Hindi News >>Home >>Odisha State

ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍

It raid : ସ୍ବର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା। ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ। ଭୁବନେଶ୍ୱର, ଛତିଶଗଡ ଟିମ୍‌ର ମିଳିତ ଚଢଉ ହୋଇଥିବା ଅନୁମାନ କରାଯାଉଛି।

Advertisement
ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍
Zee Odisha Desk|Updated: Jan 17, 2025, 11:14 AM IST
Share

ସମ୍ବଲପୁର: ନବ ଦାସଙ୍କ ବଡ ଭାଇଙ୍କ ଘରେ ସକାଳୁ ସକାଳୁ ଆଇ ରେଡ୍। ନବଙ୍କ ବଡଭାଇ ବ୍ରଜ ଦାସଙ୍କ ଘରେ ଆୟକର ଠିବା ଅଭିଯୋଗରେ ଚଢଉ କରୁଛି ଆଇଟି। ଆୟକର ଫାଙ୍କିବା ଅଭିଯୋଗରେ ଆଇଟି ରେଡ୍ କରାଯାଉଛି। ସମ୍ୱଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ଏହି ରେଡ୍ କରାଯାଉଛି। ୧୦ଟି ଇନୋଭା ଗାଡିରେ ବାହାରୁ ଟିମ୍ ଆସି ରେଡ କରାଯାଉଥିବା ସୂଚନା ମିଳିଛି। ତେବେ ରେଡ ସମ୍ପର୍କରେ କେହି ମୁହଁ ଖୋଲିନଥିବା ଜଣାପଡିଛି। ତେବେ ୧୦ଟି ଗାଡିରେ ଆୟକର ବିଭାଗର ଅଧିକାରୀମାନେ ଆସି ସକାଳ ୬ଟାରୁ ବ୍ରଜଙ୍କ ସମ୍ବଲପୁର ଘରେ ଯାଞ୍ଚ କରୁଥିବା ଜଣାପଡିଛି। ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା। ଏହା ଦ୍ବିତୀୟ ବାର ରେଡ୍ ହେଉଛି। ତେଣୁ ବ୍ୟଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି।

ସୂଚନାଥାଉକି, ସ୍ୱର୍ଗତ ନେତା ନବ ଦାସଙ୍କ ଭାଇ ବ୍ରଜକିଶୋଦ ରାସ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର। ଦୀର୍ଘଦିନ ଧରି ସେ ଆୟକର ଫାକିବା ନେଇ ଅଭିଯୋଗ ହେଉଥିଲା। ଏହି ଅଭିଯୋଗରେ ଚଢାଉ ହୋଇଥିବା ଅନୁମାନ। ଭୁବନେଶ୍ୱର, ଛତିଶଗଡ ଟିମ୍‌ର ମିଳିତ ଚଢଉ ହୋଇଥିବା ଅନୁମାନ କରାଯାଉଛି।

Read More
{}{}