଏହି ଗୁପ୍ତ ସୁଡ଼ଙ୍ଗ ଦେଇ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ସ୍ଥାନାନ୍ତର କରାଯାଉଥିଲା। ଇଂରେଜଙ୍କ ସମୟରୁ ଏହି ଗୋପନ ସୁଡ଼ଙ୍ଗ ବ୍ୟବହାର ହୋଇ ନାହିଁ। ଏପରିକି ଏ ବାବଦରେ କୌଣସି ଦସ୍ତାବିଜ ବି ନାହିଁ। ଏଣୁ ଏନେଇ ଅନୁସନ୍ଧାନ କରାଗଲେ ଅନେକ ତଥ୍ର ସାମ୍ନାକୁ ଆସିପାରନ୍ତି। ଏହାକୁ ଆଖି ଆଗରେ ରଖି ଉଚ୍ଚକ୍ଷମତାପନ୍ନ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ପୂର୍ବରୁ ଗଜପତି ମହାରାଜା ଏବଂ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି।

Also Read: Kamala Pujari: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଶେଷକୃତ୍ୟ

Read More
{}{}